ଗ୍ୟାସ୍‌ ଟର୍ମିନାଲରେ ନିଆଁ: ଜଳିଗଲା ବ୍ୟାପକ ଯନ୍ତ୍ରପାତି

ଚାନ୍ଦବାଲି,୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ବନ୍ଦର କମ୍ପାନି(ଆଦାନୀ) ପରିସରରେ ନିର୍ମାଣାଧୀନ ଏଲଏନ୍‌ଜି ଗ୍ୟାସ୍‌ ଟର୍ମିନାଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗିଛି। ନିର୍ମାଣ ସମୟରେ ଏକ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ସୋମବାର ସକାଳେ ଏହାକୁ ଆୟତ୍ତ କରାଯାଇଛି। ବନ୍ଦର କମ୍ପାନି, ଧାମରା ଓ ବାସୁଦେବପୁରରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଛନ୍ତି।ଅଗ୍ନିକାଣ୍ଡର ସଠିକ୍‌ କାରଣ ଓ କ୍ଷୟକ୍ଷତି ସମ୍ପର୍କରେ ଅଧିକ ତଥ୍ୟ ମିଳି ପାରିନାହିଁ। ତେବେ ଏଥିରେ କାହାର ଜୀବନହାନି ହୋଇ ନ ଥିବା ବେଳେ ନିର୍ମାଣସ୍ଥଳରେ ବ୍ୟାପକ ଯନ୍ତ୍ରପାତି ପୋଡ଼ି ଯାଇଥିବା ଜଣାପଡ଼ିଛି।