ଘରେ ରହିବାକୁ ଅମଙ୍ଗ ଲଣ୍ଡନ ଲୋକେ: ଲକ୍‌ଡାଉନ୍‌ ବଢ଼ିପାରେ ୧୨ ସପ୍ତାହ; ଖିଲାପକାରୀଙ୍କୁ ୯୩ ହଜାର ଜରିମାନା

ଲଣ୍ଡନ,୨୯।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଇଂଲଣ୍ଡରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେବେ ଏହାକୁ ମାନିବାକୁ ଲଣ୍ଡନର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ସରକାର ଲକ୍‌ଡାଉନ୍‌ ସମୟ ସୀମାକୁ ୧୨ ସପ୍ତାହ ବଢ଼ାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ସେହିପରି ଲକ୍‌ଡାଉନ୍‌ ଖିଲାପକାରୀଙ୍କୁ ୯୩ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି ସରକାର ଘୋଷଣା କରିଛନ୍ତି। ଇତିମଧ୍ୟରେ ଏଠାରେ ୭୫୯ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଲୋକେ ସାମାଜିକ ଦୂରତା ବଜାୟ ନ ରଖୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

Share