ଘରକୁ ଫେରୁଥିବା ୮ ଶ୍ରମିକଙ୍କୁ ସଙ୍ଗରୋଧ ଗୃହକୁ ପଠାଇଲା ପୋଲିସ

 

କୋକସରା,୧୨।୪ (ଡି.ଏନ.ଏ.) କୋରାପୁଟ ଜିଲାର ବୋରିଗୁମାର ଏକ ରାଇସ୍‌ ମିଲ୍‌ରେ ଶ୍ରମିକ ଭାବରେ କାମ କରୁଥିବା ୮ ଜଣ ଶ୍ରମିକ ରବିବାର ଚାଲି ଚାଲି ଘରକୁ ଫେରୁଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି। କଳାହାଣ୍ଡି ଓ ନବରଙ୍ଗପୁର ସୀମାରେ ଆମପାଣି ପୋଲିସ ସେମାନଙ୍କୁ ଅଟକାଇ ଆମପାଣି ସଙ୍ଗରୋଧ ଗୃହକୁ ପଠାଇଛି। ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ଏହି ସୂଚନା ଦେଇଛନ୍ତି। ଏମାନଙ୍କ ଘର କଳାହାଣ୍ଡି ଜଲା ଭବାନୀପାଟଣା ସଦର ଥାନା ଅଧୀନ ମେରପୁର ଗାଁରେ ବୋଲି ପୋଲିସ କହିଛି।