ଘରୋଇ ଉପଚାରରେ ଦୂର କରନ୍ତୁ ଥଣ୍ଡା ସମସ୍ୟା

ଋତୁ ପରିବର୍ତ୍ତନ ଦ୍ୱାରା ମନୁଷ୍ୟ ଶରୀରରେ ଏହାର ଅନେକ ପ୍ରଭାବ ପଡ଼ିଥାଏ। ଏହି ଦିନଗୁଡ଼ିକରେ ଫ୍ଲ୍ୟୁ, ଭାଇରାଲ ଫିବର ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଶୀତଦିନେ ମଧ୍ୟ ପରିବର୍ତ୍ତିତ ଜଳବାୟୁ ଲାଗି ଥଣ୍ଡା କାଶ ଆଦି ସମସ୍ୟା ଦେଖାଦେଇଥାଏ। ଏ ନେଇ ଅଧିକାଂଶ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି। ମାତ୍ର ଏହି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ବି ଦୂର କରିହେବ। ଜାଣନ୍ତୁ ସେ ସମ୍ପର୍କରେ…..

ଗୋଲମରିଚ:
ଏଥିରେ ଇନ୍‌ଫ୍ଲାମାଟୋରି ଓ ଆଣ୍ଟିବ୍ୟାକ୍ଟେରିକାଲ ଗୁଣ ରହିଥାଏ। ଏହା ସହ ଭିଟାମିନ୍‌ ସି’ ମଧ୍ୟ ମିଳିଥାଏ। ଏହି ଗୁଣ ଇମ୍ୟୁନିଟି ବଢ଼ାଇଥାଏ। ଥଣ୍ଡା କାଶରୁ ମୁକ୍ତି ପାଇବା ଲାଗି ଚା’ରେ ଗୋଲମରିଚ ପକାଇ ପିଅନ୍ତୁ। ଆରାମ ଲାଗିବ।

ଅଦା:
ଏଥିରେ ଇନ୍‌ଫ୍ଲାମାଟୋରି ଗୁଣ ରହିଛି, ଯାହା ନିଃଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଣ୍ଟିବ୍ୟାକ୍ଟେରିକାଲ ଗୁଣ ଇନ୍‌ଫେକ୍‌ଶନରୁ ମୁକ୍ତି ଦେଇଥାଏ। ତେବେ ଚା’ରେ ଅଦା ପକାଇ ପିଇଲେ ଗଳା ଦରଜ ଓ କଫ ସମସ୍ୟା ଦୂର ହୋଇଥାଏ।

ତୁଳସୀ:
ଆୟୁର୍ବେଦ ଗୁଣରେ ଭରପୂର ତୁଳସୀ ଇମ୍ୟୁନୋ ସିଷ୍ଟମକୁ ମଜଭୁତ କରିଥାଏ। ଏହାକୁ ଚା’ରେ ପକାଇ ପିଇବା ଫଳରେ ଥଣ୍ଡା, କାଶ ଓ କଫ ସମସ୍ୟାରୁ ମୁକ୍ତି ମିଳିଥାଏ।

ଲବଙ୍ଗ:
ଏଥିରୁ ମିଳୁଥିବା ଫିନେ କମ୍ପାଉଣ୍ଡ ଶରୀର ଭିତରକୁ ବ୍ୟାକ୍ଟେରିଆ ପ୍ରବେଶ କରିବାକୁ ନ ଦେଇ ସେମାନଙ୍କ ସଙ୍ଗେ ଲଢ଼ିଥାଏ। ଟକ୍ସିନ୍‌କୁ ଶରୀରରୁ ବାହାର କରିବା ସହ ଇମ୍ୟୁନୋ ସିଷ୍ଟମ ବଢ଼ାଇଥାଏ। ଏହା ମଧ୍ୟ ଥଣ୍ଡାରୁ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri