ଗୋଲରାଗଡ଼ର ବନସ୍ପତି

ଭାଗୀରଥି ସ୍ବାଇଁ

ପୁରୀ ଜିଲା କାକଟପୁର ବ୍ଲକ ଅଧୀନସ୍ଥ ଅବଦାନ ଗ୍ରାମପଞ୍ଚାୟତର ଗୋଲରା ଗ୍ରାମରେ ଭାରତୀୟ ଆୟୁର୍ବିଜ୍ଞାନ ଜଗତର ପ୍ରାଣ କେନ୍ଦ୍ର ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ, ବନସ୍ପତି ସମୂହ ବୃକ୍ଷରାଜିରେ ପରିପୂର୍ଣ୍ଣ ଗୋଲରାଗଡ଼। ଏହି ବନସ୍ପତିଭରା ପ୍ରାଚୀନ ପ୍ରାକୃତିକ ବୃକ୍ଷରାଜିର ଗୋଲରାଗଡ଼ ଦୁଇହଜାର ବର୍ଷ ପୂର୍ବେ ମୈତ୍ରୟ ବନ ନାମରେ ଖ୍ୟାତି ଲାଭ କରିଥିଲା। ଏଠାରେ ସାମନ୍ତରାଜାମାନେ ରାଜୁତି କରୁଥିଲେ। ଏହା ଅଧୀନରେ ସତର ଗୋଟି ଗଡ଼ ଓ ବାସ୍ତରି ଗୋଟି ମୌଜା ରହିଥିବା ଐତିହାସିକମାନେ ମତବ୍ୟକ୍ତ କରନ୍ତି ା ଗଡ଼ ଦାୟିତ୍ୱରେ ଥିବା ସାମନ୍ତରାଜାମାନେ ଉକତ୍ଳୀୟ ନୌବାଣିଜ୍ୟକୁ ସମୃଦ୍ଧ କରି ସମୁଦ୍ର ପଥରେ ଏହାର ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଥିଲେ। ଗୋଲରାଗଡ଼ର ଇଷ୍ଟଦେବୀ ହେଉଛନ୍ତି ମା’ ଚିତ୍ରେଶ୍ୱରୀ। ମାଆ ବନ୍ଦର ଦେବୀ ନାମରେ ମଧ୍ୟ ସୁପ୍ରସିଦ୍ଧ ା ଏମାନଙ୍କର ଦେବତା ଥିଲେ ଉପତ୍ଳେଶ୍ୱର, ଯାହା କି ବର୍ତ୍ତମାନ କାକଟପୁର ବ୍ଲକ ଅଧୀନସ୍ଥ ଉପତ୍ଳା ଗ୍ରାମରେ ଅବସ୍ଥାନ କରୁଛନ୍ତି ା କେଶରୀ ବଂଶ, ଗଙ୍ଗବଂଶ, ସୂର୍ଯ୍ୟବଂଶ ଓ ଭୋଇବଂଶ ରାଜୁତି କାଳରେ ଗୋଲରାଗଡ଼ର ସାମନ୍ତରାଜାମାନେ ସେମାନଙ୍କ ଅଧୀନରେ କାର୍ଯ୍ୟକରି କରଦ ରାଜା ଭାବରେ ପରିଚିତ ଥିଲେ। ଏହି ସାମନ୍ତରାଜାମାନେ ମୁଖ୍ୟତଃ ଗଙ୍ଗବଂଶର ଥିଲେ ବୋଲି କେତେକ ଗବେଷକମାନେ ମତବ୍ୟକ୍ତ କରିଛନ୍ତି ା ସୂର୍ଯ୍ୟମନ୍ଦିରର ସଫେଇ କାର୍ଯ୍ୟରେ ଗୋଲରାଗଡ଼ର ସାମନ୍ତରାଜା କଣିଆ ମୌଜାର ଦୁଇଶହ ଜଣ ବେଠିଆଙ୍କୁ ନିୟୋଜିତ କରିଥିବାର ଜଗନ୍ନାଥ ଦାସଙ୍କ ରଚିତ ପୁରାଣ କଥିକାରେ ବର୍ଣ୍ଣିତ ହୋଇଛି ା ପରବର୍ତ୍ତୀ ସମୟରେ ମହିପ୍ରକାଶ ମଠ ବ୍ରିଟିଶ ସରକାରଙ୍କଠାରୁ ଉକ୍ତ ଅଞ୍ଚଳକୁ ନିଲାମ ନେଇ ଖଜଣା ଆଦାୟ କରୁଥିଲେ ା ଏହି ଖଜଣାର ଷାଠିଏ ଭାଗ ବ୍ରିଟିଶ ସରକାରଙ୍କୁ ଦେଉଥିବା ବେଳେ ଅବଶିଷ୍ଟ ଚାଳିଶ ଭାଗ ପୁରୀ ଗଜପତିଙ୍କୁ ଦେଉଥିଲେ ବୋଲି ଐତିହାସିକ ତଥ୍ୟରୁ ଜଣାପଡେ। ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ବନସ୍ପତି ସମୂହ ଜଙ୍ଗଲ ଅତିବ ପ୍ରାଚୀନ ା
୧୭୦୦ ଖ୍ରୀ.ଷ୍ଟରେ ବ୍ରିଟିଶ ସରକାର ଗୋଲରାଗଡ଼କୁ ଅଧୀନସ୍ଥ କରି ଧ୍ୱଂସ ସ୍ତୂପରେ ପରିଣତ କରିଥିଲେ।
ଗଡ଼ର ସାମନ୍ତରାଜାଙ୍କ ବଂଶଜ ପ୍ରତାପ ଚନ୍ଦ୍ର ବୀରବର ମର୍ଦ୍ଦରାଜ ଏବେ ଗୋଲରା ଗ୍ରାମରେ ବସବାସ କରୁଛନ୍ତି ା ଏହା ହିଁ ଗୋଲରାଗଡ଼ର କିମ୍ବଦନ୍ତୀ ା ଅପରପକ୍ଷରେ କାହିଁ କେଉଁ ଆବହମାନ କାଳରୁ ପ୍ରକୃତିରାଣୀର ମାନସ ସନ୍ତାନ ଭାବେ ସୃଷ୍ଟ ଏହିଁ ପ୍ରାକୃତିକ ଭରା ଗୋଲରା ଝାଡ ଜଙ୍ଗଲ; ଯାହା ଭାରତୀୟ ଆୟୁର୍ବେଦିକ ଜଗତ ପାଇଁ ଭଗବାନଙ୍କ ବରଦାନ ସଦୃଶ୍ୟ ା ବନସ୍ପତିର ଭୂସ୍ବର୍ଗ ଗୋଲରାକୁ ସ୍ବର୍ଗୀୟ ନନ୍ଦନକାନନ ନାମରେ ନାମିତ କରିବାର ଯଥାର୍ଥତା ରହିଛି। ଏହି ପ୍ରାଚୀନ ଐତିହ୍ୟ ଭରା ଜଙ୍ଗଲରେ ରହିଛି ବହୁବିଧ ବନସ୍ପତି ସମୂହ; ଯାହା ମାନବ ସମାଜ ପାଇଁ ପ୍ରକୃତିରାଣୀର ରନତ୍ମଣୀ ସଦୃଶ୍ୟ ା ଏହି ପ୍ରାଚୀନ ବନସ୍ପତିଭରା ଜଙ୍ଗଲକୁ ଭାରତବର୍ଷର ଆୟୁର୍ବିଜ୍ଞାନର ପ୍ରାଣକେନ୍ଦ୍ର ଭାବରେ ଅଭିହିତ କରିବାର ଯଥାର୍ଥତା ରହିଛି ା ଏହାର ପରିସୀମା ୬୦୦ ବାଟି ା
ଏଠାରେ ବହୁ ଦୁର୍ଲଭ ଜଡିବୁଟି, ଔଷଧିୟ ଗୁଳ୍ମ ସହ ରହିଛି ବିଭିନ୍ନ ଦୁରାରୋଗ୍ୟର ସଫଳ ଉପଚାର ନିମନ୍ତେ ବନସ୍ପତି ସମୂହ; ଯାହା ଆୟୁର୍ବିଜ୍ଞାନ ଜଗତ ପାଇଁ ଅମୂଲ୍ୟ ରତ୍ନମଣୀ ସଦୃଶ୍ୟ ା ପ୍ରାଚୀନ ମୈତ୍ରୟ ବନ ତଥା ଅଧୁନା ଗୋଲରା ଗଡ ପ୍ରାକୃତିକ ବନର ବନସ୍ପତି ସମହ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ଏଥିରେ ଦ୍ୱିମତ ନାହିଁ ା ଏହି ପ୍ରାଚୀନ ବନରେ ହାଡଭଙ୍ଗାର ସଫଳ ଉପଚାର ପାଇଁ ରହିଛି ବଣ ସେବତୀ ା ସେହିଭଳି ଭୃଙ୍ଗରାଜ ଲଟା, ପାଣି ଆମ୍ବୁଆ, କୋଚିଲା, ଶଗଡବାଟୁଆ, ଅମରପୋଇ, ବିଶଲ୍ୟକରଣୀ ସମେତ ବହୁ ଦୁର୍ଲଭ ଜଡିବୁଟି ବନସ୍ପତି ଭରା ବୃକ୍ଷରାଜି ଭରପୂର ହୋଇ ରହିଅଛି ା
