Categories: ଜାତୀୟ

ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୦।୧: ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ଏସ୍‌ଆଇଟି ଟିମ୍‌କୁ ବଡ଼ ସଫଳତା ମିଳିଛି। ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୪୪ବର୍ଷୀୟ ଋଷିକେଶ ଦେଭଡିକର୍‌ଙ୍କୁ ପୋଲିସ ଝାଡଖଣ୍ଡ ଧାନବାଦ ଜିଲାର କତରାସ୍‌ରୁ ଗିରଫ କରିଛି। ଋଷିକେଶ ନିଜର ପ୍ରକୃତ ପରିଚୟ ଗୋପନ ରଖି ବ୍ୟବସାୟୀ ପ୍ରଦୀପ ଖେମକାଙ୍କ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ସେଠାରେ ଚଢ଼ାଉ କରି ପୋଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଋଷିକେଶଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବ। ସେ ଗୌରୀ ଲଙ୍କେଶଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଏସଆଇଟି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି। ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୫ ବେଙ୍ଗାଲୁରୁରେ ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଯାଇଥିଲା। ଏହାପରଠାରୁ ଋଷିକେଶ ଫେରାର ଥିଲେ।

Share