ଘରକୁ ଫେରିବାବେଳେ ବାଟବଣା ହେଲେ, କ୍ୱାରାଣ୍ଟାଇନ ସେଣ୍ଟରରେ ରହିଲେ ଶ୍ରମିକ

ଖପ୍ରାଖୋଲ, ୨୮ା୪(ଡି.ଏନ.ଏ.): ଲକଡାଉନ୍‌ ଯୋଗୁଁ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ । ଖାଲି ରାଜ୍ୟ ବାହାରେ ନୁହଁ ରାଜ୍ୟ ଭିତରେ ବି ଭୋଗୁଛନ୍ତି ସମସ୍ୟା । ଫଳରେ କାମ ଅଭାବରେ ଶ୍ରମିକମାନେ ହେଉଛନ୍ତି ଘରମୁହଁା । ହେଲେ କେତେବେଳେ ସେମାନେ ଘରକୁ ଯିବା ରାସ୍ତାରେ ବାଟବଣା ହୋଇ କ୍ୱାରାଣ୍ଟାଇନ ସେଣ୍ଟରରେ ବି ରହୁଥିବା ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ । ସୂଚନା ଅନୁସାରେ ନୂଆପଡା ଜିଲା ଧରମବନ୍ଧା ଏବଂ ରତିପାଲି ଗାଁର ୨ ପରିବାର ତିନି ଶିଶୁଙ୍କ ସମେତ ମୋଟ ୭ଜଣ ଦାଦନ ଶ୍ରମିକ ବଲାଙ୍ଗୀର ଜିଲା ତୁଷୁରା ଗାଁ ପାଖରେ ଇଟାକାମ କରୁଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁଁ କାମ ବନ୍ଦ ହୋଇଯିବାରୁ ଚାଲିଚାଲି ବଲାଙ୍ଗୀର ଯାଏଁ ଆସିଲା ପରେ ଏକ ଅଟୋ କରି ଘରକୁ ଫେରୁଥିଲେ । ହେଲେ ଅଟୋ ଚାଳକ କେବଳ ବଲାଙ୍ଗୀର ଜିଲା ସୀମା ଯାଏଁ ଛାଡିଦେବାକୁ କହି ହରିଶଙ୍କର ରୋଟ ବଦଳରେ ହରିଶଙ୍କରଠାରେ ଆଣି ଛାଡିଦେଇଥିଲା । ଫଳରେ ଶ୍ରମିକମାନେ ବାଟବଣା ହୋଇ ପିଲାଛୁଆ, ବ୍ୟାଗପତ୍ର ଧରି ବୁଲୁଥିବାବେଳେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ସୁରେଶ ପୂଝାରୀଙ୍କୁ ଜଣାଇଥିଲେ । ସରପଞ୍ଚ ପୂଝାରୀ ସମସ୍ତ ଶ୍ରମିକଙ୍କୁ ନାନ୍ଦୁପଲା ସ୍କୁଲରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଇଥିବା ଜଣାଯାଇଛି । ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ପଞ୍ଚାୟତରେ ୧୪ଦିନ ଯାଏଁ ରଖାଯାଇପାରିବ ବୋଲି କହିଛନ୍ତି। ତହସିଲଦାର ନିରଞ୍ଜନ ନାଏକ କହିଛନ୍ତି ଯେ, ନୂଆପଡା ଜିଲା ପ୍ରଶାସନ ସହ ଯୋଗାଯୋଗ ଚାଲିଛି । ସେମାନେ ନିଜ ଗାଁକୁ କିଭଳି ଯାଇପାରିବେ ସେ ନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri