ଘରୋଇ ହସ୍ପିଟାଲର ସ୍ବତନ୍ତ୍ର ଓ୍ବାର୍ଡରେ ଚିକିତ୍ସିତ ହେବେ ଥଣ୍ଡା, ଜ୍ୱର ରୋଗୀ; କରୋନା ଲକ୍ଷଣ ଦେଖାଦେଲେ ୧୦୪କୁ ଜଣାଇବେ ଡାକ୍ତରଖାନା କର୍ତ୍ତୃପକ୍ଷ

ଭୁବନେଶ୍ୱର, ୭।୪( ବ୍ୟୁରୋ): ଥଣ୍ଡା, ଜ୍ୱର କିମ୍ବା ଫ୍ଲୁ ଲକ୍ଷଣ ଦେଖାଦେଲେ ଘରୋଇ ହସ୍ପିଟାଲଗୁଡ଼ିକ ଉକ୍ତ ରୋଗୀମାନଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ଚିକିତ୍ସା କରାଇବେ। ଯଦି ସେମାନଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ତୁରନ୍ତ ୧୦୪କୁ ଜଣାଇବେ। ରାଜ୍ୟରେ ଥିବା ସମସ୍ତ ଘରୋଇ ହସ୍ପିଟାଲ ଓ ନର୍ସିହୋମ୍‌ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳବାର ପୂବର୍ର୍ାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି।