ଘଟଣାର ତଦନ୍ତ ହୋଇ ସତ ବାହାରକୁ ଆସୁ: ଭାଜପା

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଶି ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ବିଧାୟକଙ୍କ ଗାଡି ସହିତ ବିଜୁ ଯୁବ ବାହିନୀର ଏକ ଆମ୍ବୁଲାନ୍ସ ମଧ୍ୟ ପୋଡିଯାଇଛି। ତେବେ ପୂର୍ବରୁ ମଧ୍ୟ ବ୍ରଜ ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ଅନ୍ୟ ଏକ ଗାଡ଼ିକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାକୁ ନେଇ ଭାଜପା କିନ୍ତୁ ନୂଆ ଅଭିଯୋଗ ଆଣିଛି। ଭାଜପା ସମ୍ପାଦକ କାଳନ୍ଦି ସାମଲ କହିଛନ୍ତି, ତାଳଚେର ବିଧାୟକଙ୍କ ଗାଡ଼ି ପୋଡିଯାଇଥିବାର ଖବର ଆସିଛି ା ଯେଉଁ ସ୍ଥାନରେ ସେହି ଗାଡ଼ି ପୋଡିଛି ତାହା ଏମସିଏଲର ଜାଗା ା କାହିଁକି ଏମସିଏଲ୍‌ ଜାଗାରେ ବିଧାୟକ ତାଙ୍କ କ୍ୟାମ୍ପ ଅଫିସ କରିଥିଲେ ଓ ଏମସିଏଲ କିପରି ଏଥିପାଇଁ ଅନୁମତି ଦେଇଥିଲା। ଯଦି ଏମ୍‌ସିଏଲ ବିନା ଅନୁମତିରେ ଏହା ହୋଇଥିଲା ତେବେ ଏମସିଏଲ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା ା ଯେହେତୁ ଏମ୍‌ସିଏଲ ଜାଗାରେ ବିଧାୟକଙ୍କ ଗାଡ଼ି ପୋଡିଛି ତେଣୁ ଏମ୍‌ସିଏଲ ଏହି ଘଟଣା ପରେ କ’ଣ ପଦକ୍ଷେପ ନେଇଛି। ପୂର୍ବରୁ ତାଳଚେର ବିଧାୟକଙ୍କ ଏକ ଗାଡ଼ି ଭୁବନେଶ୍ୱରରେ ପୋଡ଼ିଯାଇଥିଲା। ପୋଲିସ ଏହାର ତଦନ୍ତ କରୁଥିଲା ା ହେଲେ ଏ ପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କଲାନାହିଁ କିଏ ତାଙ୍କ ଗାଡ଼ି ପୋଡ଼ିଛି ା ରାଜ୍ୟ ପୋଲିସ ଯଦି ଏମଏଲଏ କ୍ୱାର୍ଟରରେ ଜଣେ ବିଧାୟକଙ୍କ ଗାଡ଼ି ପୋଡିବାର ତଦନ୍ତ ସାରିପାରୁନାହିଁ ତା’ହେଲେ ସାଧାରଣ ଲୋକଙ୍କୁ ସୁରକ୍ଷା କେମିତି ଦେଇପାରିବ ା ଏହି ଘଟଣାରେ ସତ ବାହାରକୁ ଆସିବା ପାଇଁ ଗୁରୁତର ସହିତ ତଦନ୍ତ କରାଯାଉ ବୋଲି ସାମଲ କହିଛନ୍ତି ା