ଘରେ କରନ୍ତୁ ଲେମ୍ବୁରେ ମେନିକିଓର୍‌

ହାତ ଓ ନଖର ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ଅତିକମ୍‌ରେ ମାସକୁ ୨ରୁ ୩ ଥର ମେନିକିଓର୍‌ କରାଇନେବା ଉଚିତ। ବିୟୁଟି ପାର୍ଲରରେ ଅନେକ ପ୍ରକାର ପଦ୍ଧତି ଦ୍ୱାରା ମେନିକଓର୍‌ କରାଯାଇଥାଏ। ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଓ ସମୟ ଦେବାକୁ ପଡ଼ିଥାଏ। କିନ୍ତୁ ଆପଣ ଘରେ ହିଁ ଏହାଠାରୁ ଅଧିକ ଭଲ ଭାବେ ଓ ଅଧିକ ପ୍ରଭାବଶାଳୀ ଢଙ୍ଗରେ ମେନିକିଓର୍‌ କରିପାରିବେ ।
*ରୋଷେଇ ଘରେ ଥିବା ଏକ ଛୋଟ ଜିନିଷ ଲେମ୍ବୁ ଆପଣଙ୍କୁ ଏଥିରେ ବେଶ ସାହାଯ୍ୟ କରିବ।
* ପ୍ରଥମେ ଲେମ୍ବୁକୁ ସ୍ଲାଇସ କରି କାଟିନିଅନ୍ତୁ। ଏହାପରେ ଭଲ ଭାବେ ହାତକୁ ଧୋଇ ୧୦ମିନିଟ ଉଷୁମ ପାଣିରେ ହାତକୁ ବୁଡାଇ ରଖନ୍ତୁ। ସ୍ଲାଇସ ଭଳି କଟାଯାଇଥିବା ଲେମ୍ବୁକୁ ନେଇ ହାତ ଉପରେ ହାଲୁକା ଭାବେ ମସାଜ କରନ୍ତୁ। ଏହାକୁ ୧୫ ମିନିଟ ଶୁଖିବାକୁ ଦିଅନ୍ତୁ।
*ସମ୍ପୂର୍ଣ୍ଣ ଶୁଖିବା ପରେ ହାତକୁ ଥଣ୍ଡା ପାଣିରେ ଧୋଇ ମଇଶ୍ଚରାଇଜର୍‌ ଲଗାନ୍ତୁ । ମନେ ରଖନ୍ତୁ ଏହାକୁ କରିବା ପୂର୍ବରୁ ହାତରେ ନେଲ୍‌ପୋଲିସ କିମ୍ବା କୌଣସି ଅନ୍ୟ କୌଣସି ନେଲ୍‌ପେଣ୍ଟ ନ ଥିବା ଆବଶ୍ୟକ ।
*ସପ୍ତାହରେ ୨-୩ ଥର ଏଭଳି କରନ୍ତୁ । ୧ ମାସ ମଧ୍ୟରେ ଆପଣ ନିଶ୍ଚିତ ଭାବେ ଫରକ ଜାଣିପାରିବେ ।