ଘରୋଇ ହିଂସା ରୋକିବାକୁ ପଦକ୍ଷେପ

କଟକ ଅଫିସ୍‌,୧୫ା୪

କରୋନା ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଲକ୍‌ଡାଉନ୍‌ ସମୟରେ ବଢୁଥିବା ଘରୋଇ ହିଂସାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଘରୋଇ ହିଂସା ରୋକିବା ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ସକ୍ରିୟ ହୋଇଛି ରାଜ୍ୟ ପୋଲିସ। ମଙ୍ଗଳବାର ଏନେଇ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଭିଯୋଗ ଦାଖଲ କରିବାକୁ ଥାନାକୁ ଆସିବାର ଆବଶ୍ୟକ ନାହିଁ। ପୋଲିସ ଅଧିକାରୀମାନେ ନିଜେ ଅଭିଯୋଗକାରୀଙ୍କ ଘରକୁ ଯାଇ ଏଫ୍‌ଆଇଆର୍‌ ଆଣିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି, ଲକ୍‌ଡାଉନ୍‌ ସମୟରେ ଅନେକ ଦେଶ ଏବଂ ରାଜ୍ୟରେ ଘରୋଇ ହିଂସା ବଢ଼ୁଥିବା ଦେଖିବାକୁ ମିଳିଛି। ଓଡିଶାରେ ମଧ୍ୟ ଏଭଳି ସ୍ଥିତିର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଡିଜିପି ଅଭୟ କେତେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଘରୋଇ ହିଂସା ମାମଲାକୁ ପ୍ରଥମେ ଗୁରୁତ୍ୱ ଦିଆଯିବ। ଏପର୍ଯ୍ୟନ୍ତ ଏହିପରି ମାମଲାର ସେମିତି କିଛି ବୃଦ୍ଧି ଘଟିନାହିଁ। ତଥାପି ଏଥିପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି। ରାଜ୍ୟର ବିଭିନ୍ନ ଥାନା ଓ ଜିଲାସ୍ତରରେ କାର୍ଯ୍ୟ କରୁଥିବା ୬ଶହରୁ ଅଧିକ ହେଲ୍‌ପଲାଇନ୍‌ ଏବଂ ଜିଲା ନିୟନ୍ତ୍ରଣ କକ୍ଷ ଟେଲିଫୋନ୍‌ ନମ୍ବରଗୁଡ଼ିକର ବ୍ୟାପକ ପ୍ରଚାର ଓ ସକ୍ରିୟ କରାଯିବ। ଫଳରେ ଏହାର ବହୁଳ ବ୍ୟବହାର ହୋଇପାରିବ। ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତି ନିଜେ ଅଭିଯୋଗ ଦାଖଲ କରିବା ପାଇଁ ଥାନାକୁ ଯିବାର ଆବଶ୍ୟକତା ନାହିଁ। ଏନେଇ ଫୋନ୍‌କଲ୍‌ ପାଇବା ପରେ, ପୋଲିସ ଅଧିକାରୀମାନେ ନିଜେ ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତାଙ୍କ ସହ ଆଲୋଚନା କରି ଏଫ୍‌ଆଇଆର୍‌ ସଂଗ୍ରହ କରିବେ। ତଦନ୍ତ ସହ ଆବଶ୍ୟକ ପଦକ୍ଷେପ ନିଆଯିବ। କେବଳ ଫୋନ୍‌କଲ୍‌ ନୁହଁ, ସେମାନେ ଚାହିଁଲେ ଓଡ଼ିଶା ପୋଲିସ ସିଟିଜେନ୍‌ ପୋର୍ଟାଲ୍‌ ଏବଂ ସହାୟତା ମୋବାଇଲ୍‌ ଆପ୍‌ ଜରିଆରେ ମଧ୍ୟ ପୋଲିସ ସହ ଯୋଗାଯୋଗ କରିପାରିବେ। ଲକ୍‌ଡାଉନ ସମୟରେ ଘରୋଇ ହିଂସା ସମ୍ପର୍କିତ ସମସ୍ତ ମାମଲାଗୁଡ଼ିକୁ ସବ୍‌-ଇନ୍ସପେକ୍ଟର କିମ୍ବା ତଦୂର୍ଦ୍ଧ୍ୱ ପାହ୍ୟାର ଅଧିକାରୀମାନେ ତଦନ୍ତ କରିବେ। ଘରୋଇ ହିଂସା ସମ୍ପର୍କିତ ସମସ୍ତ ମାମଲାର ତଦାରଖ ଡିଏସ୍‌ପି କିମ୍ବା ତଦୂର୍ଦ୍ଧ୍ୱ ପାହ୍ୟାର ଅଧିକାରୀଙ୍କ ଦ୍ୱାରା କରାଯିବ। ଜିଲା ପୋଲିସରେ କାର୍ଯ୍ୟରତ ମହିଳା ବିରୋଧୀ ହିଂସା ମାମଲାର ତଦନ୍ତକାରୀ ୟୁନିଟ୍‌(ଆଇୟୁସିଏଡବ୍ଲ୍ୟୁ) ଏହି ମାମଲାଗୁଡ଼ିକ ତଦାରଖ କରିବ ବୋଲି ଡିଜିପି ଅଭୟ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri