Categories: ଜାତୀୟ

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ମିଶେଲ ଆପଣାଇଲେ ଦେଶୀ ପଦ୍ଧତି

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀରେ ଏବେ ପାରଦ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ତିହାଡ଼ ଜେଲ୍‌ରେ ଥିବା କଏଦୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ପରିପ୍ରେକ୍ଷୀରେ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ହେଲିକେପ୍ଟର ଡିଲ ମାମଲାରେ ମଧ୍ୟସ୍ତି କରୁଥିବା ଖ୍ରୀଷ୍ଟିଆନ ମିଶେଲ ଏବେ ତିହାଡ ଜେଲରେ ବନ୍ଦୀ ଥିବାବେଳେ ଗରମରୁ ରକ୍ଷା ପାଇବା ପାଇଁ ଦେଶୀ ପଦ୍ଧତି ଆପଣାଇଛନ୍ତି। ତାଙ୍କ ସେଲ୍‌ରେ ଏସି କି କୁଲର ନ ଥିବା ବେଳେ କେବଳ ଗୋଟିଏ ଫ୍ୟାନ ରହିଛି। ହେଲେ ଏଥିରୁ ବହୁ କମ୍‌ ପବନ ବାହାରୁଥିବର ଜଣାପଡ଼ିଛି। ଫଳରେ ଗରମରୁ ନିସ୍ତାର ପାଇବା ପାଇଁ ମିସେଲ ନିଜ ସେଲ୍‌ରେ ଥିବା କମ୍ବଳ ଓ ଚାଦରକୁ ଥଣ୍ଡା ପାଣିରେ ବୁଡାଇ ସେଲ୍‌ର ଗେଟରେ ଢ଼ାଙ୍କି ଦେଇଛନ୍ତି। ଫଳରେ ବାହାରୁ ଆସୁଥିବା ଉତ୍ତପ୍ତ ପବନରୁ ଟିକେ ଆଶ୍ୱସ୍ତି ମିଳିପାରୁଛି। ମିଶେଲଙ୍କ ପରେ ଅନ୍ୟ କଏଦୀ ମଧ୍ୟ ଗରମରୁ ନିସ୍ତାର ପାଇବା ପାଇଁ ଏହି ପଦ୍ଧତିକୁ ଆପଣାଇଥିବା ଜଣାପଡ଼ିଛି।

Share