ଗୋଲରାଗଡ଼ର ବନସ୍ପତି

ଭାଗୀରଥି ସ୍ବାଇଁ

ପୁରୀ ଜିଲା କାକଟପୁର ବ୍ଲକ ଅଧୀନସ୍ଥ ଅବଦାନ ଗ୍ରାମପଞ୍ଚାୟତର ଗୋଲରା ଗ୍ରାମରେ ଭାରତୀୟ ଆୟୁର୍ବିଜ୍ଞାନ ଜଗତର ପ୍ରାଣ କେନ୍ଦ୍ର ପ୍ରାକୃତିକ ସୌନ୍ଦର୍ଯ୍ୟ, ମନୋରମ, ବନସ୍ପତି ସମୂହ ବୃକ୍ଷରାଜିରେ ପରିପୂର୍ଣ୍ଣ ଗୋଲରାଗଡ଼। ଏହି ବନସ୍ପତିଭରା ପ୍ରାଚୀନ ପ୍ରାକୃତିକ ବୃକ୍ଷରାଜିର ଗୋଲରାଗଡ଼ ଦୁଇହଜାର ବର୍ଷ ପୂର୍ବେ ମୈତ୍ରୟ ବନ ନାମରେ ଖ୍ୟାତି ଲାଭ କରିଥିଲା। ଏଠାରେ ସାମନ୍ତରାଜାମାନେ ରାଜୁତି କରୁଥିଲେ। ଏହା ଅଧୀନରେ ସତର ଗୋଟି ଗଡ଼ ଓ ବାସ୍ତରି ଗୋଟି ମୌଜା ରହିଥିବା ଐତିହାସିକମାନେ ମତବ୍ୟକ୍ତ କରନ୍ତି ା ଗଡ଼ ଦାୟିତ୍ୱରେ ଥିବା ସାମନ୍ତରାଜାମାନେ ଉକତ୍ଳୀୟ ନୌବାଣିଜ୍ୟକୁ ସମୃଦ୍ଧ କରି ସମୁଦ୍ର ପଥରେ ଏହାର ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଥିଲେ। ଗୋଲରାଗଡ଼ର ଇଷ୍ଟଦେବୀ ହେଉଛନ୍ତି ମା’ ଚିତ୍ରେଶ୍ୱରୀ। ମାଆ ବନ୍ଦର ଦେବୀ ନାମରେ ମଧ୍ୟ ସୁପ୍ରସିଦ୍ଧ ା ଏମାନଙ୍କର ଦେବତା ଥିଲେ ଉପତ୍ଳେଶ୍ୱର, ଯାହା କି ବର୍ତ୍ତମାନ କାକଟପୁର ବ୍ଲକ ଅଧୀନସ୍ଥ ଉପତ୍ଳା ଗ୍ରାମରେ ଅବସ୍ଥାନ କରୁଛନ୍ତି ା କେଶରୀ ବଂଶ, ଗଙ୍ଗବଂଶ, ସୂର୍ଯ୍ୟବଂଶ ଓ ଭୋଇବଂଶ ରାଜୁତି କାଳରେ ଗୋଲରାଗଡ଼ର ସାମନ୍ତରାଜାମାନେ ସେମାନଙ୍କ ଅଧୀନରେ କାର୍ଯ୍ୟକରି କରଦ ରାଜା ଭାବରେ ପରିଚିତ ଥିଲେ। ଏହି ସାମନ୍ତରାଜାମାନେ ମୁଖ୍ୟତଃ ଗଙ୍ଗବଂଶର ଥିଲେ ବୋଲି କେତେକ ଗବେଷକମାନେ ମତବ୍ୟକ୍ତ କରିଛନ୍ତି ା ସୂର୍ଯ୍ୟମନ୍ଦିରର ସଫେଇ କାର୍ଯ୍ୟରେ ଗୋଲରାଗଡ଼ର ସାମନ୍ତରାଜା କଣିଆ ମୌଜାର ଦୁଇଶହ ଜଣ ବେଠିଆଙ୍କୁ ନିୟୋଜିତ କରିଥିବାର ଜଗନ୍ନାଥ ଦାସଙ୍କ ରଚିତ ପୁରାଣ କଥିକାରେ ବର୍ଣ୍ଣିତ ହୋଇଛି ା ପରବର୍ତ୍ତୀ ସମୟରେ ମହିପ୍ରକାଶ ମଠ ବ୍ରିଟିଶ ସରକାରଙ୍କଠାରୁ ଉକ୍ତ ଅଞ୍ଚଳକୁ ନିଲାମ ନେଇ ଖଜଣା ଆଦାୟ କରୁଥିଲେ ା ଏହି ଖଜଣାର ଷାଠିଏ ଭାଗ ବ୍ରିଟିଶ ସରକାରଙ୍କୁ ଦେଉଥିବା ବେଳେ ଅବଶିଷ୍ଟ ଚାଳିଶ ଭାଗ ପୁରୀ ଗଜପତିଙ୍କୁ ଦେଉଥିଲେ ବୋଲି ଐତିହାସିକ ତଥ୍ୟରୁ ଜଣାପଡେ। ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ବନସ୍ପତି ସମୂହ ଜଙ୍ଗଲ ଅତିବ ପ୍ରାଚୀନ ା
୧୭୦୦ ଖ୍ରୀ.ଷ୍ଟରେ ବ୍ରିଟିଶ ସରକାର ଗୋଲରାଗଡ଼କୁ ଅଧୀନସ୍ଥ କରି ଧ୍ୱଂସ ସ୍ତୂପରେ ପରିଣତ କରିଥିଲେ।
ଗଡ଼ର ସାମନ୍ତରାଜାଙ୍କ ବଂଶଜ ପ୍ରତାପ ଚନ୍ଦ୍ର ବୀରବର ମର୍ଦ୍ଦରାଜ ଏବେ ଗୋଲରା ଗ୍ରାମରେ ବସବାସ କରୁଛନ୍ତି ା ଏହା ହିଁ ଗୋଲରାଗଡ଼ର କିମ୍ବଦନ୍ତୀ ା ଅପରପକ୍ଷରେ କାହିଁ କେଉଁ ଆବହମାନ କାଳରୁ ପ୍ରକୃତିରାଣୀର ମାନସ ସନ୍ତାନ ଭାବେ ସୃଷ୍ଟ ଏହିଁ ପ୍ରାକୃତିକ ଭରା ଗୋଲରା ଝାଡ ଜଙ୍ଗଲ; ଯାହା ଭାରତୀୟ ଆୟୁର୍ବେଦିକ ଜଗତ ପାଇଁ ଭଗବାନଙ୍କ ବରଦାନ ସଦୃଶ୍ୟ ା ବନସ୍ପତିର ଭୂସ୍ବର୍ଗ ଗୋଲରାକୁ ସ୍ବର୍ଗୀୟ ନନ୍ଦନକାନନ ନାମରେ ନାମିତ କରିବାର ଯଥାର୍ଥତା ରହିଛି। ଏହି ପ୍ରାଚୀନ ଐତିହ୍ୟ ଭରା ଜଙ୍ଗଲରେ ରହିଛି ବହୁବିଧ ବନସ୍ପତି ସମୂହ; ଯାହା ମାନବ ସମାଜ ପାଇଁ ପ୍ରକୃତିରାଣୀର ରନତ୍ମଣୀ ସଦୃଶ୍ୟ ା ଏହି ପ୍ରାଚୀନ ବନସ୍ପତିଭରା ଜଙ୍ଗଲକୁ ଭାରତବର୍ଷର ଆୟୁର୍ବିଜ୍ଞାନର ପ୍ରାଣକେନ୍ଦ୍ର ଭାବରେ ଅଭିହିତ କରିବାର ଯଥାର୍ଥତା ରହିଛି ା ଏହାର ପରିସୀମା ୬୦୦ ବାଟି ା
ଏଠାରେ ବହୁ ଦୁର୍ଲଭ ଜଡିବୁଟି, ଔଷଧିୟ ଗୁଳ୍ମ ସହ ରହିଛି ବିଭିନ୍ନ ଦୁରାରୋଗ୍ୟର ସଫଳ ଉପଚାର ନିମନ୍ତେ ବନସ୍ପତି ସମୂହ; ଯାହା ଆୟୁର୍ବିଜ୍ଞାନ ଜଗତ ପାଇଁ ଅମୂଲ୍ୟ ରତ୍ନମଣୀ ସଦୃଶ୍ୟ ା ପ୍ରାଚୀନ ମୈତ୍ରୟ ବନ ତଥା ଅଧୁନା ଗୋଲରା ଗଡ ପ୍ରାକୃତିକ ବନର ବନସ୍ପତି ସମହ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ଏଥିରେ ଦ୍ୱିମତ ନାହିଁ ା ଏହି ପ୍ରାଚୀନ ବନରେ ହାଡଭଙ୍ଗାର ସଫଳ ଉପଚାର ପାଇଁ ରହିଛି ବଣ ସେବତୀ ା ସେହିଭଳି ଭୃଙ୍ଗରାଜ ଲଟା, ପାଣି ଆମ୍ବୁଆ, କୋଚିଲା, ଶଗଡବାଟୁଆ, ଅମରପୋଇ, ବିଶଲ୍ୟକରଣୀ ସମେତ ବହୁ ଦୁର୍ଲଭ ଜଡିବୁଟି ବନସ୍ପତି ଭରା ବୃକ୍ଷରାଜି ଭରପୂର ହୋଇ ରହିଅଛି ା
ଏହି ଜଙ୍ଗଲରୁ ଦୁର୍ଲଭ କୋଚିଲା ମଞ୍ଜି ଚୋରା ଚାଲାଣ ହେବାରେ ଲାଗିଛି ା ସଂରକ୍ଷଣ ଅଭାବରୁ ଆୟୁର୍ବିଜ୍ଞାନର ପ୍ରାଣକେନ୍ଦ୍ର ଗୋଲରା ଏବେ ଅବକ୍ଷୟମୁଖୀ ା ୧୯୮୫-୮୬ ମସିହାରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବନ ବିଭାଗ ଏହାର ସୀମା ନିଦ୍ଧାରଣ ପାଇଁ ପ୍ରକାଶିତ କରିଥିବା ସରକାରୀ ନିର୍ଦ୍ଦେଶନାମାର କାର୍ଯ୍ୟକାରୀ ହୋଇପାରି ନାହିଁ; ଯାହାଦ୍ୱରା ଏହି ପ୍ରାକୃତିକ ବନର ଦୁଇ ଶହ ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଅଛି ା ଏଠାରେ ରହିଥିବା ଦୁର୍ଲଭ ବନସ୍ପତିମାନ ସଂରକ୍ଷଣ ଅଭାବରୁ ବିଲୁପ୍ତ ହେବାରେ ଲାଗିଛି ା ଏହି ଜଙ୍ଗଲରେ ହାତୀ, ବାଘ, କୃଷ୍ଣକାୟ ହରିଣ, ବାଲି ହରିଣ ସମେତ ବିଭିନ୍ନ ବିରଳ ପ୍ରଜାତିର ସରୀସୃପମାନେ ବସବାସ କରୁଥିଲେ ା ମାତ୍ର ସଂରକ୍ଷଣ ଅଭାବରୁ ହାତୀ ଓ ବାଘ ଭଳି ବିରଳ ଜୀବଜନ୍ତୁ ଆଉ ଦେଖିବାକୁ ମିଳୁ ନାହିଁ ା ଗୋଲରାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଭୂତଗୌରବ ଫେରାଇ ଆଣି ଏହି ବନସ୍ପତି ସମୂହ ଜଙ୍ଗଲର ପୁନଃ ସଂରକ୍ଷଣ କରିବା ଜରୁରୀ ହୋଇପଡିଛି ା
ଗୋଲରା ପ୍ରାକୃତିକ ବନର ବନସ୍ପତି ସମୂହକୁ ପରଖିବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିବା ସହ କ୍ଷେତ୍ର ପରିଦର୍ଶନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ା ଏହାର ପ୍ରାକୃତିକ ଓ ଦୁର୍ଲଭ ବନସ୍ପତି ସମୂହକୁ ଆୟୁର୍ବେଦିକ ଚିକିସତ୍ା ପାଇଁ ଉପଯୋଗ କରିପାରିଲେ ତାହା ମାନବ କଲ୍ୟାଣ ଦିଗରେ ବିଶେଷ ସହାୟକ ହୋଇ ପାରିବ ା
କୋଣାର୍କ, ପୁରୀ
ମୋ-୯୪୩୮୦୪୦୮୭୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri