ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଗଞ୍ଜାମ,୨୧ା୮(ଡି.ଏନ.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀର ପିଛା ଛାଡୁନି ସମସ୍ୟା। କେତେବେଳେ ବିଭିନ୍ନ ଦାବିନେଇ ଠିକା ଶ୍ରମିକଙ୍କ ଧାରଣା ତ ଆଉ କେତେବେଳେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି କାର୍ଯ୍ୟରତ ଶ୍ରମିକ। କମ୍ପାନୀର ମନମୁଖୀ ଶାସନ ପ୍ରତିବାଦରେ ମଙ୍ଗଳବାର ଅପରାହ୍ନ ୪ଟାରୁ କମ୍ପାନୀ ଆଡ୍‌ମିନିଷ୍ଟ୍ରେଟ ବିଲ୍ଡିଂ ସମ୍ମୁଖରେ ଏହି ଧାରଣା ଚାଲିଛି। ଶ୍ରମିକମାନଙ୍କ ଧାରଣା ଯୋଗୁ ଷ୍ଟାଫ ଡ୍ୟୁଟି ସରିବାପରେ ବି ଭୟରେ ବାହାରକୁ ଯାଇପାରି ନ ଥିଲେ। ରାତି ପ୍ରାୟ ୧୧ଟାରେ କମ୍ପାନୀରୁ ବାହାରି କ୍ବାର୍ଟରକୁ ଯାଇଥିଲେ। କୌଣସି ସମାଧାନ ନ ହେବାରୁ ପୁଣି କାର୍ଯ୍ୟରତ ଶ୍ରମିକ ତଥା ଜୟଶ୍ରୀ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଙ୍ଗଠନ ବୁଧବାର ସକାଳୁ ଧାରଣା ଦେଇଛନ୍ତି। ୫୦ ବର୍ଷ ପୂର୍ବରୁ ହୋଇଥିବା ଚୁକ୍ତିକୁ କମ୍ପାନୀ ଅବମାନନା କରୁଥିବା ଉକ୍ତ ଶ୍ରମିକ ସଂଗଠନ ଅଭିଯୋଗ କରିଛି। ପୂର୍ବଚୁକ୍ତି ଅନୁଯାୟୀ ସିନିୟର ଶ୍ରମିକଙ୍କୁ କମ୍ପାନୀ ପ୍ରମୋଶନ ଦେବା ପ୍ରତିବଦଳରେ (ରେକୋଗନାଇଜ୍‌ ୟୁନିଅନ) ସ୍ବୀକୃତିପ୍ରାପ୍ତ ୟୁନିୟନ ଚାପରେ ଜୁନିୟର ଶ୍ରମିକମାନଙ୍କୁ ପ୍ରମୋଶନ ଦେଉଛି ବୋଲି ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠନ ସମ୍ପାଦକ ଅର୍ଜୁନ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହିତ କମ୍ପାନୀରେ ଖାଲି ଥିବା ପଦବୀ ନିମନ୍ତେ ଠିକା ଭିତ୍ତିରେ ନିଯୁକ୍ତି ଦେଉଥିବା ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ନିଯୁକ୍ତି ନ ଦେଇ ରାଜ୍ୟ ବାହାରୁ ଶ୍ରମିକ ଆଣି କମ୍ପାନୀରେ ନିୟୋଜିତ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି। ଏ ସମ୍ପର୍କରେ ସ୍ବୀକୃତିପ୍ରାପ୍ତ ୟୁନିଅନ ବା ଜୟଶ୍ରୀ କେମିକାଲ ଏମ୍ପ୍ଲୋଇଜ୍‌ ୟୁନିୟନ ସମ୍ପାଦକ ରଞ୍ଜିତ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ପୁଣି କମ୍ପାନୀ ଲୋକ ସମ୍ପର୍କ ସୂଚନା ଅଧିକାରୀ ରବୀନ୍ଦ୍ର କୁମାର ମାହାନ୍ତିଙ୍କୁ ପଚାରିବାରେ ଶ୍ରମିକମାନଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ସେ ସୂଚନା ଦେଇଛନ୍ତି। ଧାରଣାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଙ୍ଗଠନ ସଭାପତି ଶଙ୍କର ଦାସ, ସହ ସମ୍ପାଦକ କୃଷ୍ଣ ପଲାଇ, ପଙ୍କଜ ଗୌଡ଼, ଲୋକନାଥ ମୁଦୁଲି, ବାସୁଦେବ ରେଡ୍ଡୀ, ଟୁକୁନା ବାରିକି, ନାରାୟଣ ଗୌଡ଼, ବିଜୟ ପଲାଇଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri