ଗ୍ରାମୀଣ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଚ୍ୟାଲେଞ୍ଜ

 

ନୂଆଦିଲ୍ଲୀ,୨୫।୪: ଦେଶର ମୋଟ୍‌ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ଗ୍ରାମାଞ୍ଚଳରେ ଦୁଇତୃତୀୟାଂଶ ଲୋକ ବସବାସ କରୁଛନ୍ତି। ୨୦୧୬ର ବିମୁଦ୍ରୀକରଣ, ମରୁଡ଼ି ସମେତ ଅନ୍ୟ ସମସ୍ୟା ଗତ କିଛି ବର୍ଷ ଧରି ଗ୍ରାମାଞ୍ଚଳର ସ୍ଥିତିକୁ ପ୍ରଭାବିତ କରିଛି। ବର୍ତ୍ତମାନର ୪୦ ଦିନିଆ ଲକ୍‌ଡାଉନ ଏହି ସମସ୍ୟାକୁ ଆହୁରି ଉତ୍କଟ କରିଛି। ଏଥିଲାଗି ଗ୍ରାମୀଣ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଦେଇ ଗତି କରୁଛି ବୋଲି ବଜାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।
ବ୍ଲୁମ୍‌ବର୍ଗ ଇକୋନୋମିକ୍ସ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ରୁରାଲ ଟ୍ରାକର ମୁତାବକ, ଗତ ବର୍ଷ ଫେବୃୟାରୀ ତୁଳନାରେ ଚଳିତ ବର୍ଷ ଫେବୃୟାରୀରେ ଉତ୍ପାଦନ ୩.୭% ଖସିଛି। ମୋଟ ୯ ମାସ ମଧ୍ୟରୁ ୮ ମାସ ଉତ୍ପାଦନ ନିମ୍ନରେ ରହିଛି। ଏସ୍‌କର୍ଟ ଲିମିଟେଡ୍‌ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ ମାର୍ଚ୍ଚରେ ଟ୍ରାକ୍ଟର ବିକ୍ରି ଯଥାକ୍ରମେ ୫୪% ଏବଂ ୨୭% ଖସିଛି। ଏହାବାଦ ଗ୍ରାମାଞ୍ଚଳରେ ଦୁଇଚକିଆ ଯାନ ବିକ୍ରି ୪୦% ନିମ୍ନରେ ରହିଛି। ଲୋକଙ୍କର ଚାହିଦା ଖସିବାରୁ ଏଭଳି ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗ ଉପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଅହମ୍ମଦାବାଦର ପ୍ରଫେସର ରିତିକା ଖେରା କହିଛନ୍ତି, ଗ୍ରାମାଞ୍ଚଳ ଲୋକଙ୍କ ଆୟ ରେମିଟାନ୍ସ ବା ବାହାରୁ ଆସୁଥିବା ଅର୍ଥ ସହ ସମ୍ପର୍କ ରହିଛି। ଲକ୍‌ଡାଉନ ପାଇଁ ଲୋକଙ୍କର ମାନସିକ ଅବସ୍ଥା ପ୍ରଭାବିତ ହୋଇଛି, ଯାହାର ପ୍ରଭାବ ବଜାର ଉପରେ ମଧ୍ୟ ପଡୁଛିି। ଗ୍ରାମାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଆଗେଇନେବା ଲାଗି ଲୋକଙ୍କର ଖର୍ଚ୍ଚ ଏକ ପ୍ରମୁଖ ଭୂମିକା ନେଇଥାଏ। ନୂଆଦିଲ୍ଲୀ ଭିତ୍ତିକ ପିପୁଲ ରିସର୍ଚ୍ଚ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ସର୍ଭେ ମୁତାବକ ଦେଶର ପରିବାରଗୁଡ଼ିକର ମୋଟ ଖର୍ଚ୍ଚ ମଧ୍ୟରେ ଗ୍ରାମାଞ୍ଚଳର ଅଂଶ ୫୭% ରହିଛି। ଏଣୁ ଗ୍ରାମାଞ୍ଚଳ ଲୋକଙ୍କର ଚାହିଦା କ୍ଷତିଗ୍ରସ୍ତ ହେଲେ ସାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇବା ସ୍ବାଭାବିକ।
ଲକ୍‌ଡାଉନ ପ୍ରବାସୀ ଶ୍ରମିକଙ୍କ ଲାଗି ଏକ ଝଟକା ଦେଇଥିବା ରିପୋର୍ଟରେ କୁହାଯାଇଛି। କିଛି ପ୍ରାନ୍ତରେ ଫସଲ ଅମଳ ପ୍ରଭାବିତ ହେବାରୁ ଫସଲ ନଷ୍ଟ ଏବଂ ଅମଳ ହୋଇଥିଲେ ପରିଚାଳନା କରିବାକୁ ଲୋକ ଅଭାବ ଏବଂ ଅନ୍ୟ ସମସ୍ୟା ଉପୁଜିଛି। ଭୂତାଣୁ ଲଗାତର ଭାବେ ବଢୁଥିବାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହାର ଚାପ ବଢ଼ିଛି। ଏବେ ପ୍ରବାସୀ ଶ୍ରମିକ ବହୁ ସଂଖ୍ୟାରେ ଘରକୁ ଫେରୁଛନ୍ତି। ଏତେ ସଂଖ୍ୟକ ଲୋକଙ୍କ ଲାଗି ଜୀବିକା ଗ୍ରାମାଞ୍ଚଳରେ ସୃଷ୍ଟି କରିବା କଷ୍ଟକର। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଡେଭଲପମେଣ୍ଟ ଷ୍ଟଡିଜର ଆସୋସିଏଟ୍‌ ପ୍ରଫେସର ନିକିତା ସୁଦ କହିଛନ୍ତି, ଲୋକଙ୍କ ନିକଟରେ କାମ ନ ଥିବାରୁ ପୋଷଣ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଏବଂ ପାରିବାରିକ ହିଂସା ବଢୁଛି। ଗତ ୨୦ଦିନରେ ଗ୍ରାମାଞ୍ଚଳ ବେକାରି ୨୦% ବଢ଼ିଛି। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ରିପୋର୍ଟ ମୁତାବକ ୪୦୦ ନିୟୁତ ଶ୍ରମିକଙ୍କ ମଧ୍ୟରେ ଗରିବୀ ଆହୁରି ଉତ୍କଟ ହେବ। ଗଣମାଧ୍ୟମ ରିପୋର୍ଟ ମୁତାବକ ଲକ୍‌ଡାଉନ ସମସ୍ୟା ଯୋଗୁ ପ୍ରାୟ ୨୦୦ ଲୋକ ଭୋକ, ଆତ୍ମହତ୍ୟା ଭଳି ଅନ୍ୟ ସମସ୍ୟାରୁ ମୃତ୍ୟୁମୁଖରେ ପଡିଛନ୍ତି।
ଗ୍ରାମାଞ୍ଚଳ ବେକାରି ଉତ୍କଟ ହେଉଥିବାରୁ କୃଷିକ୍ଷେତ୍ରକୁ ପ୍ରୋତ୍ସାହନ ଏବଂ ଜୀବିକା ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ ଆବଶ୍ୟକ ବୋଲି ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚର ପରାମର୍ଶଦାତା ଶଶାଙ୍କ ଭିଡେ ମତବ୍ୟକ୍ତ କରିଛନ୍ତି। ଖାଦ୍ୟ ନିରାପତ୍ତା ଜୀନବଧାରଣ ବାଦ୍‌ ଅନ୍ୟ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି। ମାନ୍ଦାବସ୍ଥା ଏବଂ କରୋନା ଦେଶର ଅର୍ଥ ବ୍ୟବସ୍ଥା ଗତିକୁ ୪ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ନେଇଯିବା ଆଶଙ୍କା ପ୍ରକଟ କରାଯାଇଛି। କେନ୍ଦ୍ର ସରକାର ମଧ୍ୟ ୧.୭ ଲକ୍ଷ କୋଟିର ପ୍ୟାକେଜ ବାଦ୍‌ ଅନ୍ୟ କିଛି ପଦକ୍ଷେପ ଘୋଷଣା କରିଛନ୍ତି। ଅନ୍ୟ ଦେଶଗୁଡ଼ିକ ଗ୍ରହଣ କରିଥିବା ବ୍ୟବସ୍ଥା ତୁଳନାରେ ଏହା ପର୍ଯ୍ୟାପ୍ତ ନୁହେଁ। ଏବେ ଲୋକଙ୍କ ନିକଟରେ କାମ ନ ଥିବା ଯୋଗୁ ହାତ ଉଧାରି ବଢ଼ିବ, ଯାହା ଗରିବଙ୍କ ଚିନ୍ତା ବଢ଼ାଇବ ବୋଲି ବ୍ଲୁମ୍‌ବର୍ଗର ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri