ଗ୍ଲୋବାଲ ବିଜ୍‌ନେସ୍‌ ଫୋରମରେ ମୋଦି: ‘ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ’

ନ୍ୟୁୟର୍କ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏଠାରେ ବ୍ଲୁମ୍‌ବର୍ଗ ଗ୍ଲୋବାଲ ଇନ୍‌ଭେଷ୍ଟର ଫୋରମ୍‌ରେ ଯୋଗ ଦେଇଛନ୍ତି। ଭାରତରେ ରାଜନୈତିକ ସ୍ଥିରତା ରହିଥିବା ବେଳେ ନିବେଶ ଲାଗି ଅନୁକୂଳ ବାତାବରଣ ରହିଛି। ତଥାପି ଏଥିରେ କୌଣସି ତ୍ରୁଟି ରହିଥିଲେ ସେ ତାହାକୁ ସେତୁ ଭାବେ ପୂରଣ କରିବେ ବୋଲି ଉଲ୍ଲେଖ କରି ମୋଦି ବିଶ୍ୱର ନିବେଶକଙ୍କୁ ଆହ୍ବାନ ଦେଇଛନ୍ତି। ଦେଶର ଅଭିବୃଦ୍ଧିରେ ସେ ୪ଟି ମୌଳିକ କାରଣକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ର(ଡେମୋକ୍ରାସି), ଜନସଂଖ୍ୟାତତ୍ତ୍ୱ(ଡେମୋଗ୍ରାଫି), ଚାହିଦା(ଡିମାଣ୍ଡ) ଓ ଦୃଢ଼ତା (ଡିସାଇସିଭ୍‌ନେସ୍‌) ଯୋଗୁ ଭାରତ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏନ୍‌ଡିଏ ସରକାର ସମ୍ପତ୍ତି ସୃଷ୍ଟିକାରୀ ଓ ବ୍ୟବସାୟୀ ଗୋଷ୍ଠୀକୁ ସମ୍ମାନ କରୁଛି। ସରକାର କର୍ପୋରେଟ ଟିକସ ହ୍ରାସ କରିବା ଭଳି ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ବ୍ୟବସାୟିକ ନେତୃତ୍ୱ ଏହାକୁ ଐତିହାସିକ ମନେକରୁଛନ୍ତି। ନିବେଶ ବଢ଼ାଇବା ଲାଗି ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଘୋଷଣା କରିଚାଲିଛନ୍ତି। ନୂଆ ସରକାର ଗଠନ ପରେ ବାଧା ଉତ୍ପନ୍ନ କରୁଥିବା ୫୦ରୁ ଅଧିକ ଆଇନକୁ ରଦ୍ଦ କରାଯାଇଛି। ନୂଆ ସରକାରକୁ ମାତ୍ର ୩-୪ ମାସ ହୋଇଛି। ତାଙ୍କ ମତରେ ବ୍ୟବସାୟିକ ପରିବେଶ ସୃଷ୍ଟି ଲାଗି ଏହା ଅୟମାରମ୍ଭ ମାତ୍ର। ଆହୁରି ଲମ୍ବା ସମୟ ପଡିଛି। ଭାରତ ସହିତ ପାର୍ଟନରଶିପ୍‌ କରିବା ଲାଗି ବିଶ୍ୱ ନିକଟରେ ଏହାହିଁ ସୁବର୍ଣ୍ଣ ସୁଯୋଗ। ସାରା ବିଶ୍ୱର ନିବେଶକଙ୍କୁ ଭାରତ ଆସିବାକୁ ଆହ୍ବାନ ଜଣାଇ ମୋଦି କହିଛନ୍ତି ଯେ, ଦେଶର ମଧ୍ୟବିତ୍ତ ଶ୍ରେଣୀଙ୍କ ଆକାଂକ୍ଷା ବଢ଼ିବାରେ ଲାଗିଛି ଓ ସେମାନଙ୍କର ଦୃଷ୍ଟିକୋଣ ବିଶ୍ୱ ସ୍ତରର ବୋଲି କୁହାଯାଇପାରେ। ଏଣୁ ନୂଆ ଟ୍ରେଣ୍ଡ ସହିତ ନିବେଶ କରିବାକୁ ଚାହୁଁଥିବା ନିବେଶକ ଭାରତ ଆସନ୍ତୁ। ଦେଶର ଯୁବବର୍ଗ ଆପ୍‌ ଅର୍ଥନୀତିର ସବୁଠାରୁ ବଡ଼ ବ୍ୟବହାରକାରୀ। ଆପ୍‌ ଷ୍ଟାର୍ଟଅପ୍‌ରେ ବଡ଼ ମାର୍କେଟ ସହିତ ନିବେଶ କରିବାକୁ ଚାହୁଁଥିଲେ ଭାରତ ଆସନ୍ତୁ ବୋଲି ସେ ନିବେଶକମାନଙ୍କୁ ଆହ୍ବାନ ଜଣାଇଛନ୍ତି। ଏଥିସହିତ ସେ ଭିତ୍ତିଭୂମି, ସହର ବିକାଶ ଓ ମେକ୍‌ ଇନ୍‌ ଇଣ୍ଡିଆରେ ନିବେଶ ପାଇଁ ବ୍ୟବସାୟିକ ଗୋଷ୍ଠୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଏନ୍‌ଡିଏ ସରକାର ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଡଲାର ନିବେଶ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri