ଘରେ ଏହି ୫ ଜିନିଷ ରଖିବା ଅଶୁଭ: ଗୋଟିଏ ସ୍ଥାନରେ ଅଟକିଯିବ ଜୀବନ

ଘରେ ସୁଖ ଶାନ୍ତି ପାଇଁ ବାସ୍ତୁକୁ ଗୁରତ୍ୱପୂର୍ଣ୍ଣ ବିବେଚନା କରାଯାଇଛି। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଘରେ ସବୁ ଜିନିଷ ଠିକ୍‌ ସ୍ଥାନରେ ରହେ ନକାରାତ୍ମକଶକ୍ତି ଦୂର ହେବା ସହ ସୁଖ ସମୃଦ୍ଧି ବଢ଼ିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରହିଥିବା କିଛି ଜିନିଷ ଅଶୁଭ ହୋଇଥାଏ। ଏହି ଜିନିଷ ଘରେ ରହିଲେ ସମସ୍ୟା ବଢ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ବନ୍ଦ ଘଣ୍ଟା
ଘଣ୍ଟା ଜୀବନକୁ ଆଗକୁ ନେଇଥାଏ। ଏହା ଖରାପ ସମୟକୁ ଦୂର କରିଥାଏ। ମାତ୍ର ଘରେ ବନ୍ଦ ଘଣ୍ଟା ଆଦୌ ରଖନ୍ତୁ ନାହିଁ । ଏହା ଗୋଟିଏ ସ୍ଥାନରେ ଜୀବନକୁ ଅଟକାଇ ଦିଏ।

ବନ୍ଦ ତାଲା
ତାଲା ଭାଗ୍ୟ ଖୋଲିଦିଏ, ଦରକାର ପଡ଼ିଲେ ସବୁଦିନ ବନ୍ଦ ମଧ୍ୟ କରିଦିଏ। ଘରେ ବନ୍ଦ ତାଲା ରଖନ୍ତୁ ନାହିଁ, ଏହା ଭାଗ୍ୟ ଖରାପ କରିଦିଏ।

ଖରାପ ଜୋତା

ଜୋତା ସଂଘଷର୍ର୍ ସହିତ ଜଡିତ, ଖରାପ ଜୋତା ଚପଲ ଘରେ ରଖୁଥିଲେ ଏହା ସଂଘର୍ଷ ବଢ଼ାଇଥାଏ। ତେଣୁ ଏହାକୁ ଘରେ ରଖନ୍ତୁ ନାହିଁ।

ଚିରା ଫଟା କପଡ଼ା

ଘରେ ଚିରାଫଟା କପଡ଼ା ଘରେ ରଖିଲେ ଏହା ଦୁର୍ଭାଗ୍ୟ ଆଣିଥାଏ।

ଦେବଦେବୀଙ୍କ ପୂରୁଣା ଫଟୋ କିମ୍ବା ମୂର୍ତ୍ତି ଘରେ ନ ରଖି ବିସର୍ଜନ କରିଦେବା ଭଲ।