ଘରୋଇ ଉପାୟରେ ଦୂର ହୁଏ ଆଣ୍ଠୁ, କହୁଣୀରେ ପଡୁଥିବା କଳାଦାଗ

ବେଳେବେଳେ ଆଣ୍ଠୁ ବା କହୁଣୀ କଳା ପଡ଼ିଯାଉଥିବା ଦେଖାଯାଇଥାଏ। ଶରୀରରେ ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ର ଅଭାବ ଦେଖାଦେଲେ ଏପରି ହୋଇଥାଏ। ଘରୋଇ ଉପାୟରେ କହୁଣୀ ଓ ଆଣ୍ଠୁର ଯତ୍ନ ନେଲେ ଏହି ସମସ୍ୟା ଦୂର ହୋଇପାରିବ। ଜାଣନ୍ତୁ ଏ ସମ୍ପର୍କରେ…

– ଦହି ଏବଂ ଲେମ୍ବୁରସର ଏକ ମିଶ୍ରଣ ପ୍ରସ୍ତୁତ କରି କଳା ପଡ଼ିଥିବା ସ୍ଥାନରେ ଲଗାନ୍ତୁ। ସପ୍ତାହରେ ଏପରି ୩/୪ ଥର କରନ୍ତୁ।

– ଚନ୍ଦନ ଏବଂ କ୍ଷୀରରେ ଏକ ପେଷ୍ଟ ତିଆରି କରି ଆଣ୍ଠୁ ଏବଂ କହୁଣୀରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। କଳାଦାଗ ଦୂରେଇ ଯିବ।

– ସପ୍ତାହରେ ଥରେ କିମ୍ବା ଦୁଇଥର ସ୍କ୍ରବ୍‌ କରନ୍ତୁ।

– ଲେମ୍ବୁ, ଦହି, ସୋରିଷ ତେଲ ଏବଂ ବେସନରେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ କହୁଣୀ ଏବଂ ଆଣ୍ଠୁରେ ଲଗାନ୍ତୁ।

– ପ୍ରଚୁର ସବୁଜ ପନିପରିବା ଖାଆନ୍ତୁ। ଖଟା ଫଳ, ପାଚିଲା ଅମୃତଭଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ। ଏହାଦ୍ୱାରା ଭିଟାମିନ୍‌ ଏ ଏବଂ ସି ମିଳିବ।

– ଗାଧୋଇବା ପୂର୍ବରୁ ଲେମ୍ବୁ ଚୋପାରେ କିଛି ବୁନ୍ଦା ମହୁ ପକାଇ କଳା ପଡ଼ିଥିବା ସ୍ଥାନରେ ଭଲ ଭାବେ ମାଲିସ କରନ୍ତୁ।