ଗୋସେଇଁବନ୍ଧ ରେଳ ଲାଇନ୍‌ ଧସିବା ଘଟଣା:କ୍ଷତିଗ୍ରସ୍ତଙ୍କୁ ସ୍ବତନ୍ତ୍ର କ୍ଷତିପୂରଣ ଦାବି

କେନ୍ଦ୍ରାପଡା ଅଫିସ, ୨୪।୨: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ କେନାଲ୍‌ ବ୍ରିଜର ଗୋସେଇଁବନ୍ଧ ଗ୍ରାମ ନିକଟରେ ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଳପଥ ଧସିବା ପ୍ରଭାବରେ କ୍ଷତିଗ୍ରସ୍ତ ୫ ପରିବାରଙ୍କୁ ରାଜ୍ୟସରକାର ସ୍ବତନ୍ତ୍ର କ୍ଷତିପୂରଣ ପ୍ରଦାନ କରିବାକୁ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ଶନିବାର ଦାବି ଉପସ୍ଥାପନ କରିଛନ୍ତି। ଏ ସମ୍ପର୍କରେ ମହାପାତ୍ର କହିଛନ୍ତି ଯେ, ରେଳ ଲାଇନ୍‌ ଧସିବା ଘଟଣା ନେଇ ତଦନ୍ତ ହେବା ଆବଶ୍ୟକ। ଏଠାରେ ପ୍ରାୟ ୫ ମିଟର ମାଟି ତଳକୁ ଧସିଯାଇଥିବା ବେଳେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଫାଟିଛି। ଏଥିସହିତ ୫୦ମିଟର ମଧ୍ୟରେ ଥିବା ଦୁମୁକା ପଞ୍ଚାୟତ ଗୋସେଇଁବନ୍ଧ ଗ୍ରାମର ରବୀନ୍ଦ୍ରନାଥ ଦାସ, ଅରୁଣ କୁମାର ଦାସ, ଅଶୋକ କୁମାର ନାୟକ, ବିଜୟ କୁମାର ସ୍ବାଇଁ ଓ ଜିତେନ୍ଦ୍ର ନାୟକଙ୍କ ଘରକୁ କ୍ଷତି ପହଞ୍ଚତ୍ଛି। ଏହି ଘଟଣାରେ ରବୀନ୍ଦ୍ରନାଥ ଓ ଅରୁଣଙ୍କ ଘର ଭାଙ୍ଗି ଯାଇଥିବାରୁ ସେମାନେ ନିକଟସ୍ଥ ସ୍କୁଲ ଘରେ ରହୁଛନ୍ତି। ଘରଗୁଡିକ କେଉଁ ସମୟରେ ଭାଙ୍ଗିଯିବା ଭୟରେ ଆତଙ୍କିତ ଅଛନ୍ତି। ଘଟଣାକୁ ଇତିମଧ୍ୟରେ ୧୦ଦିନ ବିତି ଯାଇଥିଲେ ବି ଜିଲା ପ୍ରଶାସନିକ ଅଧିକାରୀ ଓ ଆରଭିଏନ୍‌ଏଲ୍‌ ଅଧିକାରୀ ଘଟଣାସ୍ଥଳକୁ ଅନୁଧ୍ୟାନ ପାଇଁ ନ ଆସିବା ଦୁର୍ଭାଗ୍ୟଜନକ। ଗୋସେଇଁବନ୍ଧ ଦୁର୍ଘଟଣାସ୍ଥଳକୁ ବରିଷ୍ଠ ନେତା ମହାପାତ୍ରଙ୍କ ପରିଦର୍ଶନ ସମୟରେ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ, ପୂର୍ବତନ ଜିଲା ଭାଜପା ସଭାପତି ସୁକାନ୍ତ ଦ୍ୱିବେଦୀ, ସରପଞ୍ଚ ପ୍ରତାପ ରାଉତ, ବରିଷ୍ଠ ନେତା ଶାରଦା ପ୍ରସାଦ ବେଉରା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri