ଗ୍ରାମାଞ୍ଚଳକୁ ସଂକ୍ରମଣ ମୁକ୍ତ ରଖିବା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ଆଗକୁ ସନ୍ତୁଳିତ ରଣନୀତି ପ୍ରସ୍ତୁତ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାବେଳେ କହିଛନ୍ତି। ଦେଶପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା ଗ୍ରାମାଞ୍ଚଳଗୁଡ଼ିକ କରୋନା ସଂକ୍ରମଣରୁ ମୁକ୍ତ ରଖିଛି ବୋଲି ଆମକୁ ସୁନିଶ୍ଚିତ କରିବାକୁ ହେବ। ଭିଡିଓ କନ୍‌ଫରେନ୍ସରେ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଲକ୍‌ଡାଉନକୁ ନେଇ କେତେକ ପରାମର୍ଶ ଦେଇଥିଲେ।
ମହାମାରୀ ବିରୋଧରେ ରାଜ୍ୟଗୁଡ଼ିକର ଲଢ଼େଇକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି। ଯେଉଁଠି ସାମାଜିକ ଦୂରତ୍ୱ ନିୟମ ପାଳନ ହୋଇନାହିଁ କିମ୍ବା ଲକ୍‌ଡାଉନ ଗାଇଡ୍‌ଲାଇନ କାର୍ଯ୍ୟକାରିତାରେ ତ୍ରୁଟି ହୋଇଛି, ସେଠାରେ ସମସ୍ୟା ବଢ଼ିଛି। ତେଣୁ ଲକ୍‌ଡାଉନବେଳେ ଲୋକମାନେ ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବା ସୁନିଶ୍ଚିତ କରିବା ଜରୁରୀ ଥିଲା। ତେବେ ଲୋକମାନେ ଘରକୁ ଫେରିବା ଲାଗି ବ୍ୟଗ୍ର ହେଲେ, ଯେଉଁଥିପାଇଁ ନିଷ୍ପତ୍ତି ବଦଳାଇବାକୁ ପଡିଲା। ଘରକୁ ଫେରିବା ମାନବୀୟ ପ୍ରକୃତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତା ୧୭ରେ ଶେଷ ହେବାକୁ ଥିବାବେଳେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ ଲାଗି ସୋମବାର ପଞ୍ଚମଥର ପାଇଁ ଭିଡିଓ କନ୍‌ଫରେନ୍ସରେ ଆଲୋଚନା କରିଥିଲେ। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଂଶଗ୍ରହଣ କରି ଏବେ ରାଜନୀତି କରିବାର ସମୟ ନୁହେଁ ବୋଲି କହିବା ସହ ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରା ନ ଯାଉ ବୋଲି ପରାମର୍ଶ ଦେଇଥିଲେ। ସେହିପରି ଚଳିତ ମାସରେ ଟ୍ରେନ୍‌ ଓ ବିମାନ ଚଳାଚଳ ଆରମ୍ଭ ନ କରିବାକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସାମୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ କୃଷି ବଜାର, ସାଧାରଣ ପରିବହନ, ବଜାର ଓ ଶପିଂ ମଲ୍‌ଗୁଡ଼ିକ କେତେକ ସର୍ତ୍ତାବଳୀ ସହ ଖୋଲିବା ଜରୁରୀ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରସ୍ତାବ ଦେଇଥିଲେ। ଅର୍ଥନୀତିକୁ ସଜାଡିବାକୁ ହେଲେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ହେବ ବୋଲି ସେ କହିଥିଲେ। ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ ନ କରିବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପ୍ରସ୍ତାବ ଦେଇଥିବାବେଳେ ରାଜ୍ୟ ଭିତରେ ଅର୍ଥନୈତିକ କାର୍ଯ୍ୟ ପରିଚାଳନା ନିଷ୍ପତ୍ତି ରାଜ୍ୟ ସରକାର ନେବା ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଥିଲେ। ରାଜ୍ୟକୁ ଆର୍ଥିକ କ୍ଷମତା ଦେବା ସହ ଲକ୍‌ଡାଉନ ଅବଧି ବଢ଼ାଇବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରସ୍ତାବ ରଖିଥିଲେ। ଲକ୍‌ଡାଉନ ଆଉ ୨ ସପ୍ତାହ ବଢ଼ାଯାଉ ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ କହିଥିଲେ।
ଲକ୍‌ଡାଉନ ଯୋଗୁ ହଜାର ହଜାର ଶ୍ରମିକ ଅଟକି ରହିଥିବାରୁ ଏହାକୁ ନେଇ ସବୁ ରାଜ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। କାମଧନ୍ଦା ହରାଇ ଭୋକ ଉପାସରେ ପ୍ରବାସୀ ଶ୍ରମିକମାନେ ଶହ ଶହ କିଲୋମିଟର ଚାଲି ଚାଲି ଘରକୁ ଫେରୁଛନ୍ତି। ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବା ସତ୍ତ୍ୱେ ଅନେକ ଶ୍ରମିକଙ୍କ ଦୁଃଖ ଦୂର ହୋଇନାହିଁ। ଦାଦନ ଶ୍ରମିକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପସଂସ୍ଥା ଲାଗି ଆର୍ଥତ୍କ ସହାୟତା ସମ୍ପର୍କରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌ ଜୋନ୍‌ ଆଧାରରେ ଲକ୍‌ଡାଉନ କଟକଣା ପର୍ଯ୍ୟାୟକ୍ରମେ କୋହଳ କରାଯିବା ନିଷ୍ପତ୍ତି ରାଜ୍ୟ ପ୍ରଶାସନ ଉପରେ ଛାଡ଼ିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ଭଳି ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବାରୁ ଲକ୍‌ଡାଉନରୁ ବାହାରିବା କଷ୍ଟକର ହେବ ବୋଲି କୁହାଯାଉଛି।

ଅର୍ଥନୀତିକୁ ବଞ୍ଚାଇବା ପାଇଁ ଏସ୍‌ଓପି ଜରୁରୀ: ମୁଖ୍ୟମନ୍ତ୍ରୀ
କରୋନା ଲକ୍‌ଡାଉନ୍‌ ଯୋଗୁ ଅର୍ଥନୀତି ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। ଅର୍ଥନୈତିକ କାର୍ଯ୍ୟକଳାପକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସରକାର ଏକ ନ୍ୟାଶନାଲ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର(ଏସ୍‌ଓପି) ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ସୋମବାର ଅପରାହ୍ନରେ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କରୋନା ମୁକାବିଲା ଓ ଭୁଶୁଡ଼ି ଯାଉଥିବା ଅର୍ଥନୀତିକୁ ସଜାଡ଼ିବା ଲାଗି କେତେକ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉତ୍ପାଦନ ଏବଂ ମୂଲ୍ୟ ଯୁକ୍ତ ପ୍ରକ୍ରିୟା କେବଳ ରାଜ୍ୟ ମଧ୍ୟରେ ସୀମାବଦ୍ଧ ନୁହେଁ, ରାଜ୍ୟ ସୀମା ବାହାରେ ମଧ୍ୟ ଏହାର ଆନ୍ତଃ ସଂଯୋଗ ରହିଛି। ଆର୍ଥିକ ବ୍ୟବସ୍ଥାକୁ ପୁନର୍ଜୀବିତ କରିବା କ୍ଷେତ୍ରରେ ଜାତୀୟ ସ୍ତରର ଏସ୍‌ଓପି ହିଁ ଏଥିପାଇଁ ସାମୂହିକ ବଳ ଯୋଗାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବର୍ତ୍ତମାନ ଚାଲୁ ରହିଥିବା କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କେନ୍ଦ୍ର ସରକାର ପ୍ରୋତ୍ସାହନମୂଳକ ଯୋଜନାରେ ପରିଣତ କରିପାରିବେ। କରୋନା ପରିଚାଳନା କ୍ଷେତ୍ରରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ସିଧାସଳଖ ଉପଯୋଗ କରାଯାଇ ପାରିବ। ସେଥିପାଇଁ ଜାତୀୟ ସ୍ତରରେ ନୀତି ନିର୍ଦ୍ଧାରଣ ଓ ସଂଶୋଧନର ଆବଶ୍ୟକତା ରହିଛି। କୋଭିଡ-୧୯ ଯୁଦ୍ଧ ଦୀର୍ଘଦିନ ଧରି ଚାଲିବାକୁ ଥିବାରୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଏଥିରେ ପ୍ରତ୍ୟକ୍ଷ ସାମିଲ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାର ଜିଲା ବଦଳରେ ଏକ କ୍ଷୁଦ୍ର, ବିଜ୍ଞାନ ସମ୍ମତ ୟୁନିଟ୍‌କୁ ଏକ ଜୋନ୍‌ ଭାବେ ଧରିବାକୁ ପ୍ରସ୍ତାବ ଦେଇଛନ୍ତି। ଯାହା ଫଳରେ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନକୁ ସେହି ଅଞ୍ଚଳ ଉପରେ ନିଷ୍ପତ୍ତି ନେବାକୁ ଅନୁମତି ଦେଇ ପାରିବେ। ଲକ୍‌ଡାଉନ୍‌ ଏବଂ ଅନ୍ୟାନ୍ୟ ନିୟମାବଳୀଗୁଡ଼ିକ ଜାତୀୟସ୍ତରରେ ଗ୍ରହଣୀୟ ହେଉଥିବା ଏକ ସିଦ୍ଧାନ୍ତ ନୀତି ଭାବେ ପ୍ରଣୟନ କରିବାକୁ ଦାବି କରାଯାଇଛି। ଏଥିସହ ଅଧିକ ରେଳ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ରେଳ ଚଳାଚଳ ବନ୍ଦ ରହିଥିବାରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେହି ଲୋକମାନଙ୍କ ପାଇଁ ଅନ୍ୟ ରାଜ୍ୟ ସହିତ ଯୋଗାଯୋଗ କରି ରେଳ ଚଳାଚଳ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।
କରୋନା(କୋଭିଡ୍‌-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୦ ମାର୍ଚ୍ଚ ୨୪ରୁ ୩ଟି ପର୍ଯ୍ୟାୟରେ ସମଗ୍ର ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଉ ସପ୍ତାହେ ପରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ଶେଷ ହେବ। ୪୮ ଦିନ ଲକ୍‌ଡାଉନ୍‌ ପରେ ମଧ୍ୟ ଦେଶରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ଆସୁ ନାହିଁ। ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢି ଚାଲିଛି। ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ ବଢ଼ାଯିବ କି ନାହିଁ। ତଳି ତଳାନ୍ତ ହେବାକୁ ଯାଉଥିବା ଦେଶର ଅର୍ଥନୀତିକୁ କିଭଳି ସମ୍ଭାଳିବାକୁ ପଡ଼ିବ। ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ କିପରି ମୁକାବିଲା କରାଯିବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମାରାଥନ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri