ଘରୋଇକରଣ ପ୍ରୀତି

ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ପୌରସଂସ୍ଥାକୁ ୧୫୨ ବର୍ଷ ପୂରିଛି। ୧୦ ବର୍ଷ ତଳୁ ସରକାରଙ୍କ ପକ୍ଷରୁ ମହାନଗର ନିଗମ ମାନ୍ୟତା ମିଳିଛି। ତେଣୁ ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ବିପୁଳ ପରିମାଣର ଅନୁଦାନ ଆସୁଛି। ଅନେକ ଜାତୀୟକରଣ ବ୍ୟାଙ୍କ ଶାଖା ଓ ରାଜ୍ୟର ପୁରାତନ ସମବାୟ କେନ୍ଦ୍ର ବ୍ୟାଙ୍କ, ସମବାୟ ଅର୍ବାନ ବ୍ୟାଙ୍କ ଥିବା ସତ୍ତ୍ବେ ନିଗମର ଶହ ଶହ କୋଟି ଟଙ୍କା ୩ ଘରୋଇ ବ୍ୟାଙ୍କରେ କାରବାର ହେଉଛି। ନିଗମ କାର୍ଯ୍ୟାଳୟ ପରିସରରେ ଦୁଇ ଘରୋଇ ବ୍ୟାଙ୍କ ଶାଖା ମଧ୍ୟ ଖୋଲିଛି। ସେହିପରି ମହାନଗରର ୪୦ ୱାର୍ଡ ମଧ୍ୟରୁ ୩୭ ୱାର୍ଡର ସଫେଇ ଓ ପରିମଳ କାର୍ଯ୍ୟ ଘରୋଇକରଣ କରାଯାଇଛି। ଏ ବାବଦରେ ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ସମ୍ପୃକ୍ତ ଠିକା ସଂସ୍ଥାକୁ ପୈଠ କରାଯାଉଛି। ଘରୋଇକରଣ ସତ୍ତ୍ବେ ବିଭିନ୍ନ ସାହିବସ୍ତିରେ କୁଢ଼ କୁଢ଼ ଆବର୍ଜନା ନିୟମିତ ଉଠାଯାଉ ନ ଥିବାରୁ ବିପର୍ଯ୍ୟସ୍ତ ପରିମଳକୁ ପ୍ରମାଣିତ କରୁଛି। ସହରବାସୀଙ୍କୁ ସୁବିଧାରେ ପରିବହନ ସେବା ଯୋଗାଇଦେବା ପାଇଁ ସରକାର ପ୍ରାୟ ୪୦ ସିଟି ବସ୍‌ ଯୋଗାଇଛନ୍ତି। ପରିଚାଳନା ଦାୟିତ୍ୱ ନିଗମ ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)କୁ ନ୍ୟସ୍ତ କରିଛନ୍ତି। ସେଥିନିମନ୍ତେ ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିଃ ନଁାରେ ଏକ ସଂସ୍ଥା ଗଠନ କରାଯାଇଛି। ଜିଲାପାଳଙ୍କୁ ଏହାର ମୁଖିଆ କରାଯାଇଥିବା ବେଳେ ବିଡିଏ କର୍ତ୍ତୃପକ୍ଷ ଏବଂ ନିଗମ କମିଶନର ଓ ଅନ୍ୟମାନେ ଅଛନ୍ତି। ୨୦୧୩ରୁ ଆରମ୍ଭ ହୋଇଥିବା ସିଟି ବସ୍‌ ସେବା କିଛିଦିନ ପରିବହନ ନିଗମ (ଓଏସ୍‌ଆରଟିସି)କୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ବସ୍‌ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ବସ୍‌ ଅବସ୍ଥା ଶୋଚନୀୟ ହୋଇଛି। ପ୍ରତି ବସ୍‌ ପିଛା ଦୈନିକ ମାତ୍ର ଶହେ ଟଙ୍କା ଲେଖାଏ ସେହି ଘରୋଇ ମାଲିକ ପୈଠ କରିବାର ଚୁକ୍ତିନାମା କରାଯାଇଛି। ସେହିପରି ପାଖାପାଖି ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହଳଦିଆପଦର ଆଧୁନିକ ବସ୍‌ ଟର୍ମିନାଲ ଉଦ୍‌ଘାଟନର ୪ ବର୍ଷ ବିତିଛି । ସେଠାକୁ ଘରୋଇ ବସ୍‌ଗୁଡ଼ିକ ଯିବା ପାଇଁ ମଙ୍ଗୁ ନ ଥିବାରୁ ଟର୍ମିନାଲ ଫାଙ୍କା ପଡ଼ିଛି। ଟର୍ମିନାଲ କାର୍ଯ୍ୟକ୍ଷମ ଉଦ୍ୟମ କରି ନିଗମ କମିଶନର ତଥା ବିଡିଏ ଉପାଧ୍ୟକ୍ଷ ବିଫଳ ହୋଇଛନ୍ତି। ବହୁ ବିଳମ୍ବରେ ମହୁଡ଼ାରେ ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହେବା ପରେ ଘରୋଇକରଣ କରାଯିବାର ପ୍ରସ୍ତାବ ରହିଛି। ଦୁଇ ପର୍ଯ୍ୟାୟରେ ୧୮ କୋଟି ଟଙ୍କା ବ୍ୟୟରେ ରାମଲିଙ୍ଗମ ପୋଖରୀ ଆଧୁନିକୀକରଣ ତଥା ସୌନ୍ଦର୍ଯ୍ୟକରଣ ଯୋଜନା ୩ ବର୍ଷ ତଳୁ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ହେବା ପରେ ପରିଚାଳନା ଘରୋଇକରଣ କରାଯିବାର ଆପାତତଃ ନିଷ୍ପତ୍ତି ନିଆଯାଇଛି। ଦୁଇ ତିନିଥର ଶିଳାନ୍ୟାସ ପରେ ବିଡିଏ ପକ୍ଷରୁ ମହାନଗର ଉପକଣ୍ଠ ଆମ୍ବପୁଆରେ ରାଜ୍ୟର ପ୍ରଥମ ରକ ଗାର୍ଡେନ (ପଥର ଉଦ୍ୟାନ) ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ହେବା ପରେ ତାହା ମଧ୍ୟ ଘରୋଇକରଣ କରାଯିବାର ସୁରାକ୍‌ ମିଳିଛି। ଅର୍ଦ୍ଧଶତାବ୍ଦୀର ପୌର ଅତିଥି ଭବନ ଓ ୩୦ ବର୍ଷର ଖଲ୍ଲିକୋଟ କଲେଜ ପାଖ ମ୍ୟୁନିସିପାଲ କଲ୍ୟାଣ ମଣ୍ଡପକୁ ଗତ ମାସରେ ଘରୋଇ ସଂସ୍ଥାକୁ ଲିଜ ସୂତ୍ରରେ ହସ୍ତାନ୍ତର କରାଯାଇଛି। ଏମିତି ଘରୋଇକରଣ ପ୍ରୀତି ବଢ଼ି ଚାଲିଥିବା ସଚେତନ ନାଗରିକଙ୍କ ମଧ୍ୟରେ ଆଲୋଚ୍ୟ ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri