ଘରଭଙ୍ଗା ତଦନ୍ତ ପାଇଁ ଯାଇ ଅତିରିକ୍ତ ତହସିଲଦାର ହଟହଟା : ଗାଁ ଭିତରକୁ ଛାଡ଼ିଲେନି ଶତାଧିକ ମହିଳା

ନିମାପଡ଼ା,୧।୭ (ଡି.ଏନ୍‌.ଏ.) : ନିମାପଡ଼ା ବ୍ଲକ ଅନ୍ତର୍ଗତ ରେଞ୍ଚଶାସନ ପଞ୍ଚାୟତର ବିଶ୍ୱାଳସାହି ଗ୍ରାମରେ ରବିବାର ବାତ୍ୟା କ୍ଷତିଗ୍ରସ୍ତ ଘରଭଙ୍ଗା ତଦନ୍ତ କରିବାକୁ ଯାଇ ଜଣେ ଅତିରିକ୍ତ ତହସିଲଦାର ହଟହଟା ହୋଇଛନ୍ତି। ଏପରିକି ଗ୍ରାମର ଶତାଧିକ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଅଟକାଇବା ସହ ଗ୍ରାମ ଭିତରକୁ ଛାଡି ନ ଥିଲେ। ପ୍ରକାଶ ଯେ, ବାତ୍ୟାରେ ନିମାପଡ଼ା ବ୍ଲକ ଅଧୀନ ଅଞ୍ଚଳଗୁଡିକ ଅଧିକ କ୍ଷୟକ୍ଷତି ହୋଇଥିଲା। ଶତାଧିକରୁ ଊର୍ଦ୍ଧ୍ୱ ଲୋକ ବାସଗୃହ ହରାଇ ବେସାହାରା ହୋଇପଡିଥିଲେ। ଏ ନେଇ ବାତ୍ୟା ପରେ ରାଜସ୍ବ ନିରୀକ୍ଷକ(ଆରଆଇ) ଓ ଅନ୍ୟ ସରକାରୀ କର୍ମଚାରୀଙ୍କ ସହ ବିଶ୍ୱାଳସାହି ଗ୍ରାମକୁ ଆସି ଘରଭଙ୍ଗା ତଦନ୍ତ କରିଥିଲେ। ଇତିମଧ୍ୟରେ ବାତ୍ୟା ଯିବାର ଓ ତଦନ୍ତ କରିବାର ବହୁଦିନ ବିତିଯାଇଥିଲେ ମଧ୍ୟ ନିମାପଡ଼ାର ଅନେକ ଅଞ୍ଚଳବାସୀ ଠିକ ଭାବେ ସହାୟତା ପାଇନାହାନ୍ତି। ଏହାସହ ତଦନ୍ତରେ ଅନିୟମିତତା ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବାପରେ ନିମାପଡ଼ା ତହସିଲର ଅତିରିକ୍ତ ତହସିଲଦାର ଲୋଚନ ଦାସ ରବିବାର ପୁନଃ ତଦନ୍ତ ପାଇଁ ବିଶ୍ୱାଳସାହି ଗ୍ରାମକୁ ଯାଇଥିଲେ। କିନ୍ତୁ ଶତାଧିକ ମହିଳା ସେମାନଙ୍କୁ ଅଟକାଇ ପୂର୍ବରୁ ତଦନ୍ତ ହୋଇଥିବା ରିପୋର୍ଟ କୁଆଡେ ଗଲା, କିଭଳି ତଦନ୍ତ ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଫଳରେ ଅତିରିକ୍ତ ତହସିଲଦାର ପୂର୍ବ ରିପୋର୍ଟରେ ଅନିୟମିତତା ଥିବାର ଅଭିଯୋଗ ହେବା ଯୋଗୁ ପୁନଃ ଏହି ତଦନ୍ତ ହୋଇଛି ବୋଲି ମହିଳାମାନଙ୍କୁ ବୁଝାଇଥିଲେ। କିନ୍ତୁ ମହିଳାମାନେ ନିଜ ଜିଦ୍‌ରେ ଅଟଳ ରହିବାରୁ ବାଧ୍ୟହୋଇ ଅତିରିକ୍ତ ତହସିଲଦାର ବିନା ତଦନ୍ତରେ ନିରାଶ ହୋଇ ସେଠାରୁ ଫେରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଲୋଚନ ଦାସ କୁହନ୍ତି, ଶତାଧିକ ମହିଳା ମୋତେ ଅଟକାଇ ତଦନ୍ତ ପାଇଁ ଗ୍ରାମକୁ ନ ଛାଡିବାରୁ ମୁଁ ବିଶ୍ୱାଳସାହି ଗ୍ରାମରୁ ଫେରିଆସି ଅନ୍ୟ ଗ୍ରାମକୁ ତଦନ୍ତ ପାଇଁ ଯାଇଥିଲି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri