ଗ୍ରାହକଙ୍କ ୪୧ ବର୍ଷର ବିଶ୍ୱାସ ସହ ବଢୁଛୁ

ଆସିଛି ପାର୍ବଣ ଋତୁ। ଏହି ସମୟରେ ବିଭିନ୍ନ ପ୍ରଡକ୍ଟ କ୍ରୟ କଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ବିଭିନ୍ନ ପ୍ରଡକ୍ଟ ମଧ୍ୟରେ କଞ୍ଜ୍ୟୁମର ଡ୍ୟୁରେବଲ୍‌ର ଗୁରୁତ୍ୱ ସ୍ବତନ୍ତ୍ର। ରାଜ୍ୟରେ ଏହି ପ୍ରଡକ୍ଟ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିଲରଶିପଗୁଡିକ ଏବେ ପ୍ରସ୍ତୁତ। ଏ କ୍ଷେତ୍ରରେ ରାଜ୍‌ ଇଲେକଟ୍ରୋନିକ୍ସ ଏକ ପରିଚିତ ବ୍ରାଣ୍ଡ ନାମ। ପାର୍ବଣରେ ବିକ୍ରି ପ୍ରସ୍ତୁତି, ପ୍ରଡକ୍ଟ କ୍ରୟ ନେଇ ଲୋକଙ୍କ ରୁଚି, ଶୋ’ରୁମର ସେବା ଯୋଗାଣ ସମ୍ପର୍କରେ ଏହାର ସ୍ବତ୍ୱାଧିକାରୀ ପ୍ରକାଶ ବିଶ୍ୱାଳ(ଟୁଟୁ ଭାଇ)ଙ୍କ ସହ ‘ଧରିତ୍ରୀ’ର ସାକ୍ଷାତ୍‌କାର।…..
-ରାଜ୍‌ ଇଲେକ୍‌ଟ୍ରୋନିକ୍ସ ରାଜ୍ୟରେ କିଭଳି ଉପସ୍ଥିତି ଜାହିର କରିଛି ?
– ରାଜ୍ୟରେ ରାଜ୍‌ ଇଲେକ୍‌ଟ୍ରୋନିକ୍ସ ଉପସ୍ଥିତିକୁ ଦୃଢ କରି ପାରିଛି। ଭୁବନେଶ୍ୱରରେ ୫ ଷ୍ଟୋର, କଟକ, ଯାଜପୁର ରୋଡରେ ୨ ଷ୍ଟୋର, ଯାଜପୁର ଟାଉନ, ଭଦ୍ରକ, ବାଲେଶ୍ୱର, ରାଉରକେଲା, ଝାରସୁଗୁଡା, ଅନୁଗୋଳରେ ୨ ଏବଂ ତାଳଚେରରେ ନିଜସ୍ବ ଷ୍ଟୋର ଦ୍ୱାରା ସେବା ଯୋଗାଣ ହେଉଛି। ଏହାବାଦ ପ୍ରାଞ୍ଚାଇଜି ଷ୍ଟୋର ଦ୍ୱାରା ଜାରକା, ଜଳେଶ୍ୱର, ଯାଜପୁର ରୋଡ କେଶଦୁରାପାଳ, ବନ୍ତ ଭଳି ସ୍ଥାନଗୁଡିକରେ ଗ୍ରାହକଙ୍କ ପାଖରେ ପହଞ୍ଚି ପାରିଛୁ।
– ଗ୍ରାହକ ଆଦୃତି ପାଇବାରେ କେଉଁ ପ୍ରସଙ୍ଗଗୁଡିକ ସହାୟକ ହୋଇଛି ?
-ଗତ ୪୧ ବର୍ଷ ହେବ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛୁ। ରାଜ୍‌ ଇଲେକ୍‌ଟ୍ରୋନିକ୍ସ ଏବଂ ବିଶ୍ୱାଳ ସେଲ୍‌ସ ଓଡିଶାର ବିଶ୍ୱାସଯୋଗ୍ୟ ବ୍ରାଣ୍ଡ ନାମ ହୋଇ ପାରିଛି। ଏହି ବିଶ୍ୱାସ ସହ ଅଗ୍ରସର ହେଉଛୁ। ସେବାରେ ପ୍ରମୁଖ ସ୍ଥାନରେ ରହିବା ସହ ଲୋକଙ୍କୁ ତ୍ୱରିତ ସେବା ଯୋଗାଣକୁ ପ୍ରାଥମିକତା ଦେଉଛୁ। ଗ୍ରାହକ ଯେଭଳି କୌଣସି ଅସୁବିଧାର ସାମ୍ନା ନ କରନ୍ତି ତାକୁ ନିଜେ ପ୍ରତ୍ୟକ୍ଷ ଭାବେ ଦେଖିଥାଏ। ପ୍ରତ୍ୟକ୍ଷ ସମ୍ପର୍କରେ ରହି ଗ୍ରାହକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଥାଉ।
– ପାର୍ବଣରେ କ୍ରୟ ଉପରେ କେଉଁ ସବୁ ସ୍ବତନ୍ତ୍ର ଅଫର ଷ୍ଟୋରରେ ଉପଲବ୍ଧ?
– ଚଳିତ ବର୍ଷ ପାର୍ବଣରେ ବିଭିନ୍ନ ଅଫର ଗ୍ରାହକଙ୍କ ଲାଗି ରହିଛି। ବର୍ତ୍ତମାନ ହାଇଏଣ୍ଡ ମଡେଲ ଭଲ ବିକ୍ରି ହେଉଛି। ଉକ୍ତ ମଡେଲଗୁଡିକ ଉପରେ ଅଫର ସହ ଅନ୍ୟ ଅଫର ଉପଲବ୍ଧ। ଏଲ୍‌ଜି ହାଇଏଣ୍ଡ ସାଇଡ୍‌ ବାଏ ସାଇଡ୍‌ ରେଫ୍ରିଜରେଟର ଉପରେ ମିନି ରେଫ୍ରିଜରେଟର ମାଗଣା ମିଳୁଛି। ୧୦ କେଜି ଫ୍ରଣ୍ଟଲୋଡିଂ ଓ୍ବାଶିଂମେଶିନ କ୍ରୟରେ ଭ୍ୟାକୁମ କ୍ଲିନର ମାଗଣା ରହିଛି। ଏଲ୍‌ଜିର ୬୫ ଇଞ୍ଚ ଏବଂ ୫୫ ଇଞ୍ଚ ଏଲଇଡି କ୍ରୟରେ ଯଥାକ୍ରମ ୪୯,୯୦୦ ଏବଂ ୩୫,୯୦୦ ଟଙ୍କାର ସାଉଣ୍ଡ ବାର ରହିଛି। ଶୋ’ରୁମ ପକ୍ଷରୁ ଗିଫ୍ଟ ବ୍ୟବସ୍ଥା, ୩୨ ଇଞ୍ଚ ସ୍ମାର୍ଟ ଏବଂ ଊର୍ଦ୍ଧ୍ୱ ଉପରେ ଜିଓ ଓ୍ବାଇଫାଇ ଡଙ୍ଗଲ ଦିଆଯାଉଛି। ଏଚ୍‌ଡିଏଫ୍‌ସି କାର୍ଡ, ଆଇସିଆଇସିଆଇ, ଆକ୍ସିସ କ୍ରେଡିଟ ଏବଂ ଡେବିଟ କାର୍ଡ ହୋଲ୍ଡରଙ୍କ ପାଇଁ ୯ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ରହିଛି। ଏୟାର କଣ୍ଡିଶନର ଉପରେ ୧୦% କ୍ୟାଶ୍‌ବ୍ୟାକ୍‌ ଗ୍ରାହକ ପାଇବେ। ଫାଇନାନ୍ସ, ବ୍ରାଣ୍ଡ ଇଏମ୍‌ଆଇ ଏବଂ କ୍ୟାଶ ଦେଇ ଲୋକମାନେ ଏହିି ପ୍ରଡକ୍ଟ କିଣିପାରିବେ। ଦୈନିକ ଭିତ୍ତିରେ ୩୩ ଟଙ୍କା ଦେଇ ଗ୍ରାହକ ମାସିକ ୯୯୯ ଟଙ୍କା ଇଏମ୍‌ଆଇରେ ୩୨ ଇଞ୍ଚର ଏଲ୍‌ଇଡି ନେଇ ପାରିବେ। ସେହିଭଳି ଦୈନିକ ୬୭ ଟଙ୍କା ବା ମାସିକ ୧୯୯୯ ଟଙ୍କାରେ ୪୩ ଇଞ୍ଚ, ଦୈନିକ ୧୦୦ ଟଙ୍କାରେ ୪୫ ଇଞ୍ଚ, ଦୈନିକ ୧୬୭ ଟଙ୍କା ଦେଇ ୫୫ ଇଞ୍ଚର ଟିଭି ନେବାକୁ ଗ୍ରାହକ ସକ୍ଷମ ହୋଇପାରିବେ। ଏ କ୍ଷେତ୍ରରେ ଏଚ୍‌ଡିଏଫ୍‌ସି କାର୍ଡ ହୋଲ୍ଡରମାନେ ୯ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ପାଇବେ।
– ଓଡ଼ିଶା କଞ୍ଜ୍ୟୁମର ଡ୍ୟୁରେବୁଲ ବଜାରକୁ କିଭଳି ଦେଖୁଛନ୍ତି?
– ଓଡ଼ିଶାରେ ଏହି ବଜାର ଆଗାମୀ ଦିନରେ ଆହୁରି ଅଗ୍ରସର ହେବ। ବର୍ତ୍ତମାନ ୧୫% ଲୋକଙ୍କ ନିକଟରେ ଏହି ବର୍ଗରେ ପ୍ରଡକ୍ଟ ପହଞ୍ଚିଛି। ଆହୁରି ୮୫% ଲୋକଙ୍କ ପାଖରେ ଏହି ପ୍ରଡକ୍ଟ ଅପହଞ୍ଚ। ଲୋକଙ୍କ କ୍ରୟ ଆଶା ବଢୁଛି। ଗତ କିଛି ବର୍ଷ ତଳେ ଦେଶରେ ବାଇକ ନ ଥିବା ବେଳେ ଏବେ ଗାଁରେ ମଧ୍ୟ ପରିବାର ପିଛା ଏକାଧିକ ବାଇକ ଦେଖିବାକୁ ମିଳୁଛି। ଇଏମ୍‌ଆଇରେ ପ୍ରଡକ୍ଟ ଉପଲବ୍ଧ ହେଉଥିବାରୁ କଞ୍ଜ୍ୟୁମର ଡ୍ୟୁରେବୁଲ କ୍ରୟ ଏବେ କୌଣସି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ନିକଟରେ ସୀମିତ ନାହିଁ। ବିଦ୍ୟୁତ୍‌ ସେବା ଏବଂ ଗ୍ରାମୀଣ ଭିତ୍ତିଭୂମି ବିକାଶ ଉକ୍ତ ବର୍ଗରେ ପ୍ରଡକ୍ଟ କ୍ରୟକୁ ପ୍ରୋତ୍ସାହିତ କରୁଛି।
– ନୂଆ ଟେକ୍ନୋଲୋଜି ପ୍ରଡକ୍ଟ ଚାହିଦାରେ କିଭଳି ପରିବର୍ତ୍ତନ ଦେଖୁଛନ୍ତି ?
– ନୂଆ ଟେକ୍ନୋଲୋଜି ପ୍ରଡକ୍ଟ ଆଡକୁ ଗ୍ରାହକ ଏବେ ଅଗ୍ରସର। ଲୋକମାନେ ଆଡଭାନ୍ସ ପ୍ରଡକ୍ଟକୁ ଅପ୍‌ଗ୍ରେଡ ହେଉଛନ୍ତି। ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟିଭି, ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ସହ ଅନ୍ୟାନ୍ୟ ପ୍ରଡକ୍ଟ କ୍ରୟ ନେଇ ମନ ବଳାଉଛନ୍ତି।
– ପାର୍ବଣରେ ବିକ୍ରି କେମିତି ରହିବ ?
– ଏଥର ମଧ୍ୟ ଭଲ ବିକ୍ରି ନେଇ ଆଶାବାଦୀ ରହିଛି। ଚଳିତ ବର୍ଷ ପାର୍ବଣ ଲୋକଙ୍କ ପାଇଁ ଖୁସି ଆଉ ସମୃଦ୍ଧି ଆଣିଦେଉ । ରାଜ୍‌ ଇଲେକଟ୍ରୋନିକ୍ସ ପାର୍ବଣ ପାଇଁ ଗ୍ରାହକଙ୍କୁ ଶୁଭେଚ୍ଛା ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri