ଗୋଲାମୁଣ୍ଡା ବ୍ଲକରେ ଭୁସ୍‌ଲି ପଡ଼ିଛେ ସ୍ବାସ୍ଥ୍ୟ ସେବା: ଚପ୍ରିଆ, ଉଛୁଲା ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍‌ତର ଶୁଇନ୍‌

କେଗାଁ,୩୦ା୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୁଆସ୍‌ତିଅ ସେବା ଭୁସ୍‌ଲିଯାଇଛେ। ରାଏଜ୍‌ ସରକାର ବ୍ଲକର ୨୮ଟା ପଁଚେତ୍‌ରେ ବାସ କରୁଥିବାର ୧ ଲାଖ୍‌ ୨୯ ହଜାର ୪ଶହ ୯୯ ଝନ୍‌ ଲୁକ୍‌କୁ ନଜରରେ ରଖି ସୁଆସ୍‌ତିଅ ସେବାର ବେବସ୍‌ତା କରିଛନ୍‌। ବ୍ଲକର ଚପ୍ରିଆରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଥିଲାବେଲେ ଗୋଲାମୁଣ୍ଡାରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛେ। ସେନ୍‌ତା ବ୍ଲକରେ ୩ଟା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଫରଙ୍ଗ, ବୋର୍ଡି ଆର ଉଛୁଲା ରହିଛେ। ହେଲେ ବ୍ଲକରେ ଏହେଦେ ୩ ଝନ୍‌ ଡାକ୍‌ତର ରୁଗୀସେବା ଯୁଗଉଥିବାର ଜନାପଡ଼ିଛେ। ଗୋଲାମୁଣ୍ଡା ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଝନେ ଡାକ୍‌ତର ଥିଲାବେଲେ ବୋର୍ଡି ଆର ଫରଙ୍ଗ ପ୍ରାଥମମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୨ ଝନ୍‌ ଡାକ୍‌ତର ରହିଛନ୍‌। ଲୋକ୍‌ ସଂଖ୍ୟାକେ ଦେଖ୍‌ଲେ ବ୍ଲକରେ ସୁଆସ୍‌ତିଅ ସେବା ପୂରାପୂରି ଭୁସ୍‌ଲି ପଡ଼ିଥିବାର ଅଭିଯୋଗ ହେଉଛେ। ଇଆଡ଼େ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଝନେ ଦଁାତ ଡାକ୍‌ତରକଁର ଭରସାରେ ଚାଲିଛେ। ଲୁକ୍‌କୁ ସାଧାରନ୍‌ ଜର ହେଲେ ବି ଡାକ୍‌ତର ଅଭାବୁ ଉପେ ଶୂଇନ୍‌ ହେଇ ଭବାନୀପାଟଣା ମୁଖିଆ ଡାକ୍‌ତରଖାନା ଦଉଡ଼ୁଛନ୍‌। ଅନେକ ଦିନୁ ଡାକ୍‌ତର ପଦବୀ ଖାଲି ପଡ଼ିଥିଲେ ବି ପଦବୀ ପୂରନ୍‌ ଦିଗେ ସୁଆସ୍‌ତିଅ ବିଭାଗ ଧିଆନ୍‌ ନାଇଁଦେବାର। ଇ ଘଟନାକେ ନେଇ ଦିନୁଦିନ୍‌କେ ଅଂଚଲବାସୀକର ଭିତରେ ଅସନ୍‌ତୋଷ ଭାବ ବଢ଼ତେଲ ଯାଉଛେ। ସେନ୍‌ତା ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକେ ଦୂରିଆରୁ ଲୋକ୍‌ ଭଲ ଚିକିସତ୍ା ଆଶ୍‌ରେ ଆସୁଥିଲେ ବି ଡାକ୍‌ତର ଅଭାବୁ ନିରାଶ ହେଇ ଫିରୁଥିବାର ଅଭିଯୋଗ ହେଉଛେ। ଗୋଲାମୁଣ୍ଡା ବ୍ଲକ ଆଦିବାସୀ ବହୁଲ ଅଂଚଲ ହିସାବେ ଜନାଶୁନା ଥିଲାବେଲେ ଉଛୁଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗଲା ୧୧ ବଛର ହେଲା ଝନେ ଫାର୍ମାସିଷ୍ଟକଁର ଭରସାରେ ଚାଲିଛେ। ଇ ଡାକ୍‌ତରଖାନା ଉପରେ ଉଛୁଲା, ବଡ଼ଚେରଗଁା, ଚହକା, ନୂଆଗଁା ପଁଚେତ୍‌ର ବହୁତଟେ ଗଁାବାସୀ ନିରଭର କରୁଛନ୍‌। ସେନ୍‌ତା ସଦର ବ୍ଲକର କାନ୍ଦୁଲଝର, ଅର୍ତଲ, ପଲନା, ଗୁର୍ଜୁଙ୍ଗ ପଁଚେତ୍‌ର ହଜାର ହଜାର ଲୋକ ନିରଭର କରୁଛନ୍‌। ଇ ଡାକ୍‌ତରଖାନାକେ ଫିଦିନ ଶହ ଶହ ରୁଗୀ ଆସୁଥିଲେ ବି ଡାକ୍‌ତର ଅଭାବୁ ଫାର୍ମାସିଷ୍ଟ ତାକର ଚିକିସତ୍ା କରୁଛନ୍‌। ଇଆଡ଼େ ରାଏଜ୍‌ ସରକାର ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଥିବାର ଡିଂଗ୍‌ରା ପିଟୁଛନ୍‌। ହେଲେ ଗୋଲାମୁଣ୍ଡା ଲେଖେଁ ଗୁଟେ ଆଦିବାସୀ ବହୁଲ ବ୍ଲକ୍‌ର ପାଖାପାଖି ଦେଢ଼ ଲାଖ୍‌ ଲୁକ୍‌କର ସୁଆସ୍‌ତିଅ ସେବା ୩ ଝନ୍‌ ଡାକ୍‌ତରରେ ଚାଲିଛେ। ଇ ବାବ୍‌ଦେ ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀ ଡା.ବନଲତା ଦେବୀକୁଁ ପଚରାଲାରୁ ଏହେଦେ ଝନେ ଡାକ୍‌ତରକୁଁ ହପ୍‌ତାକ ୩ ଦିନ୍‌ ଡେପୁଟେସନରେ ଦିଆଯାଇଛେ। ଆଏବାର ୧ରୁ ୧୫ ତାରିଖ୍‌ ଭିତରେ କଳାହାଣ୍ଡି ଜିଲାରେ ନୂତନ ଡାକ୍‌ତର ନିଯୁକ୍ତ ହେବେ। ସେ ସମିଆରେ ଖାଲି ପଡ଼ିଥିବାର ଡାକ୍‌ତର ପଦବୀମାନେ ପୂରନ୍‌ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣ ସୋମବାରରେ ବଡ଼ ଅଘଟଣ, ଦଳାଚକାଟାରେ ଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ, ଅନେକେ ଆହତ

ଲଖିସରାଇ,୧୭।୮: ବିହାରର ଲଖିସରାଇରୁ ଏକ ବଡ଼ ଖବର ଆସୁଛି। ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟରେ ଏକ ବଡ଼ ଘଟଣା ଘଟିଛି। ଭକ୍ତମାନେ…

ପୁରସ୍କାର ବିତରଣ ଉତ୍ସବରୁ ବାଦ୍‌ ପଡ଼ିଲେ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଟପ୍ପର ଛାତ୍ର

ଦାରିଙ୍ଗବାଡ଼ି,୧୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ବ୍ଲକ ଅଞ୍ଚଳରେ ରହିଥିବା ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ,…

ହମାସ ସହ ଏକ ଚୁକ୍ତି କରିବାକୁ ଜ୍ୱାଇଁଙ୍କୁ ପଠାଇଥିଲେ ଟ୍ରମ୍ପ; ଗାଜା ସମ୍ପର୍କରେ କ’ଣ ଆଲୋଚନା ହେଲା ଜାଣନ୍ତୁ

ଓ୍ବାଶିଂଟନ,୧୭।୮: ଗାଜାରେ ଦୀର୍ଘକାଳୀନ ସଂଘର୍ଷର ଅନ୍ତ ଘଟାଇବା ପାଇଁ ପ୍ରୟାସ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଜାରେଡ କୁଶନର ଇଜିପ୍ଟରେ…

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri