ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ

 

ନୂଆଦିଲ୍ଲୀ,୨୫।୪: ଦେଶର ମୋଟ୍‌ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ଗ୍ରାମାଞ୍ଚଳରେ ଦୁଇତୃତୀୟାଂଶ ଲୋକ ବସବାସ କରୁଛନ୍ତି। ୨୦୧୬ର ବିମୁଦ୍ରୀକରଣ, ମରୁଡ଼ି ସମେତ ଅନ୍ୟ ସମସ୍ୟା ଗତ କିଛି ବର୍ଷ ଧରି ଗ୍ରାମାଞ୍ଚଳର ସ୍ଥିତିକୁ ପ୍ରଭାବିତ କରିଛି। ବର୍ତ୍ତମାନର ୪୦ ଦିନିଆ ଲକ୍‌ଡାଉନ ଏହି ସମସ୍ୟାକୁ ଆହୁରି ଉତ୍କଟ କରିଛି। ଏଥିଲାଗି ଗ୍ରାମୀଣ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଦେଇ ଗତି କରୁଛି ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ବ୍ଲୁମ୍‌ବର୍ଗ ଇକୋନୋମିକ୍ସ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରୁରାଲ ଟ୍ରାକର ମୁତାବକ, ଗତ ବର୍ଷ ଫେବୃୟାରୀ ତୁଳନାରେ ଚଳିତ ବର୍ଷ ଫେବୃୟାରୀରେ ଉତ୍ପାଦନ ୩.୭% ଖସିଛି। ମୋଟ ୯ ମାସ ମଧ୍ୟରୁ ୮ ମାସ ଉତ୍ପାଦନ ନିମ୍ନରେ ରହିଛି। ଏସ୍‌କର୍ଟ ଲିମିଟେଡ୍‌ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ମାର୍ଚ୍ଚରେ ଟ୍ରାକ୍ଟର ବିକ୍ରି ଯଥାକ୍ରମେ ୫୪% ଏବଂ ୨୭% ଖସିଛି। ଏହାବାଦ ଗ୍ରାମାଞ୍ଚଳରେ ଦୁଇଚକିଆ ଯାନ ବିକ୍ରି ୪୦% ନିମ୍ନରେ ରହିଛି। ଲୋକଙ୍କର ଚାହିଦା ଖସିବାରୁ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗ ଉପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଅହମ୍ମଦାବାଦର ପ୍ରଫେସର ରିତିକା ଖେରା କହିଛନ୍ତି, ଗ୍ରାମାଞ୍ଚଳ ଲୋକଙ୍କ ଆୟ ରେମିଟାନ୍ସ ବା ବାହାରୁ ଆସୁଥିବା ଅର୍ଥ ସହ ସମ୍ପର୍କ ରହିଛି। ଲକ୍‌ଡାଉନ ପାଇଁ ଲୋକଙ୍କର ମାନସିକ ଅବସ୍ଥା ପ୍ରଭାବିତ ହୋଇଛି, ଯାହାର ପ୍ରଭାବ ବଜାର ଉପରେ ମଧ୍ୟ ପଡୁଛିି। ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଆଗେଇନେବା ଲାଗି ଲୋକଙ୍କର ଖର୍ଚ୍ଚ ଏକ ପ୍ରମୁଖ ଭୂମିକା ନେଇଥାଏ। ନୂଆଦିଲ୍ଲୀ ଭିତ୍ତିକ ପିପୁଲ ରିସର୍ଚ୍ଚ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ ଦେଶର ପରିବାରଗୁଡ଼ିକର ମୋଟ ଖର୍ଚ୍ଚ ମଧ୍ୟରେ ଗ୍ରାମାଞ୍ଚଳର ଅଂଶ ୫୭% ରହିଛି। ଏଣୁ ଗ୍ରାମାଞ୍ଚଳ ଲୋକଙ୍କର ଚାହିଦା କ୍ଷତିଗ୍ରସ୍ତ ହେଲେ ସାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇବା ସ୍ବାଭାବିକ।
ଲକ୍‌ଡାଉନ ପ୍ରବାସୀ ଶ୍ରମିକଙ୍କ ଲାଗି ଏକ ଝଟକା ଦେଇଥିବା ରିପୋର୍ଟରେ କୁହାଯାଇଛି। କିଛି ପ୍ରାନ୍ତରେ ଫସଲ ଅମଳ ପ୍ରଭାବିତ ହେବାରୁ ଫସଲ ନଷ୍ଟ ଏବଂ ଅମଳ ହୋଇଥିଲେ ପରିଚାଳନା କରିବାକୁ ଲୋକ ଅଭାବ ଏବଂ ଅନ୍ୟ ସମସ୍ୟା ଉପୁଜିଛି। ଭୂତାଣୁ ଲଗାତର ଭାବେ ବଢୁଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହାର ଚାପ ବଢ଼ିଛି। ଏବେ ପ୍ରବାସୀ ଶ୍ରମିକ ବହୁ ସଂଖ୍ୟାରେ ଘରକୁ ଫେରୁଛନ୍ତି। ଏତେ ସଂଖ୍ୟକ ଲୋକଙ୍କ ଲାଗି ଜୀବିକା ଗ୍ରାମାଞ୍ଚଳରେ ସୃଷ୍ଟି କରିବା କଷ୍ଟକର। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡେଭଲପମେଣ୍ଟ ଷ୍ଟଡିଜର ଆସୋସିଏଟ୍‌ ପ୍ରଫେସର ନିକିତା ସୁଦ କହିଛନ୍ତି, ଲୋକଙ୍କ ନିକଟରେ କାମ ନ ଥିବାରୁ ପୋଷଣ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଏବଂ ପାରିବାରିକ ହିଂସା ବଢୁଛି। ଗତ ୨୦ଦିନରେ ଗ୍ରାମାଞ୍ଚଳ ବେକାରି ୨୦% ବଢ଼ିଛି। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ରିପୋର୍ଟ ମୁତାବକ ୪୦୦ ନିୟୁତ ଶ୍ରମିକଙ୍କ ମଧ୍ୟରେ ଗରିବୀ ଆହୁରି ଉତ୍କଟ ହେବ। ଗଣମାଧ୍ୟମ ରିପୋର୍ଟ ମୁତାବକ ଲକ୍‌ଡାଉନ ସମସ୍ୟା ଯୋଗୁ ପ୍ରାୟ ୨୦୦ ଲୋକ ଭୋକ, ଆତ୍ମହତ୍ୟା ଭଳି ଅନ୍ୟ ସମସ୍ୟାରୁ ମୃତ୍ୟୁମୁଖରେ ପଡିଛନ୍ତି।
ଗ୍ରାମାଞ୍ଚଳ ବେକାରି ଉତ୍କଟ ହେଉଥିବାରୁ କୃଷିକ୍ଷେତ୍ରକୁ ପ୍ରୋତ୍ସାହନ ଏବଂ ଜୀବିକା ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ ଆବଶ୍ୟକ ବୋଲି ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚର ପରାମର୍ଶଦାତା ଶଶାଙ୍କ ଭିଡେ ମତବ୍ୟକ୍ତ କରିଛନ୍ତି। ଖାଦ୍ୟ ନିରାପତ୍ତା ଜୀନବଧାରଣ ବାଦ୍‌ ଅନ୍ୟ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ମାନ୍ଦାବସ୍ଥା ଏବଂ କରୋନା ଦେଶର ଅର୍ଥ ବ୍ୟବସ୍ଥା ଗତିକୁ ୪ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ନେଇଯିବା ଆଶଙ୍କା ପ୍ରକଟ କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ୧.୭ ଲକ୍ଷ କୋଟିର ପ୍ୟାକେଜ ବାଦ୍‌ ଅନ୍ୟ କିଛି ପଦକ୍ଷେପ ଘୋଷଣା କରିଛନ୍ତି। ଅନ୍ୟ ଦେଶଗୁଡ଼ିକ ଗ୍ରହଣ କରିଥିବା ବ୍ୟବସ୍ଥା ତୁଳନାରେ ଏହା ପର୍ଯ୍ୟାପ୍ତ ନୁହେଁ। ଏବେ ଲୋକଙ୍କ ନିକଟରେ କାମ ନ ଥିବା ଯୋଗୁ ହାତ ଉଧାରି ବଢ଼ିବ, ଯାହା ଗରିବଙ୍କ ଚିନ୍ତା ବଢ଼ାଇବ ବୋଲି ବ୍ଲୁମ୍‌ବର୍ଗର ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri