Categories: ଜାତୀୟ

ଘରେ ୨୨ଟି ସିସିଟିଭି ଲଗାଇଲେ ସ୍ବାମୀ: ଏକଥା ଜାଣିବାରୁ ସ୍ତ୍ରୀ କଲେ ଏମିତି..

ବେଙ୍ଗାଲୁରୁ, ୨୨।୫: କର୍ନାଟକ ବେଙ୍ଗାଲୁରୁରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ଘରେ ୨୨ଟି ସିସିଟିଭି କ୍ୟାମେରା ଲଗାଇଛନ୍ତି ସ୍ବାମୀ। ଏକଥା ଜାଣିବା ପରେ ସ୍ତ୍ରୀ ରାଗିଯାଇ ସ୍ବାମୀଙ୍କ ମୁଣ୍ଡକୁ କ୍ରିକେଟ ବ୍ୟାଟରେ ପିଟି ଦେଇଛନ୍ତି। ଏହାସହ ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଉକ୍ତ ମହିଳାଙ୍କ ସ୍ବାମୀ ସୁଦର୍ଶନ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର। ସେ ସବୁବେଳେ ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ସହ କ୍ରୁର ବ୍ୟବହାର ମଧ୍ୟ କରୁଥିଲେ। ସ୍ତ୍ରୀଙ୍କ ଉପରେ ନଜର ରଖିବା ପାଇଁ ସୁଦର୍ଶନ ଗୁପ୍ତରେ ରୋଷେଇ ଘରଠାରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲଗାଇଥିଲେ। ହଠାତ୍‌ ଦିନେ ମହିଳା ଜଣଙ୍କ ଏହା ଦେଖିଦେବାରୁ ସ୍ବାମୀଙ୍କୁ ବ୍ୟାଟ୍‌ରେ ପିଟିଦେଇଥିଲେ। ଏମିତି ପୁରୁଷ ସହ ଆଉ ରହି ହେବନି କହି ପୋଲିସରେ ସେ ଅଭିଯୋଗ କରିଥିଲେ।

Share