ଗୋଲାପ ତେଲର ଉପକାରିତା

ଗୋଲାପ ଫୁଲ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା। ଏହାର ଔଷଧୀୟ ଗୁଣ ବେଳେବେଳେ ଆମର କିଛି ଶାରୀରିକ ସମସ୍ୟାର ସମାଧାନ କରିଥାଏ। ଗୋଲାପ ତେଲ ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ବୋଲି କୁହାଯାଏ। ତେବେ ଏହି ଗୋଲାପ ତେଲକୁ ଘରେ ପ୍ରସ୍ତୁତ କରିବାକୁ ପଡେ। ଅଳ୍ପ ଅଲିଭ୍‌ ଅଏଲ୍‌ ସହ ଗୋଲାପର କିଛି ପାଖୁଡା ମିଶାଇ ନେଇ ଏହାକୁ ପ୍ରସ୍ତୁତ କରାଯାଏ।
-ପ୍ରଥମେ ସଜ ଗୋଲାପର କିଛି ପାଖୁଡା ଛଡାଇ ତାକୁ ଏକ ବୋତଲରେ ରଖିଦେବା।
-ଏହାପରେ ସେଥିରେ କିଛି ଅଲିଭ୍‌ ଅଏଲ୍‌ ମିଶାଇ ଦେବା। ଏହାପରେ ଗୋଟିଏ ପାତ୍ରରେ କିଛି ପାଣି ଗରମ କରିନେବା।
-ପୂର୍ବରୁ ବୋତଲରେ ଥିବା ଗୋଲାପ ପାଖୁଡା ଓ ଅଲିଭ ଅଏଲ ମିଶ୍ରିତ ଶିଶିକୁ ଏହି ଉଷୁମ ପାଣିରେ ରାତି ସାରା ପକାଇ ରଖିଦେବା।
-ସକାଳୁ ଏହାକୁ ପାଣିରୁ ବାହାର କରିବା ସହ ଗୋଲାପ ପାଖୁଡା ଗୁଡିକୁ ତେଲ ମଧ୍ୟରୁ ବାହାର କରିଦେବା ଦରକାର। ଏବେ ପ୍ରସ୍ତୁତ ହେଲା ଗୋଲାପ ତେଲ।
-ଏହାକୁ ଦେହରେ ଲଗାଇଲେ ଏହା ଚର୍ମର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ନିୟମିତ ଏଥିରୁ ୩-୪ ଟୋପା ନେଇ ଦେହରେ ଲଗାଇଲେ ବୟସ ବୃଦ୍ଧି ଜନିତ ଚର୍ମ ସମସ୍ୟା ଦେଖାଯାଇ ନ ଥାଏ ବୋଲି କୁହାଯାଏ।