ଘରୋଇ ଉପଚାରରେ ଦୂର କରନ୍ତୁ ବ୍ଲାକ୍‌ହେଡ୍‌ସ

ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ତ୍ୱଚା ସମସ୍ୟା ଦେଖାଯାଉଛି। ଏହା ମଧ୍ୟରୁ କଳାଦାଗ ବା ବ୍ଲାକ୍‌ହେଡ୍‌ସ ଅନ୍ୟତମ। ଯେତେବେଳେ ତ୍ୱଚା ତେଲିଆ, ବ୍ୟାକ୍ଟେରିଆ ଏବଂ ଡେଡ୍‌ ସ୍କିନ୍‌ ସମସ୍ୟା ଲାଗି ସେଲ୍‌ ବନ୍ଦ ହୋଇଯାଇ ବ୍ଲାକ୍‌ହେଡ୍‌ସ ହୋଇଥାଏ। ଏହି ସମସ୍ୟା ଅଧିକ ତେଲିଆ ତ୍ୱଚାବିଶିଷ୍ଟ ଲୋକଙ୍କଠାରେ ଦେଖାଦେଇଥାଏ। ଏହା ନାକରେ ନଜର ଆସୁଥିବା ବେଳେ ପୂରା ଚେହେରାକୁ ଖରାପ କରିଥାଏ। ମାତ୍ର ଏହାକୁ ନେଇ ଡରିବା ବା ଚିନ୍ତା କରିବାର କୌଣସି କାରଣ ନାହିଁ। ଘରୋଇ ଉପାୟରେ ଆପଣ ଏହାକୁ ମଧ୍ୟ ଦୂର କରିପାରିବେ। ଜାଣନ୍ତୁ ଏ ସମ୍ପର୍କରେ….

ଟୁଥ୍‌ବ୍ରଶ୍‌ରେ କିଛି ପେଷ୍ଟ ଲଗାଇ ହାଲ୍‌କା ଭାବରେ ନାକରେ ଘଷନ୍ତୁ। ଯେପରି ଆପଣ ଦାନ୍ତ ଘଷିଥାନ୍ତି। ୫ ମିନିଟ୍‌ ପରେ ନଖଉଷୁମ ପାଣିରେ ନାକ ଧୋଇଦିଅନ୍ତୁ। ଦେଖିବେ ଏହି ସମସ୍ୟା ଆପଣଙ୍କର ଆଉ ନ ଥିବ।

ନଚେତ ଅଳ୍ପ ଲେମ୍ବୁରସ ଉକ୍ତ ସ୍ଥାନରେ ଲଗାଇ ମସାଜ୍‌ କରିବା ପରେ କିଛି ଲୁଣ ଉକ୍ତ ସ୍ଥାନରେ ଘଷନ୍ତୁ । ୧୦ ମିନିଟ୍‌ ପରେ ଗରମ ପାଣିରେ ଧୋଇଦିଅନ୍ତୁ।

ଅଳ୍ପ ଚିନିରେ କିଛି ଲେମ୍ବୁରସ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ତାହାକୁ ନାକରେ ହାଲ୍‌କା ଭାବେ ଘଷନ୍ତୁ। ଶୁଖିଗଲା ପରେ ଏହାକୁ ଏକ ସୂତା କପଡ଼ାରେ ପୋଛିଦିଅନ୍ତୁ।

ଅଳ୍ପ ବେସନରେ କିଛି କ୍ଷୀର ଓ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ନାକରେ ଘଷନ୍ତୁ। ୧୫ ମିନିଟ୍‌ ପରେ ଧୋଇଦିଅନ୍ତୁ। ଦେଖିବେ ବ୍ଲାକ୍‌ହେଡ୍‌ସ ସମସ୍ୟା ଆଉ ରହିବ ନାହିଁ।