Posted inକଟକ

ଗ୍ରୀନ୍‌ ଜୋନ୍‌ରେ ବଢୁଛି କରୋନା ଆଶଙ୍କା: ସରକାରୀ ଅନୁଷ୍ଠାନରେ ରହୁନି ସାମାଜିକ ଦୂରତ୍ୱ

କଟକ ଅଫିସ,୧୭ା୫-ଗ୍ରୀନ୍‌ ଜୋନ୍‌ରେ ଲକଡାଉନ କଟକଣା କୋହଳ ହେବା ପରେ କରୋନା ସଂକ୍ରମଣରେ ଆଶଙ୍କା ବଢ଼ିବାରେ ଲାଗିଛି। ଏହି ଜୋନ୍‌ରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ଜୋନ୍‌ରେ ଉପରୋକ୍ତ ନିର୍ଦ୍ଦେଶ ସବୁ ବାରମ୍ବାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି।
କଟକରେ ଲକ୍‌ଡାଉନ କଟକଣା କୋହଳ ହେବା ପରେ ଦୋକାନ ବଜାର ପୁନର୍ବାର ଖୋଲିଛି। ଏହି ପରିପ୍ରେକ୍ଷୀରେ କିଛି କଟକଣା ମଧ୍ୟ ଜାରି ହୋଇଛି। କଟକ ମହାନଗର ନିଗମ (ସିଏମ୍‌ସି) ବ୍ୟବସାୟ କ୍ଷେତ୍ରରେ ଲୋକଙ୍କୁ ସାମାଜିକ ଦୂରତ୍ୱ ରଖିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛି। କେହି ଦୋକାନୀ ନିୟମ ଭାଙ୍ଗିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ସିଏମ୍‌ସି ଏନେଇ ଜରିମାନା ଆଦାୟ କରିବା ସହ ବହୁ ଦୋକାନ ସିଲ୍‌ କରିଛି। କିନ୍ତୁ ଏହି ଗାଇଡ୍‌ଲାଇନକୁ ଖୋଦ୍‌ ଅନେକ ସରକାରୀ ଅନୁଷ୍ଠାନ ମାନୁନାହାନ୍ତି। କଟକ ଜିଲାପାଳ କାର୍ଯ୍ୟାଳୟ, ସିଏମ୍‌ସିର ବିକାଶ ଭବନ ଓ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନାହିଁ। ସିଏମ୍‌ସିର ଏନଫୋର୍ସମେଣ୍ଟ ଟିମ ଗତ ୧୦ ଦିନ ମଧ୍ୟରେ ୬ରୁ ଉର୍ଦ୍ଧ୍ୱ ଦୋକାନରେ ଚଢାଉ କରି ଜରିମାନା ଆଦାୟ କରିଛି। ସେହିପରି ମାସ୍କ ବ୍ୟବହାର କରୁ ନ ଥିବା ଲୋକଙ୍କଠାରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରାଯାଇଛି। ଶୁକ୍ରବାର ଚୌଧୁରୀ ବଜାର, ଦୋଳମୁଣ୍ଡାଇ ଓ ନନ୍ଦୀସାହିର ୩ଟି ଦୋକାନ ଉପରେ ଚଢ଼ାଉ କରାଯାଇ ତାକୁ ସିଲ୍‌ କରାଯାଇଛି। ପୋଲିସ ମଧ୍ୟ ପ୍ରତିଦିନ ନିୟମ ଭାଙ୍ଗୁଥିବା ଚାଳକଙ୍କଠାରୁ ଜରିମାନା ଆଦାୟ କରୁଛି। ମାତ୍ର ଏବେ ସୁଦ୍ଧା କୌଣସି ସରକାରୀ ଅନୁଷ୍ଠାନରେ ଚଢ଼ାଉ ହେଉନାହିଁ। ସେଠାରେ ପ୍ରତିଦିନ ଲୋକଙ୍କ ଭିଡ଼ ହେବା ସହ ଏହା ଗ୍ରୀନ୍‌ ଜୋନ୍‌ ଥିବା କଟକରେ କରୋନା ସଂକ୍ରମଣର ଆଶଙ୍କାକୁ ବଢ଼ାଇଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ

କଟକ,୨୨ା୪: କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି। ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।...

LLB ଷଷ୍ଠ ସେମିଷ୍ଟର ପେପର୍‌-୧ ପରୀକ୍ଷା ବାତିଲ

କଟକ,୨୨।୪: LLB ଷଷ୍ଠ ସେମିଷ୍ଟରର ପେପର୍‌-୧ ପରୀକ୍ଷା ବାତିଲ ହୋଇଯାଇଛି। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଥିବା ଜଣାପଡିଛି। ମଧୁସୂଦନ ଆଇନ...

ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ

କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ...

ବେପାର ମାନ୍ଦା କରୁଛି ତାତି

କଟକ,୨୧ା୪(ଦିବାକର ସାହୁ)ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଘରୁ...

୧୫ ବର୍ଷ ପରେ ହାଇକୋର୍ଟରୁ ମହିଳାଙ୍କୁ ମିଳିଲା ନ୍ୟାୟ

କଟକ,୨୦ା୪(କାର୍ତ୍ତିକ ସାହୁ): ଦୀର୍ଘ ୧୫ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ ଘଟିଛି। ଅଙ୍ଗନଓ୍ବାଡିି କର୍ମୀ ପଦବୀ ନିମନ୍ତେ ଚୟନ ହେବା ପରେ ନିରାଶ ହୋଇଥିବା ଜଣେ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri