ଘରେ ଘରେ ଲାଗିବ ପ୍ରିପେଡ୍‌ ସ୍ମାର୍ଟ ମିଟର

ନୂଆଦିଲ୍ଲୀ,୨୯-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସାରା ଦେଶରେ ୩୦ କୋଟି ପ୍ରିପେଡ୍‌ ସ୍ମାର୍ଟ ମିଟର ଲଗାଇବାକୁ ଯୋଜନା କରୁଛନ୍ତି। ବିଜୁଳି ଚୋରିକୁ ରୋକିବା ଉଦ୍ଦେଶ୍ୟରେ ଆସନ୍ତା ୩ ବର୍ଷ ଭିତରେ ଘରେ ଘରେ ସ୍ମାର୍ଟ ମିଟର ଲଗାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ମୋବାଇଲ ଫୋନ ଭଳି ଏହି ମିଟରକୁ ପୂର୍ବରୁ ରିଚାର୍ଜ କରି ହେବ। ଏହାଦ୍ୱାରା ବିଜୁଳି ଚୋରି ବନ୍ଦ ହୋଇଯିବା ସହିତ ସଚୋଟ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇପାରିବ। ଏହି ଯୋଜନା ଲାଗୁ ହେବା ପରେ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଏହା ଗେମ୍‌ ଚେଞ୍ଜର ହେବ ବୋଲି ମତପ୍ରକାଶ ପାଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ସ୍ମାର୍ଟ ମିଟର ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ଉତ୍ପାଦକଙ୍କ ସହ ଆଲୋଚନା ଆରମ୍ଭ ହୋଇଯାଇଛି। ଏହାଦ୍ୱାରା ବିଜୁଳି ଯୋଗାଣ ଉପରେ ସହଜରେ ନଜର ରଖିହେବ। ଏହି ଯୋଜନା ଅନୁଯାୟୀ, ସରକାର ମିଟର ମୂଲ୍ୟ ଉପରେ ସବ୍‌ସିଡି ଦେବେ। ପ୍ରାରମ୍ଭିକ ଅନୁମାନ ଅନୁଯାୟୀ, ଗୋଟିଏ ସ୍ମାର୍ଟ ମିଟର ମୂଲ୍ୟ ପ୍ରାୟ ୨୦୦୦ ଟଙ୍କା ହେବ। ଏଥିପୂର୍ବରୁ ୨୦୧୭ରେ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ସ୍ମାର୍ଟ ମିଟର କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମିଟର ପ୍ରତିଟିର ମୂଲ୍ୟ ୨୫୦୩ ଟଙ୍କା ଥିଲା। ତେବେ ଏଥର ଅଧିକ ମାତ୍ରାରେ ମିଟର କିଣାଯିବାକୁ ଥିବାରୁ ଏହାର ମୂଲ୍ୟ କମିବ ବୋଲି ଆଶାକରାଯାଉଛି। ତେବେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଖୋଲାଖୋଲି ମତପ୍ରକାଶ କରାଯାଇ ନାହିଁ। ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ସ୍ମାର୍ଟ ମିଟରକୁ ପ୍ରିପେଡ୍‌ କରିଦେବା ଯୋଗୁ ବିଜୁଳି ବିତରଣ କମ୍ପାନୀ(ଡିସ୍‌କମ୍‌)ଙ୍କ ଖର୍ଚ୍ଚ ଅନେକାଂଶରେ କମିଯିବ ଏବଂ ସେମାନେ ସହଜରେ କ୍ଷତିରୁ ବାହାରି ଆସିପାରିବେ। ବର୍ତ୍ତମାନ ଦେଶର ଅଧିକାଂଶ ରାଜ୍ୟରେ କାର୍ଯ୍ୟରତ ଡିସ୍‌କମ୍‌ଗୁଡ଼ିକ କ୍ଷତିରେ ଚାଲୁଛନ୍ତି। କାରଣ ଟେକ୍ନିକାଲ, ବିଜୁଳି ଚୋରି ଓ ଅନ୍ୟାନ୍ୟ କାରଣରୁ ସେମାନଙ୍କ କ୍ଷତି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବିଜୁଳି ଚୋରି, ତ୍ରୁଟିପୂର୍ଣ୍ଣ ବିଲ୍‌ ପ୍ରଦାନ ଓ ରାଜସ୍ବ ଆଦାୟରେ ବିଫଳତା କାରଣରୁ କ୍ଷତି ବୃଦ୍ଧି ହେଉଛି। ଏହି କାରଣରୁ ସେମାନଙ୍କ ନିକଟରେ ବିଜୁଳି କିଣିବା ଲାଗି ଅର୍ଥ ନାହିଁ। ଫଳରେ ଗ୍ରାହକଙ୍କୁ ୨୪ ଘଣ୍ଟା ବିଜୁଳି ଯୋଗାଣ ସେମାନଙ୍କ ଦ୍ୱାରା ସମ୍ଭବ ହେଉନାହିଁ। ଏହାଛଡ଼ା ବିଦ୍ୟୁତ ସଞ୍ଚୟକାରୀ ଏଲ୍‌ଇଡି ଲାଇଟ ପ୍ରଦାନ, ସୌରଶକ୍ତିଯୁକ୍ତ ଜଳସେଚନ ବ୍ୟବସ୍ଥା ଆପଣାଇବା ଓ ଚୋରି ରୋକିବା ଲାଗି ଇନ୍‌ସୁଲେଟେଡ୍‌ ତାର ଲଗାଇବା ଆଦି ବ୍ୟବସ୍ଥା ଆପଣାଇବାକୁ ମୋଦି ସରକାର ପୂର୍ବରୁ କାର୍ଯ୍ୟାରମ୍ଭ କରିଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ବିଜୁଳି କ୍ଷେତ୍ରରେ କ୍ରାନ୍ତି ଆସିବ ବୋଲି ମନେକରାଯାଉଛି। ଏଥିଯୋଗୁ କମ ଆୟ କରୁଥିବା ଉପଭୋକ୍ତାଙ୍କୁ ଅଧିକ ଫାଇଦା ମିଳିବ। ସେମାନଙ୍କୁ ଗୋଟିଏ ଥରରେ ପୂରା ମାସର ବିଜୁଳି ବିଲ୍‌ ଦେବାକୁ ପଡିବ ନାହିଁ। ଭପଭୋକ୍ତା ନିଜର ଆବଶ୍ୟକତା ଅନୁଯାୟୀ ମିଟର ଚାର୍ଜ କରିବେ ଏବଂ ବିଜୁଳି ଜାଳିବେ। ଏହାଦ୍ୱାରା ଫାଲ୍‌ତୁ ବିଜୁଳି ଖର୍ଚ୍ଚ କମିବ। ଫଳରେ ବିଜୁଳି ସଞ୍ଚୟ ହେବ। ଏହାଦ୍ୱାରା ୨୪ ଘଣ୍ଟା ବିଜୁଳି ଯୋଗାଣ ସମ୍ଭବ ହେବ। ଶକ୍ତି ମନ୍ତ୍ରଣାଳୟ ଅଧିକାରୀଙ୍କ ମତରେ ପ୍ରିପେଡ୍‌ ମିଟର ନିର୍ମାଣ ଯୋଗୁ ଅଧିକ ଯୁବତୀଯୁବକଙ୍କୁ କୌଶଳପୂର୍ଣ୍ଣ ରୋଜଗାର ମିଳିବ। ବିଜୁଳି ବିଲ୍‌ ପାଇଁ କାଗଜର ଆବଶ୍ୟକତା ହେବ ନାହିଁ। ମିଟର ରିଡିଂ ଦରକାର ହେବ ନାହିଁ। ପ୍ରିପେଡ୍‌ ସ୍ମାର୍ଟ ମିଟର ଲାଗିବା ଫଳରେ ଖର୍ଚ୍ଚ ଆପେ ଆପେ କମିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri