Categories: ଜାତୀୟ

ଘର ଆଗରେ ମଳତ୍ୟାଗ କରିବା ହେଲା କାଳ: ଦୁଇ ପଡୋଶୀଙ୍କ କଳିରେ ଦେଢ ବର୍ଷ ଶିଶୁର ପ୍ରାଣ ଗଲା

ଭୋପାଳ,୪।୧୦:ମଧ୍ୟ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ୭ବର୍ଷର ଶିଶୁ ଘର ଆଗରେ ମଳତ୍ୟାଗ କରିବାରୁ ଦୁଇ ପଡୋଶୀ ମଧ୍ୟରେ ଝଗଡା ଲାଗି ଦେଢ ବର୍ଷର ଶିଶୁଙ୍କ ପ୍ରାଣ ଯାଇଛି। ସୂଚନାଯୋଗ୍ୟ, ସାଗର ଜିଲାର ଭାନଗଢ ଗ୍ରାମରେ ଉମେଶ ସିଂଙ୍କ ୭ ବର୍ଷର ପୁଅ ଘର ଆଗରେ ମଳତ୍ୟାଗ କରୁଥିବା ଦେଖି ପଡୋଶୀ ମୋହର ସିଂ ଆଗକୁ ଏପରି ନ କରିବା ପାଇଁ ଉମେଶ କହିଥିଲେ। ଏତତ୍ରେ ଉମେଶ ଏବଂ ତାଙ୍କ ପିତା ରାମ ସିଂ ଉତ୍ତେଜିତ ହୋଇଯାଇଥିଲେ। ଉଭୟ ଠେଙ୍ଗା ଧରି ମୋହରଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କ ୧୮ ମାସ ପୁଅ ମୁଣ୍ଡରେ ଠେଙ୍ଗା ବାଜିବାକୁ ତା’ର ମୃତ୍ୟୁ ହୋଇଥିଲା। ଘଟଣାରେ ପୋଲିସ ଉମେଶ ଏବଂ ରାମଙ୍କୁ ଗିରଫ କରିଛି।

Share