ଘରେ ଶୋଇଥିବା ବେଳେ ବ୍ୟକ୍ତିଙ୍କୁ ହତ୍ୟା, ପୋଲିସ କରୁଛି ଛାନଭିନ୍‌

ମୁନିଗୁଡ଼ା,୧୮।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଅମ୍ବାଦଳା ଥାନା କାଞ୍ଚନଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତିରେ ସୁନ୍ଦରଫୁଲ ଗୌଡ଼(୪୬) ତାଙ୍କ ଘରେ ଶୋଇଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଜଣାପଡିଛି। ସୁନ୍ଦରଫୁଲଙ୍କ ପାଟି ଶୁଣି ପରିବାର ଲୋକେ ଆସି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଅମ୍ବାଦଳା ଥାନା ଅଧିକାରୀ ବନ୍ଦନା ନାୟକ ଓ ମୁନିଗୁଡା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଏବଂ ରାୟଗଡାରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ପାରିବାରିକ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।