ଗ୍ରାହକଙ୍କୁ ଲୁଟିବାକୁ ସୁଯୋଗ ଦେଉଛନ୍ତି ସରକାର

ବ୍ରହ୍ମପୁର ଅଫିସ୍‌,୧୪ା୭-ରାଜ୍ୟର ୪ ଡିସ୍‌କମ୍‌(ବିଦ୍ୟୁତ୍‌ ବିତରଣ ସଂସ୍ଥା) ଯଥା ସାଉଥ୍‌କୋ, ସେସୁ, ନେସ୍‌କୋ ଏବଂ ୱେସ୍‌କୋକୁ ସମ୍ପୂୂର୍ଣ୍ଣ ଭାବେ ଘରୋଇ ସଂସ୍ଥା ହାତକୁ ଟେକିଦେବା ପାଇଁ ରାଜ୍ୟ ସରକାର ମସୁଧା କରୁଛନ୍ତି। ଏନେଇ ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଚାଲିବ । ପୂର୍ବରୁ ଯେଉଁସବୁ ସର୍କଲ୍‌ କିମ୍ବା ଡିଭିଜନ୍‌ରେ ଘରୋଇ ସଂସ୍ଥାକୁ ବିଲ୍‌ ଆଦାୟ, ରକ୍ଷଣାବେକ୍ଷଣ ଆଦି ଦାୟିତ୍ୱ ଦିଆଯାଇଛି, ସେଠାରେ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ।
ବିଭିନ୍ନ ଆଳରେ ଗ୍ରାହକଙ୍କଠାରୁ ସମ୍ପୃକ୍ତ ଘରୋଇ ସଂସ୍ଥାଗୁଡ଼ିକ ଟଙ୍କା ଆଦାୟ କରୁଥିଲେ । ଅନେକ ସ୍ଥାନରେ ଉପଭୋକ୍ତାମାନେ ତୀବ୍ର ବିରୋଧ କରିବା ସହ ବିଶୃଙ୍ଖଳା ଦେଖାଦେଇଥିଲା । ଏଣୁ ଯଦି ଆଗାମୀ ଦିନରେ ଡିସ୍‌କମ୍‌ଗୁଡ଼ିକୁ ଘରୋଇ ସଂସ୍ଥାକୁ ଦିଆଯାଏ, ତେବେ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦିଆଯିବ ବୋଲି ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସଭାପତି ଅଳି କିଶୋର ପଟ୍ଟନାୟକ, ସାଧାରଣ ସମ୍ପାଦକ କାଳୁଚରଣ ସାହୁ, ଉପସଭାପତି ମୋହନ ରେଡ୍ଡୀ, ସହସାଧାରଣ ସମ୍ପାଦକ ନିରଞ୍ଜନ ପାତ୍ର, ପଞ୍ଚାନନ ଜେନା, ରାକେଶ ସ୍ବାଇଁ ଓ ଯୁଧିଷ୍ଠିର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ୧୯୯୫ ରେ ୪ ଡିସ୍‌କମ୍‌ ଗଠନ କରାଯାଇ ସେଗୁଡ଼ିକର ଘରୋଇକରଣ ଦିଗରେ ସରକାର ପଦକ୍ଷେପ ନେଇଥିଲେ। ବିଏସ୍‌ଇଏସ୍‌ ଏବଂ ଏଇଏସ୍‌ ନାମକ ଘରୋଇ ସଂସ୍ଥାକୁ ଟେକି ଦେଇଥିଲେ । ହେଲେ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।
ଏଇଏସ୍‌ କମ୍ପାନୀ ବହୁ ଶହ କୋଟି ନେଇ ସେସୁକୁ ଛାଡ଼ିଦେଇ ନିଜ ଦେଶ ଆମେରିକାକୁ ଫେରି ଯାଇଥିଲା ।
ବିଏସ୍‌ଇଏସ୍‌ ମଧ୍ୟ ସମ୍ପୂର୍ଣ୍ଣ ଅଂଶଧନକୁ ରିଲାଏନ୍ସ କମ୍ପାନୀକୁ ବିକିଦେଇ ପରିଚାଳନା ଦାୟିତ୍ୱରୁ ଓହରି ଯାଇଥିଲା । ହେଲେ ରିଲାଏନ୍ସ ମଧ୍ୟ ବିଫଳ ହେବାରୁ ସରକାର ୨୦୧୫ ଏପ୍ରିଲ୍‌ରେ ବିତାଡିତ କରିଥିଲେ। ସାଉଥ୍‌କୋର ଛତ୍ରପୁର ଡିଭିଜନ୍‌ ଏନ୍‌ଜେଏନ୍‌ ନାମକ ଏକ ସଂସ୍ଥା ପାଖକୁ ଚାଲିଯାଇଥିଲା ।
ଏହି କମ୍ପାନୀ ମଧ୍ୟ ବିଫଳ ହୋଇଥିଲା । ଦୁଇ ବର୍ଷ ପରେ ଏହି ସଂସ୍ଥା ମଧ୍ୟ ଛାଡ଼ ଦେଇଥିଲା । ବର୍ତ୍ତମାନ ଏହି ଏନ୍‌ଜେଏନ୍‌ କମ୍ପାନୀ ସେସୁର ଢ଼େଙ୍କାନାଳ ସର୍କଲ୍‌ର ଢ଼େଙ୍କାନାଳ, ଚାଇଁପାଳ ଏବଂ ଅନୁଗୋଳ ଡିଭିଜନ୍‌ରେ ବିଦ୍ୟୁତ୍‌ ବିଲ୍‌ ଆଦାୟ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । ସେଠାରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ସାଧାରଣ ଉପଭୋକ୍ତା ବିଦ୍ୟୁତ୍‌ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।
କି ଦୁଇଥର ନୁହଁ, ଘରୋଇ ସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର ବିଦ୍ୟୁତ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ହସ୍ତାନ୍ତର କରିଛନ୍ତି। ସବୁଥର କେବଳ ବିଫଳତା ହିଁ ମିଳିଛି ।
ଅଯଥାରେ ସାଧାରଣ ଉପଭୋକ୍ତା ହଇରାଣ ହେଉଛନ୍ତି । ସେମାନଙ୍କୁ ବିଭିନ୍ନ ଆଳରେ ଲୁଟ୍‌ କରାଯାଉଛି । ଅନ୍ୟପଟେ ଦେଖିବାକୁ ମିଳୁଛି ଯେ, କେବଳ ଗ୍ରାହକ ନୁହଁ, ଆଉଟ୍‌ସୋର୍ସିଂ କର୍ମଚାରୀମାନେ ମଧ୍ୟ ହଇରାଣ ହେଉଛନ୍ତି । ଆଉଟ୍‌ସୋର୍ସିଂ ସଂସ୍ଥା ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ପ୍ରତିବର୍ଷ ୨୦୦ଜଣଙ୍କୁ ନିୟମିତ କରିବାକୁ ବିଭାଗୀୟ ମନ୍ତ୍ରୀ, ସଚିବ, ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ର ଅଧ୍ୟକ୍ଷ ଗତ ବର୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ତାହା ପୂରଣ ହୋଇନାହିଁ । କର୍ମଚାରୀମାନେ ଖୁବ୍‌ କମ୍‌ ଦରମାରେ, ବିନା ସ୍ଥାୟିତ୍ୱରେ କାମ କରୁଛନ୍ତି । ସେମାନଙ୍କୁ ନିୟମିତ ନ କରିବା ପାଇଁ ରାଜ୍ୟ ସରକାର ଏକ ଷଡ଼ଯନ୍ତ୍ର ଦ୍ୱାରା ଘରୋଇ ସଂସ୍ଥାକୁ ଡିସ୍‌କମ୍‌ଗୁଡ଼ିକୁ ଟେକି ଦେଉଛନ୍ତି । ଏଣୁ ଘରୋଇ କରଣ ନିଷ୍ପତ୍ତିରୁ ରାଜ୍ୟ ସରକାର ନ ଓହରିଲେ, ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ, ଯେଉଁଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଏହି ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri