ଘରକୁ ଫେରିଲେ ଆହତ ରଣଦୀପ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣଦୀପ ହୁଡ୍ଡା ହସ୍ପିଟାଲରୁ ସୁସ୍ଥ ହୋଇ ଏବେ ଘରକୁ ଫେରିଛନ୍ତି। ସଲମାନଙ୍କ ଅପ୍‌ କମିଂ ଫିଲ୍ମ ‘ରାଧେ: ଇୟୋର ମୋଷ୍ଟ ଓ୍ବାଣ୍ଟଟେଡ୍‌ ଭାଇ’ରେ ଖଳନାୟକ ଚରିତ୍ରରେ ଅଭିନୟ କରୁଛନ୍ତି ରଣଦୀପ। ଆସନ୍ତା ଇଦ୍‌ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ଶୁଟିଂ ଜୋରସୋରରେ ଚାଲିଛି। ୨ଦିନ ପୂର୍ବରୁ ଏକ ଆକ୍ସନ ସିନ୍‌ର ଶୁଟିଂ ସମୟରେ ରଣଦୀପ ହୁଡ୍ଡା ଆହତ ହୋଇପଡ଼ିଥିଲେ। ଆହତ ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ତେବେ ହସ୍ପିଟାଲରେ ଥିବା ସମୟର ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ରାଧେରେ ଆକ୍ସନ ସିନ୍‌ ପାଇଁ ସଲମାନ ଖାଁ କୋରିଆନର ସ୍ପେଶାଲ ଷ୍ଟଣ୍ଟ ଟିମ୍‌କୁ ଆଣିଥିବା ଜଣାପଡ଼ିଛି।

Share