ଘରର ମୁଖ୍ୟଦ୍ୱାର ଓ ବାସ୍ତୁଶାସ୍ତ୍ର

ଘରକୁ ବହୁ କଷ୍ଟରେ ତିଆରି କରାଯାଏ। କିନ୍ତୁ ଯେଉଁ ଘରେ ବାସ୍ତୁଦୋଷ ରହିଯାଏ ସେହି ଘରର ଖୁସି ଉପରେ ଯେମିତି କାହାର ନଜର ଲାଗିଯାଇଛି ପରି ମନେହୁଏ। ଏଥିପାଇଁ କେତୋଟି କଥା ପ୍ରତି ଦୃଷ୍ଟିଦିଅନ୍ତୁ । ଜାଣନ୍ତୁ ଏମିତି କେତୋଟି ଟିପ୍ସ…
ପ୍ରଥମେ ଧ୍ୟାନଦେବାକୁ ହେବ ଯେ କେଉଁ ଜିନିଷ ମେନ୍‌ ଗେଟ୍‌ ବାହାରେ ରଖିବେନି। ଗେଟ୍‌ ବାହାରେ କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। କଣ୍ଟା ଜାତୀୟ ଗଛ ବାହାରେ ରହିବା ଦ୍ୱାରା ଘରର ସବୁ ପଜିଟିଭ୍‌ ଏନର୍ଜି ବାହାରକୁ ପଳାଇବ ଏବଂ ଘରେ ରହୁଥିବା ବ୍ୟକ୍ତି ମାନସିକ ଚିନ୍ତାଗ୍ରସ୍ତ ହେବା ଆଶଙ୍କା ରହିଛି।
ଘରର ପ୍ରବେଶ ଦ୍ୱାରରେ କୌଣସି ଭଙ୍ଗା ଜିନିଷ ରଖନ୍ତୁ ନାହିଁ। ଭଙ୍ଗା ଚେୟାର, ଟେବୁଲ୍‌, ବେଡ୍‌, ଡୋର ଆଦି ରଖନ୍ତୁ ନାହିଁ। ଏସବୁ ଜିନିଷ ରହିବା ଦ୍ୱାରା ଘରେ ଅଶାନ୍ତି ବୃଦ୍ଧିପାଏ।
ମୁଖ୍ୟଦ୍ୱାର ସାମ୍ନାରେ ଦେବୀ ଓ ଦେବତାଙ୍କ ମନ୍ଦିର ସ୍ଥାପନ କଲେ ସେଠାରେ ସେମାନେ ବାସକରନ୍ତି ନାହିଁ। ଏହାଦ୍ୱାରା ଆପଣଙ୍କୁ କଷ୍ଟ ସହିବାକୁ ପଡ଼ିପାରେ।
କେବେ ବି ଘର ସାମ୍ନାରେ ଗାତ କିମ୍ବା କୂଅ ଖୋଳନ୍ତୁ ନାହିଁ। କୂଅ ଘର ସାମ୍ନାରେ ରହିବା ଦ୍ୱାରା ଘରେ ଅଶାନ୍ତି ଦେଖାଯାଏ।