ଘରୋଇ କ୍ଲିନିକ ଲାଗି ଅନଲାଇନ୍‌ ରେଜିଷ୍ଟ୍ରେଶନ୍‌ ଆରମ୍ଭ

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ଥିବା  ଘରୋଇ କ୍ଲିନିକ ଲାଗି ଶନିବାର ଅନଲାଇନ୍‌ ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଦ୍ୱାରା ପ୍ରାୟ ୧୮ ଶହ ପ୍ରାଇଭେଟ୍‌ କ୍ଲିନିକ୍‌ ଉପକୃତ ହେବେ ବୋଲି ଜଣାପଡିଛି। ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୯୦ ମସିହାରେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮ଶହ ପ୍ରାଇଭେଟ୍‌ କ୍ଲିନିକ୍‌ ପଞ୍ଜିକୃତ ହୋଇଛି। ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା ବେସରକାରୀ କ୍ଲିନିକ୍‌ଗୁଡିକ ପଞ୍ଜିକରଣ ସହ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇବାରେ ସୁବିଧା ହେବ। ୩୦ ଶଯ୍ୟାରୁ କମ୍‌, ଆଇସିୟୁ ନ ଥିବା, ୩ ମହଲାରୁ କମ୍‌ ଏବଂ ୧୨ ମିଟର ଉଚ୍ଚତା ମଧ୍ୟରେ ଥିବା ଘରୋଇ କ୍ଲନିକ୍‌ ସତ୍ୟପାଠ ଦେଇ ପଞ୍ଜୀକରଣ କରିପାରିବେ। ଏ ନେଇ ୯୦ ଦିନ ମଧ୍ୟରେ ପଞ୍ଜୀକରଣ ଶେଷ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।