Categories: ଖେଳ

ଗ୍ରାଉଣ୍ଡରେ ନାଚିଲେ କୋହଲି

ଗୁୟାନା,୯।୮- ସ୍ଥାନୀୟ ବ୍ରାଏନ ଲାରା ଗ୍ରାଉଣ୍ଡଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ମ୍ୟାଚ୍‌ରେ କେବଳ ୧୩ ଓଭର ଖେଳ ସମ୍ଭବ ହୋଇପାରିଥିଲା। କିନ୍ତୁ ଏହା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମନର ସ୍ଥିତି ଉପରେ କୌଣସି ପ୍ରଭାବ ପକାଇପାରି ନ ଥିଲା। ହଠାତ୍‌ ସେ ଗ୍ରାଉଣ୍ଡରେ ନାଚିବା ଆରମ୍ଭ କରିଥିଲେ। ତାଙ୍କ ସହ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର (ଆର୍‌ସିବି) ଦଳର ପୂର୍ବତନ ସଦସ୍ୟ ତଥା ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ୍‌ ମଧ୍ୟ ଯୋଗ ଦେଇଥିଲେ। ଦୁଇ ଜଣ ଏକାସଙ୍ଗେ ନାଚିଥିଲେ। ତେବେ ଏଭଳି ଘଟଣା ପ୍ରଥମ ଥର ଘଟିନାହିଁ। ପୂର୍ବରୁ ମଧ୍ୟ କୋହଲି ମ୍ୟାଚ୍‌ବେଳେ ଗ୍ରାଉଣ୍ଡରେ ନାଚୁଥିବାର ଦେଖିବାକୁ ମିଳିଛି। ଉଲ୍ଲେଖଥାଉ କି ବର୍ଷା ଯୋଗୁ ଦୁଇଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ମ୍ୟାଚ୍‌ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ମ୍ୟାଚ୍‌ ବାତିଲ ହେଲା ବେଳକୁ ଘରୋଇ ଦଳ ୧୩ ଓଭରରେ ୧ ଉଇକେଟ ହରାଇ ୫୪ ରନ୍‌ କରିଥିଲା। ଭେଟେରାନ ଗେଲ୍‌ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ।

Share