ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୧୮-୧୯ ବର୍ଷରେ ଗ୍ରୀନ୍ ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ମହାନଦୀ, ଇବ୍, ତେଲ ଏବଂ ଏହାର ଶାଖା/ପ୍ରଶାଖାର ଉଭୟ ପାର୍ଶ୍ୱରେ ୧୪୫୨.୨୫ ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ୫୦ ହେକ୍ଟର ଝାଉଁ ଜଙ୍ଗଲ, ୪୦ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ, ୬୦୭୭ ହେକ୍ଟର ଅଞ୍ଚଳରେ ଉଜୁଡା ଜଙ୍ଗଲ ପୁନରୁଦ୍ଧାର, ୨୧୦ ହେକ୍ଟରରେ ବାଉଁଶ ବନୀକରଣ, ୫ଲକ୍ଷ ୭୪ହଜାର ୨୦୦ ବୃକ୍ଷଚାରା ସହରାଞ୍ଚଳରେ ବନୀକରଣ କରାଯାଇଛି। ଏହା ବ୍ୟତୀତ ୨୯ଲକ୍ଷ ୪୧ ହଜାର ବୃକ୍ଷଚାରା ହିତାଧିକାରୀମାନଙ୍କୁ ନିଜସ୍ବ ବାଡି ବଗିଚାରେ ରୋପଣ ଲାଗି ବିନା ମୂଲ୍ୟରେ ବିତରଣ କରାଯାଇଥିବା ଜଣାପଡିଛି। ଏ ବାବଦରେ ରାଜ୍ୟ ଯୋଜନାରେ ୫୯ କୋଟି ୪୮ଲକ୍ଷ ୩୪ ହଜାର ଟଙ୍କା ବ୍ୟୟ ହୋଇଛି। ଏହାସହ ଏମ୍ଜିଏନଆରଇଜିଏସରେ ୧୦ କୋଟି ୧୭ ଲକ୍ଷ ୨୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ବିଧାୟକ ଦେବେଶ ଆଚାର୍ଯ୍ୟ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା କହିବା ସହିତ ଆହୁରି କହିଛନ୍ତି, ୨୦୧୯-୨୦ ବର୍ଷରେ ଗ୍ରୀନ୍ ମହାନଦୀ ଯୋଜନାରେ ରାଜ୍ୟ ସରକାର ଇବ୍, ତେଲ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା ଏବଂ ଏହାର ଶାଖା ଓ ପ୍ରଶାଖାର ଉଭୟ ପାର୍ଶ୍ୱରେ ୧ ହଜାର ୩୫ ହେକ୍ଟର ପରିମିତ ଅଞ୍ଚଳରେ ସଘନ ବନୀକରଣ, ୭୫ ହେକ୍ଟର ଝାଉଁ ଜଙ୍ଗଲ, ୨୦୩ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ, ୭୭୬୩ ହେକ୍ଟର ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର, ୧୭୧ ହେକ୍ଟର ବାଉଁଶ ବନୀକରଣ, ୭ଲକ୍ଷ ୧୨ହଜାର ଚାରା ସହରାଞ୍ଚଳ ବନୀକରଣ ଲାଗି ପ୍ରସ୍ତାବ ରଖାଯାଇଛି। ଏହାସହ ୫୦ଲକ୍ଷ ଚାରା ହିତାଧିକାରୀମାନଙ୍କୁ ନିଜସ୍ବ ବାଡିବଗିଚାରେ ରୋପଣ ନିମନ୍ତେ ବିନାମୂଲ୍ୟରେ ବିତରଣ କରାଯିବାକୁ ପ୍ରସ୍ତାବ ରଖାଯାଇଛି। ଏ ବାବଦରେ ୫୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସରକାରଙ୍କ ଅନୁମୋଦନକ୍ରମେ ଗ୍ରୀନ୍ ମହାନଦୀ ମିଶନ ଯୋଜନା ୨୦୧୮-୧୯ ଆର୍ଥିକ ବର୍ଷଠାରୁ ୨୦୨୨-୨୩ ପର୍ଯ୍ୟନ୍ତ ଚାଲିବ। ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି।
କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର
ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର
ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
Archives


