ଘନିଷ୍ଠତା ବେଶି, ତିକ୍ତତା କମ୍‌

ଲଳିତେନ୍ଦୁ ପଲାଉରୀ

୭୭ବର୍ଷରେ ପଦାର୍ପଣ କରିଛି ଭାରତ-ରୁଷ ବନ୍ଧୁତା। ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୧୭ଥର ସାକ୍ଷାତ ଆଲୋଚନା କରିଛନ୍ତି। କିନ୍ତୁ ଦୀର୍ଘ ୫ବର୍ଷର ବ୍ୟବଧାନ ପରେ ଉଭୟ ମସ୍କୋରେ ଏକାଠି ହୋଇଥିଲେ। ରୁଷ-ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଅସ୍ଥିରତା, ରୁଷକୁ ନାଟୋ ସଦସ୍ୟ ଦେଶଙ୍କ ବାସନ୍ଦ, ସୁପରପାୱାର ପାଇଁ ରେସ ଭିତରେ ଉଭୟ ଭାରତ-ରୁଷ ରାଷ୍ଟ୍ରନେତାଙ୍କ ସାକ୍ଷାତ ଆଲୋଚନା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ମସ୍କୋରେ ଭାରତ-ରୁଷ ୨୨ତମ ଦ୍ବିପାକ୍ଷିକ ଶିଖର ବୈଠକରେ ଦୁଇ ନେତା ବର୍ତ୍ତମାନ ବିଶ୍ବର ସ୍ଥିତି, ଅନେକ ଐତିହାସିକ ରାଜିନାମା, ସହଯୋଗ ଓ ସହଭାଗିତା ନେଇ ଆଲୋଚନା କରିଛନ୍ତି। ଦୁଇଦେଶ ମଧ୍ୟରେ ତିକ୍ତତା କମ୍‌ ବରଂ ବିଶ୍ବାସ ଅଧିକ ବୃଦ୍ଧି ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ରୁଷଠାରୁ ୪୫.୪ଲକ୍ଷ କୋଟିର ଅଶୋଧିତ ତୈଳ ଆମଦାନୀ କରିଛି। ଉଭୟ ଦେଶ ମଧ୍ୟରେ ୫୪ଲକ୍ଷ କୋଟିର ବ୍ୟବସାୟ ହୋଇଛି। ଭାରତକୁ ରୁଷ ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ ୨୦୧୯ରେ ରାଜିନାମା କରିଥିବା ବେଳେ ତୁରନ୍ତ ସମସ୍ତ ଏୟାରଡିଫେନ୍ସ ସିଷ୍ଟମ ଭାରତକୁ ଯୋଗାଇ ଦେବାକୁ ପୁଟିନଙ୍କୁ ମୋଦି କହିଛନ୍ତି। ନିକଟରେ ଭାରତ ଇରାନର ଚାବାହାର ବନ୍ଦରକୁ ଲିଜ ସୂତ୍ରରେ ନେଇଥିବା ବେଳେ ରୁଷ-ଭାରତ ମଧ୍ୟରେ ନୂଆ ବାଣିଜ୍ୟ ରୁଟ୍‌ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଉଭୟ ଦେଶ ନର୍ଥ-ସାଉଥ୍‌ ଟ୍ରାନ୍ସପୋର୍ଟ କରିଡରକୁ ଗୁରୁତ୍ୱ ଦେଇଛନ୍ତି। ରୁଷର ପର୍ଯ୍ୟଟନ ଶିଳ୍ପର ବିକାଶରେ ପ୍ରବାସୀ ଭାରତୀୟଙ୍କ ସହଭାଗିତା ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି।
ଭାରତ-ରୁଷ ସମ୍ପର୍କ କେବେ ବି ଭଟ୍ଟା ପଡିନି। ଏହା ଚିର ସବୁଜ ହୋଇଛି। ମୋଦିଙ୍କୁ ରୁଷର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ ଦି ଆପୋଷ୍ଟଲ ସମ୍ମାନରେ ସମ୍ମାନିତ କରିଛନ୍ତି ପୁଟିନ। ଏହା ଉଭୟ ରାଷ୍ଟ୍ରର ଦୀର୍ଘଦିନର ବନ୍ଧୁତାର ପରିଚୟ ବୋଲି ପୁଟିନ କହିଥିଲେ। ତେବେ ରୁଷ ବନ୍ଧୁରାଷ୍ଟ୍ର ହେଲେ ମଧ୍ୟ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ପୁଟିନଙ୍କ ଆଭିମୁଖ୍ୟ ଯଥାର୍ଥ ନୁହେଁ ବୋଲି ମୋଦି ତାଙ୍କୁ ଆକଟ କରିଛନ୍ତି। ଯୁଦ୍ଧ ସର୍ବଦା ଶାନ୍ତିର ପରିପନ୍ଥୀ। କୌଣସି ବି ଯୁଦ୍ଧ ବିଶ୍ବରେ ଶାନ୍ତି ନୁହେଁ ବରଂ ବିଶ୍ବକୁ ଅଧିକ ସଙ୍କଟ ଓ ଅସ୍ଥିରତାକୁ ଠେଲି ଦେଇଥାଏ। ଆଲୋଚନା ମାଧ୍ୟମରେ କୌଣସି ବିବାଦର ସମାଧାନର ସୂତ୍ର ବାହାରି ପାରିବ। ୟୁକ୍ରେନ ସଙ୍କଟର ସମାଧାନ ପାଇଁ ମୋଦି ଦେଇଥିବା ପ୍ରସ୍ତାବକୁ ପୁଟିନ ଗ୍ରହଣ କରିଛନ୍ତି। ଉଭୟ ନେତା ଆତଙ୍କବାଦର ଘୋର ନିନ୍ଦା କରିଛନ୍ତି। ଭାରତ ଦୀର୍ଘ ୪୦ରୁ ୫୦ ବର୍ଷ ଧରି ଆତଙ୍କବାଦର ସାମ୍ନା କରିଆସୁଛି। ତେଣୁ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଥିବା ଦେଶ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ ନେଇ ଉଭୟ ଦେଶ ମିଳିତ ଘୋଷଣା କରିଛନ୍ତି। ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ପ୍ରଥମ ଥର ପାଇଁ ରୁଷ ଗସ୍ତରେ ଯାଇଥିଲେ ପିଏମ୍‌ ମୋଦି। ପୂର୍ବରୁ ୨୦୧୯ରେ ରୁଷ ଗସ୍ତ କରିଥିଲେ ପିଏମ୍‌ ମୋଦି। ଶେଷ ଥର ପାଇଁ ରୁଷ ରାଷ୍ଟ୍ରପତି ଭ୍ଲଡିମିର ପୁଟିନଙ୍କୁ ସମରକନ୍ଦ ଏସ୍‌ସିଓ ଶିଖର ବୈଠକ ଅବସରରେ ଭେଟିଥିଲେ ମୋଦି।
ସେପଟେ ମୋଦି-ପୁଟିନଙ୍କ ସାକ୍ଷାତ୍‌କାର ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଖପ୍ପା ହୋଇଛନ୍ତି। ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଦେଶର ନେତା ନରେନ୍ଦ୍ର ମୋଦି ଦୁନିଆର ସବୁଠାରୁ ବଡ଼ ଅପରାଧୀଙ୍କୁ ଆଲିଙ୍ଗନ କରିବା ନୈରାଶ୍ୟଜନକ ବୋଲି ଜେଲନସ୍କି ତାଙ୍କ ଟୁଇଟ୍‌ ଆକାଉଣ୍ଟରେ ଉଲ୍ଲେଖ କରିଥିଲେ। ଭାରତ ରୁଷ ଶିଖର ବୈଠକ ବେଳେ ଆମେରିକାରେ ଅନୁଷ୍ଠିତ ହୋଇଯାଇଛି ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ବୈଠକ। ଏଥିରେ ରୁଷ ଉପରେ ଅଧିକରୁ ଅଧିକ କଟକଣା ଓ ୟୁକ୍ରେନକୁ ଅସ୍ତ୍ରସସ୍ତ୍ର ଯୋଗାଣ ନେଇ ନାଟୋ ଦେଶ ଆଲୋଚନା କରିଛନ୍ତି। ତେବେ ଭାରତ-ରୁଷ ଦ୍ବିପାକ୍ଷିକ ସମ୍ପର୍କ ଓ ଆଲୋଚନା ଦୁଇଦେଶର ପ୍ରସଙ୍ଗ ବୋଲି ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରି ସାରିଛି। ଶେଷରେ ଏତିକି କୁହାଯାଇ ପାରେ ଭାରତର କୂଟନୈତିକ ଆଭିମୁଖ୍ୟ ସବୁବେଳେ ବନ୍ଧୁରାଷ୍ଟ୍ରଙ୍କ ପ୍ରତି ବିଶ୍ବାସ ଅତୁଟ ରହିଥିବା ବେଳେ ଆମେରିକା ସହଯୋଗୀ ନାଟୋ ଦେଶଙ୍କ ସହ ମଧ୍ୟ ଭାରତ ତା’ର ସମ୍ପର୍କ ସୁଦୃଢ଼ ରଖିଛି।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ:୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri