ଘରକୁ ଦିଅନ୍ତୁ କଲରଫୁଲ୍‌ ଲୁକ୍‌

କଲରଫୁଲ୍‌ ଡେକୋରେଟିଭ୍‌ ଆଇଟମ୍‌ ଘରକୁ ଆକର୍ଷଣୀୟ ଓ ଫ୍ରେସ୍‌ ଲୁକ୍‌ ଦେଇଥାଏ। ଯଦି ଦୀପାବଳିରେ ଆପଣ ନିଜ ଘରକୁ ଏପରି ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ…

ଘରସଜା ସାମଗ୍ରୀ କିଣିଲାବେଳେ ବ୍ରାଇଟ୍‌ କଲରକୁ ନଜରରେ ରଖନ୍ତୁ। ବୋଲ୍ଡ ଏବଂ ବ୍ରାଇଟ୍‌ କଲରର ଫଟୋ ଫ୍ରେମ୍‌, ଫୁଲଦାନି, ଶୋ’ ପିସ୍‌ ଭଳି ଜିନିଷ ଘରକୁ ନୂଆ ଲୁକ୍‌ ଦେଇଥାଏ।
ଘରକୁ ସତେଜତାଭରା କରିବା ପାଇଁ ଫୁଲ ବେଷ୍ଟ ଅପ୍ସନ। ଆପଣ ଚାହିଁଲେ ଉଭୟ ଆର୍ଟିଫିସିଆଲ ଏବଂ ସତେଜ ଫୁଲ ବ୍ୟବହାର କରିପାରିବେ। କଲରଫୁଲ୍‌ ଫ୍ଲାଓ୍ବାର ପଟ୍‌ ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ନିଅନ୍‌ କଲର ଫ୍ଲାଓ୍ବାର ପଟ୍‌ ବି ଘରକୁ ବେଶ୍‌ ମାନିବ।
ଟିପିକାଲ୍‌ ଫର୍ନିଚର ବଦଳରେ ଭିନ୍ନ ଭିନ୍ନ ଡିଜାଇନ୍‌, ଶେପ୍‌ ଏବଂ କଲରର ଫର୍ନିଚରରେ ଘର ସଜାନ୍ତୁ। ଏହା ଆପଣଙ୍କ ଘରକୁ ଆକର୍ଷଣୀୟ କରିବ।
ଭିନ୍ନ ଭିନ୍ନ କଲରର ଟ୍ରେଣ୍ଡି ପିଲୋ କଭରରେ ମଧ୍ୟ ଆପଣ କମ୍‌ ଖର୍ଚ୍ଚରେ ଓ ସହଜରେ ଘର ସଜାଇପାରିବେ।
କୌଣସି ଦିନକୁ ଖାସ୍‌ କରିବା ପାଇଁ କଲରଫୁଲ୍‌ ଏବଂ ସେଣ୍ଟେଡ୍‌ କ୍ୟାଣ୍ଡେଲରେ ଘର ସଜାଇପାରିବେ।
ଘରର କଲର ଲାଇଟ୍‌ ହୋଇଥିଲେ ବ୍ରାଇଟ୍‌ କଲରର ପରଦା ଚୟନ କରନ୍ତୁ।
ନୂଆ ଫର୍ନିଚର କିଣିବା ଯଦି ସମ୍ଭବ ହେଉନି ତେବେ ପୂର୍ବରୁ ଘରେ ଥିବା ସୋଫା ଏବଂ ଅନ୍ୟ ଚେୟାରଗୁଡିକର କଭର ବଦଳାଇ ଘରକୁ ନୂଆ ଲୁକ୍‌ ଦିଅନ୍ତୁ।
ଯଦି ଘର ସଜାଇବାକୁ ସମୟ ନାହିଁ ତେବେ ଘରର କୌଣସି ଏକ କୋଣ ଯାହାକି ସେଣ୍ଟର ଅଫ୍‌ ଆଟ୍ରାକ୍ସନ ରହିଥାଏ, ସେଠାରେ ଶୋ’ ପିସ୍‌, ଫ୍ଲାଓ୍ବ୍‌ାର ପଟ୍‌ କିମ୍ବା ରଙ୍ଗିନ କ୍ୟାଣ୍ଡେଲ ଭଳି ଜିନିଷ ରଖି ଘରର ଶୋଭା ବଢ଼ାଇପାରିବେ।
ଛୋଟ ପିଲାମାନେ ରଙ୍ଗକୁ ଖୁବ୍‌ ଭଲ ପାଆନ୍ତି। ସେମାନଙ୍କ ରୁମ୍‌ ସଜାଇବାବେଳେ ତାଙ୍କ ପସନ୍ଦର କାର୍ଟୁନ୍‌, କଲର ଆଦିକୁ ଗୁରୁତ୍ୱ ଦିଅନ୍ତୁ।