ଗୋଷାଣୀନୂଆଗାଁ କାଳୁଆ ଯାତ୍ରା ଉଦ୍‌ଯାପିତ ସବୁ ସାହି ପରିକ୍ରମା କରି ମା’ଙ୍କ ମନ୍ଦିର ବିଜେ

ବ୍ରହ୍ମପୁର ଅଫିସ,୧୪ା୧୦-ଆଶ୍ୱିନ କୃଷ୍ଣପକ୍ଷ ମହାଳୟା ଅମବାସ୍ୟାରୁ ଆରମ୍ଭ ହୋଇଥିବା ସ୍ଥାନୀୟ ଗୋଷାଣୀନୂଆଗାଁର ପାରମ୍ପରିକ ମା’ କାଳୁଆ ଯାତ୍ରା ରବିବାର କୁମାର ପୂର୍ଣ୍ଣିମା ରାତିରେ ଉଦ୍‌ଯାପିତ ହୋଇଯାଇଛି । ମା’ଙ୍କ ନିଜସ୍ବ ମନ୍ଦିର ବାହୁଡ଼ା ଯାତ୍ରା ପାଇଁ ଗୋଷାଣୀନୂଆଗାଁ ଉତ୍ସବମୁଖର ହୋଇଥିଲା। ନାଚଗୀତ, ଭଜନ ସମାରୋହ, ଭାରତଲୀଳା, ଅପେରା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମଗ୍ର ଅଞ୍ଚଳ ଦୁଲୁକିଥିଲା ।
ଗୋଷାଣୀନୂଆଗାଁ ଅଞ୍ଚଳରେ ବିଏମ୍‌ସିର ୪ ୱାର୍ଡ ରହିଛି ଏବଂ ସାହି ବସ୍ତି ସଂଖ୍ୟା ୭୦ ଟପିଛି । କୁମାର ପୂର୍ଣ୍ଣିମା ଯୋଗୁ ପୁରୁଣା ପରମ୍ପରା ପ୍ରକାରେ ଲୋକେ ତାସ ଓ କଉଡ଼ି ଖେଳରେ ବ୍ୟସ୍ତ ଥିବା ବେଳେ ଯାତ୍ରା ଦାଣ୍ଡରେ ଜୁଆଡ଼ିଙ୍କ ଜୁଆ ଖେଳ ଚାଲିଥିଲା। ଅପରାହ୍ନରେ କେତେକ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥିଲେ ମଧ୍ୟ ସନ୍ଧ୍ୟା ପରଠାରୁ ପାଗ ଅନୁକୂଳ ଥିବାରୁ ଯାତ୍ରା ଦେଖିବା ପାଇଁ ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟିଥିଲା ।
ଯାତ୍ରା ପରିଚାଳନା କମିଟି ସଭାପତି ଜଗନ୍ନାଥ ଚୌଧୁରୀ କହିବାନୁସାରେ କେଉଁ ଆବାହମାନ କାଳରୁ ପ୍ରତିବର୍ଷ ଆଶ୍ୱିନ ମାସର ଗୋଟିଏ ପକ୍ଷ କାଳୁଆ ଯାତ୍ରା ଅନୁଷ୍ଠିତ ହେଉଛି । ମହାଳୟା ଅମବାସ୍ୟା ରାତ୍ର ଅଞ୍ଚଳବାସୀ ବାଦ୍ୟ ବାଜଣା ସହ ଶୋଭାଯାତ୍ରାରେ ମନ୍ଦିରକୁ ଯାଇ ମା’ କାଳୁଆ ଗାଁ ଦାଣ୍ଡକୁ ଆସିବା ପାଇଁ ଆବାହନ କରିଥାନ୍ତି । ସେଠାରେ ମା’ଙ୍କ ମସ୍ତକରେ ମୁଖ୍ୟତଃ ଇଟମଳା ସମେତ ଅନ୍ୟ ଫୁଲର ମାଳ ସ୍ଥାପନ ସହ ଚଣ୍ଡୀପାଠ ଆଦି କରାଯାଏ । କିଛି ସମୟ ପରେ ମସ୍ତକରୁ ଫୁଲମାଳ ଆପେ ଖସିବାରୁ ତାହାକୁ ଖଟୁଳିରେ ରଖି ବଡ଼ ସାହି ମଣ୍ଡପ ଅଭିମୁଖେ ଆଣିବା ପାଇଁ ଯାତ୍ରା ଶୁଭାରମ୍ଭ ହୁଏ । ପ୍ରଥମ ଦିନ କାଳୁଆ ଠାକୁରାଣୀ ଗୋଷାଣୀନୂଆଗାଁର ସମସ୍ତ ସାହି ପରିକ୍ରମା ବେଳେ ସବୁ ଘର ଦୁଆରେ ମହିଳାମାନେ ପୂର୍ଣ୍ଣକୁମ୍ଭ ରଖି ଓ ଦୀପ ଜଳାଇ ମା’ଙ୍କ ପ୍ରିୟ ଗଇଁଠା (ଖିରି) ଭୋଗ ଲଗାଇଥାନ୍ତି । ଯାତ୍ରା ଶେଷ ପର୍ଯ୍ୟନ୍ତ ଅର୍ଥାତ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କେବଳ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି କାଳୁଆ। ବାହୁଡ଼ାଣି ପର୍ବରେ ମଧ୍ୟ ସବୁ ସାହି ବୁଲି ମା’ ମନ୍ଦିରକୁ ଯାଇଥାନ୍ତି । ପୁଣି ପୂଜାର୍ଚ୍ଚନା ଏବଂ ହୋମ ପରେ ଖଟୁଲିରେ ସତେଜ ଭାବେ ଥିବା ଫୁଲମାଳ କାଳୁଆଙ୍କ ବିଗ୍ରହରେ ସ୍ଥାପନ କରାଯାଇ ଚଳିତ ବର୍ଷର ଯାତ୍ରା ସମାପନ ହୋଇଥାଏ ବୋଲି ସଭାପତି ସୂଚାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri