ଘରକୁ ଫେରିଲେ ଶବାନା

ମୁମ୍ବାଇ: ଦୀର୍ଘ ୧୪ ଦିନ ହସ୍ପିଟାଲରେ ରହିବା ପରେ ଏବେ ଘରକୁ ଫେରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ। ଟୁଇଟ୍‌ କରି ନିଜେ ଶବାନା ଏହି ସୂଚନା ଦେଇଛନ୍ତି। ତାଙ୍କ ଆରୋଗ୍ୟ କାମନା କରିଥିବା ସମସ୍ତ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେ ମୁକେଶ ଅମ୍ବାନୀଙ୍କ ପତ୍ନୀ ଟିନା ଅମ୍ବାନୀ ଓ କୋକିଳା ବେନ୍‌ ହସ୍ପିଟାଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଶବାନାଙ୍କ ଏହି ଟୁଇଟ୍‌ ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଅନୁଯାୟୀ, ଶବାନା ୧୮ ଜାନୁୟାରୀରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏଥିରେ ତାଙ୍କ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କ କାର୍‌ରେ ଥିବା ଶବାନାଙ୍କ ସ୍ବାମୀ ଜଭେଦ ଅଖତର କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

Share