ଘରକୁ ଦିଅନ୍ତୁ କଲରଫୁଲ୍‌ ଲୁକ୍‌

କଲରଫୁଲ୍‌ ଡେକୋରେଟିଭ୍‌ ଆଇଟମ୍‌ ଘରକୁ ଆକର୍ଷଣୀୟ ଓ ଫ୍ରେସ୍‌ ଲୁକ୍‌ ଦେଇଥାଏ। ଯଦି ଦୀପାବଳିରେ ଆପଣ ନିଜ ଘରକୁ ଏପରି ସଜାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ…

ଘରସଜା ସାମଗ୍ରୀ କିଣିଲାବେଳେ ବ୍ରାଇଟ୍‌ କଲରକୁ ନଜରରେ ରଖନ୍ତୁ। ବୋଲ୍ଡ ଏବଂ ବ୍ରାଇଟ୍‌ କଲରର ଫଟୋ ଫ୍ରେମ୍‌, ଫୁଲଦାନି, ଶୋ’ ପିସ୍‌ ଭଳି ଜିନିଷ ଘରକୁ ନୂଆ ଲୁକ୍‌ ଦେଇଥାଏ।
ଘରକୁ ସତେଜତାଭରା କରିବା ପାଇଁ ଫୁଲ ବେଷ୍ଟ ଅପ୍ସନ। ଆପଣ ଚାହିଁଲେ ଉଭୟ ଆର୍ଟିଫିସିଆଲ ଏବଂ ସତେଜ ଫୁଲ ବ୍ୟବହାର କରିପାରିବେ। କଲରଫୁଲ୍‌ ଫ୍ଲାଓ୍ବାର ପଟ୍‌ ଘରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ନିଅନ୍‌ କଲର ଫ୍ଲାଓ୍ବାର ପଟ୍‌ ବି ଘରକୁ ବେଶ୍‌ ମାନିବ।
ଟିପିକାଲ୍‌ ଫର୍ନିଚର ବଦଳରେ ଭିନ୍ନ ଭିନ୍ନ ଡିଜାଇନ୍‌, ଶେପ୍‌ ଏବଂ କଲରର ଫର୍ନିଚରରେ ଘର ସଜାନ୍ତୁ। ଏହା ଆପଣଙ୍କ ଘରକୁ ଆକର୍ଷଣୀୟ କରିବ।
ଭିନ୍ନ ଭିନ୍ନ କଲରର ଟ୍ରେଣ୍ଡି ପିଲୋ କଭରରେ ମଧ୍ୟ ଆପଣ କମ୍‌ ଖର୍ଚ୍ଚରେ ଓ ସହଜରେ ଘର ସଜାଇପାରିବେ।
କୌଣସି ଦିନକୁ ଖାସ୍‌ କରିବା ପାଇଁ କଲରଫୁଲ୍‌ ଏବଂ ସେଣ୍ଟେଡ୍‌ କ୍ୟାଣ୍ଡେଲରେ ଘର ସଜାଇପାରିବେ।
ଘରର କଲର ଲାଇଟ୍‌ ହୋଇଥିଲେ ବ୍ରାଇଟ୍‌ କଲରର ପରଦା ଚୟନ କରନ୍ତୁ।
ନୂଆ ଫର୍ନିଚର କିଣିବା ଯଦି ସମ୍ଭବ ହେଉନି ତେବେ ପୂର୍ବରୁ ଘରେ ଥିବା ସୋଫା ଏବଂ ଅନ୍ୟ ଚେୟାରଗୁଡିକର କଭର ବଦଳାଇ ଘରକୁ ନୂଆ ଲୁକ୍‌ ଦିଅନ୍ତୁ।
ଯଦି ଘର ସଜାଇବାକୁ ସମୟ ନାହିଁ ତେବେ ଘରର କୌଣସି ଏକ କୋଣ ଯାହାକି ସେଣ୍ଟର ଅଫ୍‌ ଆଟ୍ରାକ୍ସନ ରହିଥାଏ, ସେଠାରେ ଶୋ’ ପିସ୍‌, ଫ୍ଲାଓ୍ବ୍‌ାର ପଟ୍‌ କିମ୍ବା ରଙ୍ଗିନ କ୍ୟାଣ୍ଡେଲ ଭଳି ଜିନିଷ ରଖି ଘରର ଶୋଭା ବଢ଼ାଇପାରିବେ।
ଛୋଟ ପିଲାମାନେ ରଙ୍ଗକୁ ଖୁବ୍‌ ଭଲ ପାଆନ୍ତି। ସେମାନଙ୍କ ରୁମ୍‌ ସଜାଇବାବେଳେ ତାଙ୍କ ପସନ୍ଦର କାର୍ଟୁନ୍‌, କଲର ଆଦିକୁ ଗୁରୁତ୍ୱ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri