ଘରେ ଅସରପା ହେଉଛନ୍ତି କି… ଆପଣାନ୍ତୁ ଏହି ଘରୋଇ ଉପଚାର

ଘର ଅପରିଷ୍କାର ରହିଲେ ଅସରପା ହେବାର ସମ୍ଭାବନା ଥାଏ। ବର୍ଷା ଏବଂ ଶୀତଦିନେ ଏମାନଙ୍କର ସଂଖ୍ୟା ବଢ଼ିଯାଏ। ଅସରପା ଖାଦ୍ୟ ପଦାର୍ଥରେ ବସିବାଠାରୁ ଆରମ୍ଭ କରି କପଡ଼ା କାଟି ନଷ୍ଟ କରିଦେଉଥିବାରୁ ଅନେକ ସମୟରେ ଚିନ୍ତାର କାରଣ ପାଲଟେ। ସେମାନଙ୍କୁ ମାରିବା ଲାଗି ବଜାରରେ ବିଭିନ୍ନ ବିଷାକ୍ତ ଲିକ୍ୟୁଇଡ୍‌ ସ୍ପ୍ରେ ମିଳୁଥିଲେ ମଧ୍ୟ ଏହାର ଘରୋଇ ଉପଚାର ରହିଛି, ଯାହାକି ଘରୁ ଅସରପା ଦୂର କରିବାରେ ସହାୟକ ହେବ।

ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ୧୦ ଗ୍ରାମ୍‌ ବୋରିକ୍‌ ଏସିଡ୍‌ରେ ଏକ ଚାମଚ୍‌ ଚିନି, ଏକ ଚାମଚ ଦହି ଓ କିଛି ଅଟା ମିଶାଇ ଗୁଳା ପ୍ରସ୍ତୁତ କରନ୍ତୁ। ତାହାକୁ ଅସରପା ହେଉଥିବା ସ୍ଥାନରେ ରଖନ୍ତୁ, ଦେଖିବେ ଆଉ ଅସରପା ହେବେ ନାହିଁ।

ତେଜପତ୍ରର ବାସ୍ନାରେ ମଧ୍ୟ ଅସରପା ହୋଇ ନ ଥାନ୍ତି। ଯଦି ଘରେ ଅସରପା ହେଉଥାନ୍ତି ତେବେ ଏହି ପତ୍ରକୁ ଉକ୍ତ ସ୍ଥାନରେ ରଖିବା ଫଳରେ ଏହି ସମସ୍ୟା ଦୂର ହୋଇଯିବ।

ଲବଙ୍ଗକୁ ମଧ୍ୟ ଅସରପା ଡରିଥାନ୍ତି। ଷ୍ଟୋର ରୁମ୍‌ କିମ୍ବା ରୋଷେଇ ଘରେ ଏହାକୁ ରଖିଦେବା ଫଳରେ ଅସରପା ହୋଇ ନ ଥାନ୍ତି।

ବ୍ରଶ୍‌ରେ ଲଗାଯାଉଥିବା ପାଉଡର ଦ୍ୱାରା ମଧ୍ୟ ଅସରପା ଦୂର ହୋଇଥାନ୍ତି।