ଏହି ଜଙ୍ଗଲରୁ ଦୁର୍ଲଭ କୋଚିଲା ମଞ୍ଜି ଚୋରା ଚାଲାଣ ହେବାରେ ଲାଗିଛି ା ସଂରକ୍ଷଣ ଅଭାବରୁ ଆୟୁର୍ବିଜ୍ଞାନର ପ୍ରାଣକେନ୍ଦ୍ର ଗୋଲରା ଏବେ ଅବକ୍ଷୟମୁଖୀ ା ୧୯୮୫-୮୬ ମସିହାରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବନ ବିଭାଗ ଏହାର ସୀମା ନିଦ୍ଧାରଣ ପାଇଁ ପ୍ରକାଶିତ କରିଥିବା ସରକାରୀ ନିର୍ଦ୍ଦେଶନାମାର କାର୍ଯ୍ୟକାରୀ ହୋଇପାରି ନାହିଁ; ଯାହାଦ୍ୱରା ଏହି ପ୍ରାକୃତିକ ବନର ଦୁଇ ଶହ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଅଛି ା ଏଠାରେ ରହିଥିବା ଦୁର୍ଲଭ ବନସ୍ପତିମାନ ସଂରକ୍ଷଣ ଅଭାବରୁ ବିଲୁପ୍ତ ହେବାରେ ଲାଗିଛି ା ଏହି ଜଙ୍ଗଲରେ ହାତୀ, ବାଘ, କୃଷ୍ଣକାୟ ହରିଣ, ବାଲି ହରିଣ ସମେତ ବିଭିନ୍ନ ବିରଳ ପ୍ରଜାତିର ସରୀସୃପମାନେ ବସବାସ କରୁଥିଲେ ା ମାତ୍ର ସଂରକ୍ଷଣ ଅଭାବରୁ ହାତୀ ଓ ବାଘ ଭଳି ବିରଳ ଜୀବଜନ୍ତୁ ଆଉ ଦେଖିବାକୁ ମିଳୁ ନାହିଁ ା ଗୋଲରାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଭୂତଗୌରବ ଫେରାଇ ଆଣି ଏହି ବନସ୍ପତି ସମୂହ ଜଙ୍ଗଲର ପୁନଃ ସଂରକ୍ଷଣ କରିବା ଜରୁରୀ ହୋଇପଡିଛି ା
ଗୋଲରା ପ୍ରାକୃତିକ ବନର ବନସ୍ପତି ସମୂହକୁ ପରଖିବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିବା ସହ କ୍ଷେତ୍ର ପରିଦର୍ଶନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ା ଏହାର ପ୍ରାକୃତିକ ଓ ଦୁର୍ଲଭ ବନସ୍ପତି ସମୂହକୁ ଆୟୁର୍ବେଦିକ ଚିକିସତ୍ା ପାଇଁ ଉପଯୋଗ କରିପାରିଲେ ତାହା ମାନବ କଲ୍ୟାଣ ଦିଗରେ ବିଶେଷ ସହାୟକ ହୋଇ ପାରିବ ା
କୋଣାର୍କ, ପୁରୀ
ମୋ-୯୪୩୮୦୪୦୮୭୧


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri