ଗ୍ରାହକ ନିରାପତ୍ତାକୁ ଫୋକସ୍‌

 

କୋଭିଡ୍‌ ଯୋଗୁ ବଜାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଛି। କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିବାରୁ ସେମାନେ ବାହାରକୁ ବାହାରିବାକୁ ଡରୁଛନ୍ତି। ବଜାର ସ୍ବାଭାବିକ ହେଉଥିଲେ ମଧ୍ୟ ଲୋକ ଆସିବା କମ୍‌ ରହୁଛି। କେତେକ କ୍ଷେତ୍ରରେ ସରକାର ଜାରି କରିଥିବା କଟକଣା ହେଉ କିମ୍ବା ଗ୍ରାହକଙ୍କ ମଧ୍ୟରେ ଡର ଯୋଗୁ ବଜାର ପ୍ରଭାବିତ ରହିଛି। କାରବାର ଟିକିଏ ଭଲ ସ୍ଥିତିକୁ ଆସିବା ଲାଗି ସମୟ ଲାଗିବ। ଚାହିଦା ହ୍ରାସ ସହ ଅନ୍ୟ ସମସ୍ୟା ଏବେ ବଜାରରେ ଲାଗି ରହିଛି। କଟକଣା ସହ କାରବାର ଏବଂ ଗ୍ରାହକ, କର୍ମଚାରୀଙ୍କ ନିରାପତ୍ତାକୁ ବାଣିଜି୍ୟକ ସଂସ୍ଥାଗୁଡ଼ିକୁ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ସ୍ଥିତିକୁ ନେଇ କାରବାର ସହ ଜଡ଼ିତ ବ୍ୟକ୍ତିବିଶେଷ ଦେଇଥିବା ପ୍ରତିକ୍ରିୟା…
– ସକାଳ ୭ରୁ ସନ୍ଧ୍ୟା ୬ ଯାଏ ଷ୍ଟୋର ଖୋଲିବା ଲାଗି କୁହାଯାଇଛି। ବାଣିଜି୍ୟକ ଦୃଷ୍ଟିକୋଣରୁ ଏହି ସମୟ କାରବାର ଲାଗି ଠିକ୍‌ ହେଉନି। କାରଣ ଲୋକମାନେ ସାଧାରଣତଃ ସନ୍ଧ୍ୟାରେ ଆସି କିଣାକିଣି କରିଥାନ୍ତି। ଦୋକାନ ୬ଟା ବେଳେ ବନ୍ଦ ହୋଇଯାଉଛି। ସନ୍ଧ୍ୟାରେ କିଣାକିଣି କରିବାକୁ ଲୋକଙ୍କର ଦୀର୍ଘଦିନର ଅଭ୍ୟାସ ରହିଛି। ଖରାବେଳେ ଲୋକେ ଆସୁନାହାନ୍ତି। ସରକାରଙ୍କ କଟକଣା ଠିକ୍‌ । ମାତ୍ର କାରବାର ସମୟ ସକାଳ ୧୦ରୁ ରାତି ୮ ଯାଏ ରହିଲେ ଭଲ ହୁଅନ୍ତା। ହୁଏତ ମାର୍କେଟ କିଛି ଭଲ କରନ୍ତା। ମାର୍କେଟରେ କାରବାର ସମ୍ଭାବନା ରହିଛି। କାରଣ ବଜାର ଗତ କିଛି ସପ୍ତାହ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଲୋକେ ଦରକାର ମୁତାବକ ମଧ୍ୟ ଠିକ୍‌ରେ କ୍ରୟ କରି ପାରିନାହାନ୍ତି। କରୋନା ଭ୍ୟାକ୍ସିନ ଆସି ନ ଥିବାରୁ କଟକଣା ସହ ଆଗକୁ ବଢ଼ିବାକୁ ହେବ। ଷ୍ଟୋରରେ ଲୋକଙ୍କୁ ସଚେତନ କରାଯାଉଛି। ଷ୍ଟୋରରେ ମାସ୍କ ମଧ୍ୟ ପ୍ରଦାନ କରାଯାଉଛି। କଟକଣା ରହିଥିବାରୁ ବଜାର ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିନି।
-ଅନିଲ ଅଗ୍ରଓ୍ବାଲ, ଏମ୍‌ଡି, ରୂପକଲ୍ୟାଣୀ

– ଭୁବନେଶ୍ୱରରେ ପ୍ରାୟ ସବୁ ଦୋକାନ ଖୋଲିଗଲାଣି। ଆମେ ମଧ୍ୟ ସ୍ଥିତିକୁ ଦେଖି ଗତ ୨ ଦିନ ହେବ ଷ୍ଟୋର ଖୋଲିଛୁ। କଷ୍ଟମର ଫ୍ଲୋ ସେତେ ନାହିଁ। ଆମର ଲକ୍‌ଜ୍ୟୁରି ଆଇଟମ୍‌ ଶୋ’ରୁମ୍‌ ହୋଇଥିବାରୁ କଷ୍ଟମର ଆସିବା ଲାଗି ଟିକିଏ ସମୟ ଲାଗିବ। କଷ୍ଟମର ବର୍ତ୍ତମାନ ଆସୁଛନ୍ତି। ହେଲେ ସଂଖ୍ୟା ବହୁତ କମ୍‌ ରହିଛି। ଲୋକ ବର୍ତ୍ତମାନର ସ୍ଥିତିକୁ ନେଇ ବହୁ ସଚେତନ ଅଛନ୍ତି। ସରକାରଙ୍କ କଟକଣାକୁ ମାନୁଛନ୍ତି। ଲକ୍‌ଜ୍ୟୁରି ଆଇଟମ ରହିଥିବାରୁ ଗ୍ରାହକ ପ୍ରଡକ୍ଟ କ୍ରୟ କରୁଛନ୍ତି। ଫିଟିଂ କରିବା ବେଳେ ବାହାର ଲୋକ ସେମାନଙ୍କ ଘରକୁ ଯାଆନ୍ତୁ ବୋଲି ଗ୍ରାହକ ଚାହଁୁନାହାନ୍ତି। କମ୍ପାନୀ ଏବଂ ଷ୍ଟୋର ପକ୍ଷରୁ ସୁରକ୍ଷାକୁ ଧ୍ୟାନରେ ରଖାଯାଇଛି। କଷ୍ଟମରଙ୍କ ପାଇଁ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଯଦି ୧୫ ଦିନ କିମ୍ବା୧ ମାସ ମଧ୍ୟରେ ବଜାର ଟିକିଏ ସୁଧୁରେ ତେବେ କାରବାର ଭଲ ହେବା ନେଇ ଆଶାବାଦୀ।
– ଇନ୍ଦ୍ରଜିତ ମହାନ୍ତି, ଏଏସ୍‌ଏମ୍‌, ଷ୍ଟାଇଲ ସ୍ପା

– ଚାହିଦା କମ୍‌ ରହିଥିବାରୁ ବର୍ତ୍ତମାନ ପ୍ରଡକ୍ସନ ନାହିଁ। ଲୋକମାନେ ଜରୁରୀ ସାମଗ୍ରୀ କ୍ରୟକୁ ବିଚାର କରୁଛନ୍ତି। କରୋନା ଯୋଗୁ ଖରାଦିନ କାରବାର ସମ୍ପୂର୍ଣ୍ଣ ଚଳିତ ବର୍ଷ ବିଗିଡିଯାଇଛି। ବର୍ତ୍ତମାନ ଲୋକଙ୍କ ନିକଟରେ ନଗଦ କମିଥିବାରୁ ଆଇସ୍‌କ୍ରିମ ଚକୋଲେଟ ଶିଳ୍ପ ଉପରେ ଗଭୀର ପ୍ରଭାବ ରହିଛି। କରୋନା ସହ ଆମକୁ ଏମିତି ବଢ଼ିବାକୁ ହେବ। କଟକଣା ଯୋଗୁ ବର୍ତ୍ତମାନ ବାହାଘର ଏବଂ ଅନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ବଜାରରେ ଦୀର୍ଘମିଆଦୀ ପ୍ରଭାବ ରହିବ। ମାର୍ଚ୍ଚ, ଏପ୍ରିଲ, ମେ ଏବଂ ଜୁନ ପିକ୍‌ ସିଜନ ରହିଥାଏ। ମାତ୍ର କରୋନା ଯୋଗୁ କାରବାର କ୍ଷତିଗ୍ରସ୍ତ। ଆଗାମୀ ଦିନରେ ସ୍ଥିତି ସାମାନ୍ୟ ସୁଧୁରିଲେ ମଧ୍ୟ ବଜାର ଉପରେ ପ୍ରଭାବିତ ରହିବ। ଭ୍ୟାକ୍ସିନ୍‌ ନ ଥିବାରୁ ଲୋକଙ୍କ ମନରେ ଭୟ ରହିବ। ବଜାରକୁ ଦେଖି ସେହି ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
– କରିମ କବିରୁଦ୍ଦିନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ୍‌

ଗତ ୩ ଦିନ ହେବ ପୁରୀ ଷ୍ଟୋର ଖୋଲାଯାଇଛି। ଭୁବନେଶ୍ୱର ଷ୍ଟୋର ଗୋଟିଏ ଦିନ ଖୋଲିବା ପରେ ବନ୍ଦ ରହିଛି। କାରବାର ସମ୍ପୂର୍ଣ୍ଣ ପ୍ରଭାବିତ ରହିଛି। ଷ୍ଟୋର ଖୋଲିଲେ ମଧ୍ୟ ଗ୍ରାହକ ଏତେଟା ଆସୁନାହାନ୍ତି। ହ୍ୟାଣ୍ଡଲୁମ୍‌ ପ୍ରଡକ୍ଟ ଚାହିଦା ପର୍ଯ୍ୟଟକଙ୍କ ସହ ଲିଙ୍କ୍‌ ରଖୁଛି। ବର୍ତ୍ତମାନ କରୋନା ଯୋଗୁ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ବିଗିଡ଼ିଥିବାରୁ ହ୍ୟାଣ୍ଡଲୁମ୍‌ ପ୍ରଡକ୍ଟର ବିକ୍ରି ନାହିଁ। ବଜାର ଧୀରେ ଧୀରେ ଖୋଲିଲେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ।
– ଲଲାଟେନ୍ଦୁ ମହାନ୍ତି, ପାର୍ଟନର , ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri