ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ଜଳିଗଲା ସମସ୍ତ ଆସବାବପତ୍ର

ପାପଡ଼ାହାଣ୍ଡି/ମଇଦଳପୁର,୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହେମନ୍ତ ବିଶୋଇଙ୍କ ଘରେ ଗୁରୁବାର ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନାନୁଯାୟୀ, ଆଜି ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଲିକ୍‌ ହୋଇଥିଲା। ପରିବାର ଲୋକେ ଜାଣିବା ବେଳକୁ ନିଆଁ ଲାଗି ନିକଟରେ ଥିବା ଖଟ, ଟିଭି, ପୋଷାକ ଓ ଅନ୍ୟନ୍ୟ ଆସବାବପତ୍ର ସହ ଦୋକାନ ଘର କିଛି ଜିନିଷ ପୋଡ଼ି ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ପାରିନାହିଁ।