Categories: ଜାତୀୟ

ଘରୋଇ ସହାୟିକା-ସହାୟକଙ୍କ ପାଇଁ କେନ୍ଦ୍ର ସରକାର ଆଣିବେ ନୂଆ ଆଇନ: ମିଳିବ ଭବିଷ୍ୟ ନିଧି ସୁବିଧା

ନୂଆଦିଲ୍ଲୀ,୨୫।୬: ଘରୋଇ ସହାୟିକା-ସହାୟକଙ୍କ ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନୂଆ ଆଇନ ଆଣିବେ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ଏନେଇ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ସୂଚନା ଦେଇଛନ୍ତି। ଏହି ଯୋଜନାରେ ୫୦ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇପାରିବେ। ଘରେ କାମ କରୁଥିବା ଡ୍ରାଇଭର, ରାନ୍ଧୁଣିଆ, ବାସନ ମାଜୁଥିବା ଲୋକେ, ଘର ସଫା କରୁଥିବା ଲୋକେ ଆଦି ବେଶ୍‌ ଉପକୃତ ହୋଇପାରିବେ। ସେମାନଙ୍କୁ ଏହି ଯୋଜନାରେ ପଞ୍ଜିକରଣ କରାଯାଇ ସେମାନଙ୍କ ଆର୍ଥିକ ବିକାଶ କରାଯିବ। ଏହି ଯୋଜନାରେ ସେମାନଙ୍କ ପାଇଁ ଇଏସ୍‌ଆଇ, ଭବିଷ୍ୟ ନିଧି, ଛୁଟି, ମାତୃତ୍ୱ ଛୁଟି ଆଦି ମିଳିପାରିବ ବୋଲି ଗଙ୍ଗଓ୍ବାର କହିଛନ୍ତି।

Share