ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଥିଲେ…

ଆଜିକାଲି ଗ୍ୟାଷ୍ଟ୍ରିକ ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଆବଶ୍ୟକ ମୁତାବକ ପାଣି ନ ପିଇବା ଦ୍ୱାରା ଏପରି ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେଣୁ ଏହାଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ପ୍ରଥମେ ଖାଦ୍ୟପେୟ ପ୍ର୍‌ତି ସତର୍କ ହେବାକୁ ପଡିଥାଏ। ତା’ସହ ଦିନକୁ ଅତିକମ୍‌ରେ ୩-୪ ଲିଟର ପାଣି ପିଅନ୍ତୁ। ତେଲଜାତୀୟ ଖାଦ୍ୟଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ। କାରଣ ଏହା ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅଧିକ ଫ୍ରାଏ ହୋଇଥିବା ଏବଂ ଚର୍ବିଜାତୀୟ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଅଧିକ ସୋରିଷ ମସଲାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ। ସବୁଠାରୁ ବଡ କଥା ହେଲା, ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ। ଲହୁଣୀଯୁକ୍ତ ବିସ୍କୁଟ, କେକ୍‌ ଏବଂ ସେକା ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଦୈନନ୍ଦିନ ଖାଦ୍ୟ ତାଲିକାରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ସାମିଲ କରନ୍ତୁ।