Categories: ଫୁରସତ

ଗ୍ରାହକମାନଙ୍କର ଡିମାଣ୍ଡ ଅନୁସାରେ ମିଳୁଛି ବିଚିତ୍ର ଆକୃତିର ଫଳ

ଚାଇନାର ଏକ କମ୍ପାନୀ ‘ଫ୍ରୁଟ୍‌ ଗୋଲ୍‌ଡ’ ବିଚିତ୍ର ଆକାରର ଫଳ ଓ ପରିବା ତିଆରି କରିବା ପାଇଁ ପ୍ରସିଦ୍ଧ। ଚତୁର୍ଭୁଜାକାର ସେଓଠାରୁ ଆରମ୍ଭ କରି ଦିଲ୍‌ ଡିଜାଇନ୍‌ର ତରଭୁଜ ପର୍ଯ୍ୟନ୍ତ ଏବଂ ଲାଫିଙ୍ଗ୍‌ ବୁଦ୍ଧଙ୍କ ଆକୃତିର ନାସ୍‌ପାତି, ଷ୍ଟାର ଆକାରର କାକୁଡ଼ି ଓ ଆହୁରି ଅନେକ ଆକୃତିର ଫଳ ଓ ପରିବା ତିଆରି କରିବାରେ ଏହି କମ୍ପାନୀ ପ୍ରସିଦ୍ଧ। ଗ୍ରାହକମାନଙ୍କର ଡିମାଣ୍ଡ ଅନୁସାରେ କମ୍ପାନୀ ତାର ପ୍ରଡକ୍ଟସ୍‌କୁ ଡିଜାଇନ୍‌ ଦେଇଥାଏ। କମ୍ପାନୀ ନିଜର ଆଧିକାରିକ ୱେବ୍‌ସାଇଟ୍‌ରୁ ଗ୍ରାହକମାନଙ୍କର ଅର୍ଡ଼ର ନେଇଥାଏ। ଏହି ବିଚିତ୍ର କାମ ପାଇଁ କମ୍ପାନୀ ତା’ର କାର୍ଯ୍ୟରତ କୃଷକମାନଙ୍କୁ ଫଳ ଓ ପରିବାକୁ ସମସ୍ତ ପ୍ରକାରର ଡିଜାଇନ୍‌ କରିବା ପାଇଁ ରଖିଛି। ଫଳ ଓ ପରିବାକୁ ଆକାର ଦେବା ପାଇଁ ସେମାନଙ୍କୁ ମୋଲ୍‌ଡ ଷ୍ଟେମ୍‌ ଉପରେ ରଖି ଦିଆଯାଏ। ଯେତେବେଳେ ଫଳ ପାଚିବାକୁ ଆରମ୍ଭ କରିବ, ତାହା ସେହି ଆକାର ଧାରଣ କରିବ। କମ୍ପାନୀ ଗ୍ରାହକମାନଙ୍କର ଡିମାଣ୍ଡ ଅନୁସାରେ ଫଳ ଉପରେ ନାମ ମଧ୍ୟ ଅଙ୍କନ କରୁଛନ୍ତି।

Share