ଗ୍ରାହକ ସେବା କେନ୍ଦ୍ରରେ କୋଟିଏ ଟଙ୍କା ଆତ୍ମସାତ: ହିତାଧିକାରୀମାନେ ଥାନାର ଦ୍ୱାରସ୍ଥ

ନୂଆପଡା ଅଫିସ,୧୪ା୭ – ଗ୍ରାହକମାନଙ୍କୁ ଦ୍ୱାର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଗ୍ରାମାଞ୍ଚଳରେ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାହକ ସେବା କେନ୍ଦ୍ରଗୁଡିକ ସ୍ଥାପନ କରାଯାଇଛି । ହେଲେ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ କେନ୍ଦ୍ର ପରିଚାଳକ କୋଟି କୋଟି ଟଙ୍କା ଉଠାଣ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳର ଅଧିବାସୀମାନେ ବାରମ୍ବାର କେନ୍ଦ୍ରକୁ ଦୌଡିବା ପରେ ଅନନ୍ୟୋପାୟ ହୋଇ ଲଖନା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆନ୍ଦୋଳନାତ୍ମକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଆଜକୁ ୨ ବର୍ଷ ହେବ କୁରୁମପୁରୀଠାରେ ଏକ ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରାଯାଇଥିଲା । ଏହାର ପରିଚାଳନା ଦାୟିତ୍ୱ ଲଖନାର ଦାସରଥୀ ସୁନାନୀ ନାମକ ଯୁବକ ନେଇଥିଲେ। ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ବ୍ୟାଙ୍କ କାରବାର ଉପରେ ବିଶେଷ ଜ୍ଞାନ ନ ଥିବାରୁ ଏହାର ସୁଯୋଗ ନେଇ ପରିଚାଳକ ହିତାଧିକାରୀଙ୍କ ଆକାଉଣ୍ଟରୁ ଟଙ୍କା ସବୁ ଅନ୍ୟତ୍ର ଚାଲାଣ କରିଥିଲେ। ପଲସିପାଣି, ଦଲଦଲି, ଲିମଡିହି, ଠାକୁରପାଲି, କରଙ୍ଗାଭଟା, କାଶିପଲା, ଘାଟିପଡା, ସିନାପାଲି, କୁରୁମପୁରୀ, କୁସଦହନା, ଦିଆମୁଣ୍ଡା, ଚୌକପଡା, ଖଜୁରବାହାଲ, ମୁଣ୍ଡାପଲା, ଲଟକନପଡାର ଗ୍ରାହକଙ୍କ ଆକାଉଣ୍ଟରୁ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି । ପ୍ରାଥମିକ ଭାବେ ସ୍ଥାନୀୟ କାଶିପଲା ଗାଁର ୧୬ଜଣ ହିତାଧିକାରୀ ଶନିବାର ଲଖନା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହା ଉପରେ ପୋଲିସ ତଦନ୍ତ କରୁଛି । ସବିଶେଷ ତଦନ୍ତ ପରେ ସବୁକିଛି ଜଣାପଡିବ ବୋଲି ଲଖନା ଥାନାଧିକାରୀ ତପନ କୁମାର ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ହିତାଧିକାରୀମାନେ ବିଭିନ୍ନ ସମୟରେ ସ୍ବଂୟ ସହାୟକ ଦଳକୁ ମିଳିଥିବା ସହାୟତା ରାଶି ହେଉକି କୃଷି ବୀମା ଟଙ୍କା ଜମା କରିଥିଲେ । ଗ୍ରାହକ ସେବା କେନ୍ଦ୍ରରେ ବିଭିନ୍ନ ସମୟରେ ଗ୍ରାହକମାନେ ଯାଇ ପାସ ବହି ସବୁ ଛାଡି ଦେଉଥିଲେ । ଏହା ସହ ଆଧାର ନମ୍ବର ଏବଂ ପାସ ୱାର୍ଡ ମଧ୍ୟ ପ୍ରସ୍ତୁତ ପାଇଁ ଆସୁଥିଲେ । ଏହା ସୁଯୋଗ ନେଇ ଟଙ୍କା ହଡପ କରାଯାଇଥିବା କୁହାଯାଉଛି । କେତେକ ହିତାଧିକାରୀ ପାସ ବହି ନେଇ ଅପଡେଟ କରିବା ପରେ ଟଙ୍କା ସବୁ ଅନ୍ୟତ୍ର ଗାଏବ ହୋଇଥିବା ଜାଣିବାକୁ ପାଇଥିଲେ । ବର୍ତ୍ତମାନ ଏହି ଗାଁରେ ଗ୍ରାହକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି । ଏହା ଉପରେ ଜିଲା ପୋଲିସ ପ୍ରଶାସନ ଗୁରୁତ୍ୱ ଦେବା ସହ ଏହାର ସରଜମିନ ତଦନ୍ତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଡେବ୍ରିଗଡ଼ ଅଭୟାରଣ୍ୟ: ବିରଳ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢୁଛି

ସାରା ଦେଶରେ ବିରଳ ତଥା ସଂରକ୍ଷିତ ଧାରା ‘ସିଡ୍ୟୁଲ-୧’ ଶ୍ରେଣୀଭୁକ୍ତ ବନ୍ୟପ୍ରାଣୀଙ୍କ ସଂଖ୍ୟା କମୁଥିବା ବେଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ହୀରାକୁଦ…

ଜମନକିରାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ୧୮୫ ପଦବୀରୁ ୮୯ ଖାଲି, ଡାକ୍ତର-କର୍ମଚାରୀ ଅଭାବରେ ରୋଗୀ ହନ୍ତସନ୍ତ

ଜମନକିରା,୪।୯:(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଦାବି କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri