ଘନିଷ୍ଠତା ବେଶି, ତିକ୍ତତା କମ୍‌

ଲଳିତେନ୍ଦୁ ପଲାଉରୀ

୭୭ବର୍ଷରେ ପଦାର୍ପଣ କରିଛି ଭାରତ-ରୁଷ ବନ୍ଧୁତା। ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୧୭ଥର ସାକ୍ଷାତ ଆଲୋଚନା କରିଛନ୍ତି। କିନ୍ତୁ ଦୀର୍ଘ ୫ବର୍ଷର ବ୍ୟବଧାନ ପରେ ଉଭୟ ମସ୍କୋରେ ଏକାଠି ହୋଇଥିଲେ। ରୁଷ-ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଅସ୍ଥିରତା, ରୁଷକୁ ନାଟୋ ସଦସ୍ୟ ଦେଶଙ୍କ ବାସନ୍ଦ, ସୁପରପାୱାର ପାଇଁ ରେସ ଭିତରେ ଉଭୟ ଭାରତ-ରୁଷ ରାଷ୍ଟ୍ରନେତାଙ୍କ ସାକ୍ଷାତ ଆଲୋଚନା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ମସ୍କୋରେ ଭାରତ-ରୁଷ ୨୨ତମ ଦ୍ବିପାକ୍ଷିକ ଶିଖର ବୈଠକରେ ଦୁଇ ନେତା ବର୍ତ୍ତମାନ ବିଶ୍ବର ସ୍ଥିତି, ଅନେକ ଐତିହାସିକ ରାଜିନାମା, ସହଯୋଗ ଓ ସହଭାଗିତା ନେଇ ଆଲୋଚନା କରିଛନ୍ତି। ଦୁଇଦେଶ ମଧ୍ୟରେ ତିକ୍ତତା କମ୍‌ ବରଂ ବିଶ୍ବାସ ଅଧିକ ବୃଦ୍ଧି ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ରୁଷଠାରୁ ୪୫.୪ଲକ୍ଷ କୋଟିର ଅଶୋଧିତ ତୈଳ ଆମଦାନୀ କରିଛି। ଉଭୟ ଦେଶ ମଧ୍ୟରେ ୫୪ଲକ୍ଷ କୋଟିର ବ୍ୟବସାୟ ହୋଇଛି। ଭାରତକୁ ରୁଷ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ ୨୦୧୯ରେ ରାଜିନାମା କରିଥିବା ବେଳେ ତୁରନ୍ତ ସମସ୍ତ ଏୟାରଡିଫେନ୍ସ ସିଷ୍ଟମ ଭାରତକୁ ଯୋଗାଇ ଦେବାକୁ ପୁଟିନଙ୍କୁ ମୋଦି କହିଛନ୍ତି। ନିକଟରେ ଭାରତ ଇରାନର ଚାବାହାର ବନ୍ଦରକୁ ଲିଜ ସୂତ୍ରରେ ନେଇଥିବା ବେଳେ ରୁଷ-ଭାରତ ମଧ୍ୟରେ ନୂଆ ବାଣିଜ୍ୟ ରୁଟ୍‌ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଉଭୟ ଦେଶ ନର୍ଥ-ସାଉଥ୍‌ ଟ୍ରାନ୍ସପୋର୍ଟ କରିଡରକୁ ଗୁରୁତ୍ୱ ଦେଇଛନ୍ତି। ରୁଷର ପର୍ଯ୍ୟଟନ ଶିଳ୍ପର ବିକାଶରେ ପ୍ରବାସୀ ଭାରତୀୟଙ୍କ ସହଭାଗିତା ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି।
ଭାରତ-ରୁଷ ସମ୍ପର୍କ କେବେ ବି ଭଟ୍ଟା ପଡିନି। ଏହା ଚିର ସବୁଜ ହୋଇଛି। ମୋଦିଙ୍କୁ ରୁଷର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ ଦି ଆପୋଷ୍ଟଲ ସମ୍ମାନରେ ସମ୍ମାନିତ କରିଛନ୍ତି ପୁଟିନ। ଏହା ଉଭୟ ରାଷ୍ଟ୍ରର ଦୀର୍ଘଦିନର ବନ୍ଧୁତାର ପରିଚୟ ବୋଲି ପୁଟିନ କହିଥିଲେ। ତେବେ ରୁଷ ବନ୍ଧୁରାଷ୍ଟ୍ର ହେଲେ ମଧ୍ୟ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କ ଆଭିମୁଖ୍ୟ ଯଥାର୍ଥ ନୁହେଁ ବୋଲି ମୋଦି ତାଙ୍କୁ ଆକଟ କରିଛନ୍ତି। ଯୁଦ୍ଧ ସର୍ବଦା ଶାନ୍ତିର ପରିପନ୍ଥୀ। କୌଣସି ବି ଯୁଦ୍ଧ ବିଶ୍ବରେ ଶାନ୍ତି ନୁହେଁ ବରଂ ବିଶ୍ବକୁ ଅଧିକ ସଙ୍କଟ ଓ ଅସ୍ଥିରତାକୁ ଠେଲି ଦେଇଥାଏ। ଆଲୋଚନା ମାଧ୍ୟମରେ କୌଣସି ବିବାଦର ସମାଧାନର ସୂତ୍ର ବାହାରି ପାରିବ। ୟୁକ୍ରେନ ସଙ୍କଟର ସମାଧାନ ପାଇଁ ମୋଦି ଦେଇଥିବା ପ୍ରସ୍ତାବକୁ ପୁଟିନ ଗ୍ରହଣ କରିଛନ୍ତି। ଉଭୟ ନେତା ଆତଙ୍କବାଦର ଘୋର ନିନ୍ଦା କରିଛନ୍ତି। ଭାରତ ଦୀର୍ଘ ୪୦ରୁ ୫୦ ବର୍ଷ ଧରି ଆତଙ୍କବାଦର ସାମ୍ନା କରିଆସୁଛି। ତେଣୁ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଥିବା ଦେଶ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ ନେଇ ଉଭୟ ଦେଶ ମିଳିତ ଘୋଷଣା କରିଛନ୍ତି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ପ୍ରଥମ ଥର ପାଇଁ ରୁଷ ଗସ୍ତରେ ଯାଇଥିଲେ ପିଏମ୍‌ ମୋଦି। ପୂର୍ବରୁ ୨୦୧୯ରେ ରୁଷ ଗସ୍ତ କରିଥିଲେ ପିଏମ୍‌ ମୋଦି। ଶେଷ ଥର ପାଇଁ ରୁଷ ରାଷ୍ଟ୍ରପତି ଭ୍ଲଡିମିର ପୁଟିନଙ୍କୁ ସମରକନ୍ଦ ଏସ୍‌ସିଓ ଶିଖର ବୈଠକ ଅବସରରେ ଭେଟିଥିଲେ ମୋଦି।
ସେପଟେ ମୋଦି-ପୁଟିନଙ୍କ ସାକ୍ଷାତ୍‌କାର ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଖପ୍ପା ହୋଇଛନ୍ତି। ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଦେଶର ନେତା ନରେନ୍ଦ୍ର ମୋଦି ଦୁନିଆର ସବୁଠାରୁ ବଡ଼ ଅପରାଧୀଙ୍କୁ ଆଲିଙ୍ଗନ କରିବା ନୈରାଶ୍ୟଜନକ ବୋଲି ଜେଲନସ୍କି ତାଙ୍କ ଟୁଇଟ୍‌ ଆକାଉଣ୍ଟରେ ଉଲ୍ଲେଖ କରିଥିଲେ। ଭାରତ ରୁଷ ଶିଖର ବୈଠକ ବେଳେ ଆମେରିକାରେ ଅନୁଷ୍ଠିତ ହୋଇଯାଇଛି ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ବୈଠକ। ଏଥିରେ ରୁଷ ଉପରେ ଅଧିକରୁ ଅଧିକ କଟକଣା ଓ ୟୁକ୍ରେନକୁ ଅସ୍ତ୍ରସସ୍ତ୍ର ଯୋଗାଣ ନେଇ ନାଟୋ ଦେଶ ଆଲୋଚନା କରିଛନ୍ତି। ତେବେ ଭାରତ-ରୁଷ ଦ୍ବିପାକ୍ଷିକ ସମ୍ପର୍କ ଓ ଆଲୋଚନା ଦୁଇଦେଶର ପ୍ରସଙ୍ଗ ବୋଲି ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରି ସାରିଛି। ଶେଷରେ ଏତିକି କୁହାଯାଇ ପାରେ ଭାରତର କୂଟନୈତିକ ଆଭିମୁଖ୍ୟ ସବୁବେଳେ ବନ୍ଧୁରାଷ୍ଟ୍ରଙ୍କ ପ୍ରତି ବିଶ୍ବାସ ଅତୁଟ ରହିଥିବା ବେଳେ ଆମେରିକା ସହଯୋଗୀ ନାଟୋ ଦେଶଙ୍କ ସହ ମଧ୍ୟ ଭାରତ ତା’ର ସମ୍ପର୍କ ସୁଦୃଢ଼ ରଖିଛି।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ:୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

ବୈଦିକ ସଂସ୍କୃତିର ସୌରଭ

ବେଦ, ମାନବ ଜାତି ପାଇଁ ଈଶ୍ୱରଙ୍କ ଅମୂଲ୍ୟ ସଂପଦ। ଏହା ପରମାତ୍ମାଙ୍କ ଅମୃତ ବାଣୀ। ଆର୍ଯ୍ୟ ସାହିତ୍ୟର ଅକ୍ଷୟ ଭଣ୍ଡାର। ଏଥିରେ ଥିବା ଈଶ୍ୱର ପ୍ରଦତ୍ତ...

ଆତଙ୍କବାଦ: ଉତ୍ସ ଓ ଉତ୍ପାଟନ

କେବଳ ମାତ୍ର ତୁମ ନିଜ ବିଶ୍ୱାସକୁ ହିଁ ଜ୍ଞାନ ବୋଲି କହି ଅନ୍ୟମାନଙ୍କ ବିଶ୍ୱାସକୁ ପ୍ରମାଦ, ଅଜ୍ଞାନ ଅଥବା ମିଥ୍ୟା ବୋଲି ଅଭିହିତ କରିବା ନିହାତି...

ସସୀମରୁ ଅସୀମ

ଛତିଶଗଡ଼ ବିଳାସପୁର ନିକଟରେ ଅଛି ଛୋଟ ସହର ମହ୍ଲାର ଏବଂ ଏଠାରେ ଚାରି ବାହୁ ଥିବା ଜଣେ ସୈନିକଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ସେ ହାତରେ...

ତରକାରି ଆଇନକୁ ଅଣଦେଖା

ବର୍ତ୍ତମାନ ବିବାହ ଓ ଭୋଜିଭାତ ଋତୁ ଚାଲିଛି। ଏହି ସମୟରେ ନଅ ତିଅଣ ଛଅ ଭଜାଠାରୁ ଆହୁରି ଲମ୍ବି ଗଲାଣି ଖାଇବା ମେନୁର ତାଲିକା। ଏମିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri