Categories: ଜାତୀୟ

ଗ୍ରୀନ କ୍ରାକର ବିକ୍ରି ଅନୁମିତି ପାଇଁ ସରକାରଙ୍କୁ ଅନୁରୋଧ କଲେ ବାଣ ବ୍ୟବସାୟୀ

ନୂଆଦିଲ୍ଲୀ,୬ ।୧୧: ଦିଲ୍ଲୀ ସରକାର ଗୋଟିଏ ପଟେ ଲୋକଙ୍କ ସ୍ୱାସ୍ଥ୍ର‌୍ୟକୁ ଦୃଷ୍ଟିରେ ରଖି ଆସନ୍ତା ଦୀପାବଳିରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଶୁକ୍ରବାର ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ବାଣ ଫୁଟାଇବା ଦ୍ୱାରା ପରିବେଶ ଦୂଷିତ ହେଉଥିବାରୁ ନଭେମ୍ବର ୭ରୁ ୩୦ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ ନିଷେଧାଜ୍ଞା ଜାରି କରାଯାଇଛି । ଏମିତିକି କୌଣସି ପ୍ରକାର ବାଣ ଫୁଟାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ହେଲେ ପୁର୍ବରୁ ବାଣ କିଣି ବ୍ୟବସାୟ ଆରମ୍ଭ କରିଥିବା ବ୍ୟବସାୟୀ ଏହାକୁ ଶୁଣି ନିରାଶ ହୋଇପଡିଛନ୍ତି । ଏମାନେ କହିଛନ୍ତି ଅତିକମରେ ଯଦି ସେମାନଙ୍କୁ ଗ୍ରୀନ୍ କ୍ରାକର ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଏ ତେବେ ସେ କେତେକାଂଶରେ ବାଣରେ ଖର୍ଚ୍ଚ କରିଥିବା ଅର୍ଥ ଫେରସ୍ତ ପାଇ ପାରିବେ । ହେଲେ ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟପଟେ ଦିଲ୍ଲୀର ବାୟୁ ପ୍ରଦୂଷଣ ସରକାରଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି । ଏବେ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି ଯେ ସରକାର ପ୍ରଥମେ ଆମକୁ ଗ୍ରୀନ୍ କ୍ରାକର ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କଲେ ଆଉ ଏବେ ଏହାକୁ ବନ୍ଦ କରିଦେଲେ ଜଣେ ବ୍ୟବସାୟୀ ଅତିକମ୍‌ରେ ୧୫-୨୦ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିବ । କାରଣ ଆମେ ଏବେ ବାଣ କିଣି ସାରିଛୁ । ତେଣୁ ସରକାରଙ୍କୁ ଅନୁରୋଧ କେବଳ ଗ୍ରୀନ୍ କ୍ରାକର ବିକ୍ରି ପାଇଁ ଅନୁମତି ପ୍ରଦାନ କରନ୍ତୁ ।

Share